ହେଡଲାଇନସ୍:

ଜ୍ୟୋତିଷ ପ୍ରବର, ବାବୁ ଦାମୋଦର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାଜ୍ୟ ରେ ନୂଆ ସମୀକରଣର ଆଭାସ 

ବିଜେଡି ସହ ବିଜେଡିର ମେଂଟ ହୋଇପାରେ 

ଭୁୁବନେଶ୍ୱର : ଏବେ ଜ୍ୟୋତିଷ ମୁଦ୍ରାରେ ବିଜେଡିର ଅନଅଫିସିଆଲ  ତୁଣ୍ଡ ବାବୁ ଡାକ୍ତର ଦାମୋଦର ! ଆସନ୍ତା ନିର୍ବାଚନରେ ରାଜ୍ୟ ରେ ନୂଆ ସମୀକରଣର ଆଭାସ ଦେଇଛନ୍ତି ସେ ! ଡା ରାଉତଙ୍କ କହିବି ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ନୂଆ ରାଜନୈତିକ ସମୀକରଣ ହେବ । ବିଜେପି ଏକ ସାମ୍ପ୍ରଦାୟିକ ଦଳ ହୋଇଥିବାରୁ ଏହାକୁ ରୋକିବା ପାଇଁ ଅଣ ବିଜେପି ଶକ୍ତି ମାନେ ଏକାଠି ହେବାର ଆବଶ୍ୟକତା ପଡିଛି । ଏହାକୁ ଦୃଷ୍ଟିରେ ରଖି ବିଜେଡିର ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ ସହିତ ମେଂଟ ହୋଇପାରେ । ଗଣମାଧ୍ୟମରେ ବିଜେଡିର ତୁଙ୍ଗ ନେତା ତଥା ବରିଷ୍ଠ ମନ୍ତ୍ରୀ ଡା. ଦାମୋଦର ରାଉତ କଂଗ୍ରେସକୁ ଏହି ଆହ୍ୱାନ ଦେଇଛନ୍ତି ।

ସେ କହିଛନ୍ତି ଯେ ଅନ୍ୟ ରାଜନୈତି କ ଦଳ ବିଜେଡିକୁ ଯଦି ସହଯୋଗ କରନ୍ତି ବିଜେଡି ଏହାକୁ ସ୍ୱାଗତ କରିବ । ତେବେ ଏସମ୍ପର୍କରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ଭାବେ ନିଷ୍ପତି ନେବେ । କଂଗ୍ରେସ ସହିତ ମେଂଟରେ ଲଢିଲେ କୌଣସି ବାଧା ନାହିଁ । ଏହି ଦଳ ଏକ ଧର୍ମ ନିରପେକ୍ଷ ଦଳ । ୧୪୭ ଟି ଆସନ ମଧ୍ୟରୁ ଯେଉଁଠି ସମ୍ଭାବନା ରହିଛି ସେମାନେ ତାହା ପ୍ରକାଶ କରନ୍ତୁ ବୋଲି ଶ୍ରୀ ରାଉତ କହିଛନ୍ତି । ହେଲେ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ କାହାର ସାହାଯ୍ୟ ରାଜ୍ୟ ରେ ଦରକାର ନାହିଁ ! କଂଗ୍ରେସ ଏକାକୀ ଲଢ଼ିବାର ସାମର୍ଥ୍ୟ ରଖୁଛି ଆଉ ଏକାକୀ ହିଁ ଲଢ଼ିବ  । 

0
0
0
s2sdefault