ହେଡଲାଇନସ୍:

ପ୍ରହେଳିକା ସୌଦାଗର ଜାବଡ଼ିକର, କାମ ନିଲ, କରୁଛନ୍ତି ଶସ୍ତା ରାଜନୀତି : ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଜାଭଡେ଼କର ବାରମ୍ବାର ଓଡ଼ିଶା ଆସି ଓଡ଼ିଶାବାସୀଙ୍କୁ କିଛି ପ୍ରହେଳିକା ଓ କିଛି ଅସତ୍ୟ ଉପସ୍ଥାପନା କରିବାରେ ସକ୍ରିୟ ରହିଛନ୍ତି । ବିଜୁ ଜନତା ଦଳ ତାଙ୍କୁ ଗୋଟିଏ ପ୍ରଶ୍ନ କରିବାକୁ ଚାହେଁ । ମାନବ ସମ୍ବଳ ମନ୍ତ୍ରାଳୟ ତାଙ୍କର ଅଧୀନରେ ଥିବାବେଳେ ଗତ ୩ବର୍ଷ ମଧ୍ୟରେ ଓଡ଼ିଶାର କୋରାପୁଟ ଠାରେ ଅବସ୍ଥିତ ସେଣ୍ଟ୍ରାଲ ୟୁନିଭର୍ସିଟ୍‍ର ଏ ଦୟନୀୟ ଅବସ୍ଥା କାହିଁକି? ବିଗତ ୮ବର୍ଷ ମଧ୍ୟରେ ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରଗତିରେ ସହାୟକ ହୋଇପାରି ନାହିଁ । ଅବହେଳାର ଶିକାର ହୋଇଥିବା ଯୋଗୁ ଆଜି ସେହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଠାରେ ଗୋଟିଏ ବି ପ୍ରଫେସର ନାହାନ୍ତି ଏବଂ ହାତଗଣତି ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଚାଲିଛି । ଓଡ଼ିଶାରେ ଶସ୍ତା ରାଜନୀତି କରିବା ଏବଂ ଓଡ଼ିଶାର ଜନସାଧାରଣଙ୍କୁ ପ୍ରହେଳିକା ଦେଖାଇବା କାର୍ଯ୍ୟରୁ ନିବୃତ ରହି ଯଦି ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କିଛି ବିକାଶ ପାଇଁ କାର୍ଯ୍ୟ କରନ୍ତେ, ତେବେ ଭଲ ହୁଅନ୍ତା । ଓଡ଼ିଶାର ବିକାଶ କାର୍ଯ୍ୟରେ ଶ୍ରୀ ଜାଭଡେ଼କର ଅଧିକ ଧ୍ୟାନ ଦେଲେ ତାଙ୍କର ବିଶ୍ୱସନୀୟତା ଓଡ଼ିଶାବାସୀଙ୍କ ମନରେ ରୁହନ୍ତା ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।
ଓଡ଼ିଶାର ବିକାଶ ବିଷୟରେ ଶ୍ରୀ ଜାଭଡେ଼କର ଅବଗତ ନାହାନ୍ତି, କାରଣ ଏହି କିଛିଦିନ ହେଲା ସେ ଓଡ଼ିଶା ଭ୍ରମଣରେ ଆସୁଛନ୍ତି । ଦାରିଦ୍ର୍ୟ ଦୂରୀକରଣ, ମାତୃ ମୃତୁ୍ୟହାର ଏବଂ ଶିଶୁ ମୃତୁ୍ୟହାର କମାଇବାରେ ଓଡ଼ିଶା ଏକ ଅଗ୍ରଣୀ ଭୂମିକା ଭାରତବର୍ଷରେ ଗ୍ରହଣ କରିଛି । ଏହି ତିନୋଟି କ୍ଷେତ୍ରରେ ଭାରତବର୍ଷରେ ସବୁଠାରୁ ବେଶୀ ଅଗ୍ରଗତି ଓଡ଼ିଶା କରିଛି । ଜଳ ଯୋଗାଣରେ ଓଡ଼ିଶା ଭାରତୀୟ ଜନତା ପାର୍ଟି ଶାସିତ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ଠାରୁ ଯଥେଷ୍ଟ ଆଗରେ ଅଛି । ତଥ୍ୟଭିତ୍ତିକ କଥା ନକହି ଶ୍ରୀ ଜାଭଡେ଼କର ଅସତ୍ୟ ବାଣ୍ଟିବାଟା ତାଙ୍କ ଭଳି ଜଣେ ବରିÂ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ଶୋଭା ଦିଏନି । ଦୁର୍ନୀତି ନିବାରଣ କ୍ଷେତ୍ରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ସେହି ପ୍ରକାରର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କେନ୍ଦ୍ରରେ ଥିôବା ଭାରତୀୟ ଜନତା ପାର୍ଟି ସରକାର ପାଖରେ ଦେଖିବାକୁ ମିଳୁନାହିଁ । ଶ୍ରୀ ଜାଭଡେ଼କର କିଛିଦିନ ତଳେ ଆସି ସିବିଆଇର ମୁଖପାତ୍ର ସାଜି ଅନେକ ପ୍ରହେଳିକା ସୃଷ୍ଟି କରିଥିଲେ । ବାରମ୍ବାର ସିବିଆଇ କାହାକୁ ବାନ୍ଧିବ ଏବଂ କେଉଁ ଚିଠା ପ୍ରସ୍ତୁତ ହେଉଛି, ଏହିପ୍ରକାର ଉକ୍ତି ରଖି ଶ୍ରୀ ଜାଭଡେ଼କର ସିବିଆଇ ଯେ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ତାହାକୁ ପ୍ରମାଣିତ କରିଥିଲେ । ସେହିକ୍ରମରେ ଏଥର ମଧ୍ୟ ଚିଟ୍‍ଫଣ୍ଡ ବିଷୟରେ ଆଲୋଚନା କରି ସେ ନିଜର ଅଜ୍ଞାନତା ପରିଚୟ ଦେଇଛନ୍ତି ଏବଂ ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବାର ପରୋକ୍ଷରେ ପ୍ରମାଣ ଦେଇଛନ୍ତି ।
କେନ୍ଦ୍ରୀୟ ଯୋଜନାର ସଂପୂର୍ଣ୍ଣ ବିବରଣୀ ଗାଇଡ୍‍ ଲାଇନ୍‍ ମାଧ୍ୟମରେ ଲିପିବଦ୍ଧ ଥାଏ । ଏହି ବିଷୟରେ ଶ୍ରୀ ଜାଭଡେ଼କର ଅବଗତ ଥିବେ । କେଉଁ ହିତାଧିକାରୀଙ୍କୁ କେଉଁ ଯୋଜନା ଦିଆଯାଇପାରିବ, ତାହା ଗାଇଡ୍‍ଲାଇନ୍‍ ମାଧ୍ୟମରେ ପରିଚାଳିତ ହୋଇଥାଏ । ଆଜି ରାଜ୍ୟ ସରକାରଙ୍କ ଉପରେ ଏ ପ୍ରସଂଗରେ ଆକ୍ଷେପ କରି ସେ ତାଙ୍କର ଅଜ୍ଞାନତା ପ୍ରକାଶ କରିଛନ୍ତି । କେନ୍ଦ୍ରୀୟ ଯୋଜନାରେ ଯଦି ସତରେ କୌଣସି ଅନିୟମିତତା ହେଉଛି, ତେବେ ଏହାର ସଂପୂର୍ଣ୍ଣ ବିବରଣୀ କେନ୍ଦ୍ର ସରକାରଙ୍କ ପାଖରେ ଥିବ ଏବଂ ଏହି ପ୍ରମାଣକୁ ଶ୍ରୀ ଜାଭଡେ଼କର ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପିତ ନକରି ଲୁଚାଇ ରଖିବା ତାଙ୍କର ଅସତ୍ୟତାକୁ ପଦାରେ ପକାଇ ଦେଇଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।

0
0
0
s2sdefault