ହେଡଲାଇନସ୍:

ବଲାଙ୍ଗୀର ଆସୁଛନ୍ତି ମୁଖ୍ୟମନ୍ତ୍ରୀ, କଂଗ୍ରେସ ରଥ ବୁଲାଇଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

୫ଟି ଦାବି ଉପରେ ନବୀନଙ୍କ ଜବାବ ମାଗିଲା 

ବଲାଙ୍ଗୀରରୁ ନୀରୋଜ ମିଶ୍ର/ଗୁରୁଶଙ୍କର ପାଇକ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗିର ଗସ୍ତରେ  ଆସୁଛନ୍ତି  । ୧୦ଟା ୫୫ ମିନିଟ୍ରେ ସେ ମନୋହରପୁର ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରୁୁ ସର୍କିଟ ହାଉସ ଅଭିମୁଖେ ଯାତ୍ରା କରିବେ । ତାପରେ  ଯାଇ ଏମସିଏଚ୍ ବିଲଡିଂ, ସରକାରୀ କଲେଜ ବିଲଡିଂ,  ମହିପାଲ ନାଲା ଉପରେ ଗୋଟାଏ ପୋଲ, ଉଦ୍ଘାଟନ କରିବା ସହ ପଡିଝର ନାଲା ବ୍ରିଜ, ଅଙ୍ଗ ନଦୀ ଉପରେ ପୋଲର ଶିଳାନ୍ୟାସ କରିବେ ।  ସେଠାରେ ଲାଗିଥିବା ଷ୍ଟଲ  ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କୁ ସହାୟତାା ପ୍ରଦାନ କରିବେ  ।  ତାପରେ କୋଶଳ କଳାମଣ୍ଡଳ ଗ୍ରାଉଣ୍ଡରେ ଏକ ବିରାଟ ଜନସଭାକୁ   ସମ୍ବୋଧିତ କରିବେ  । ଏହି କାର୍ଯ୍ୟକ୍ରମ ରେ ବିରୋଧୀ ଦଳନେତା ନରସିଂହ ମିଶ୍ର, ସାଂସଦ  ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ସିଂହଦେଓଙ୍କ ସମେତ ଅନ୍ୟ ବିଧାୟକମାନେ ଯୋଗ ଦେବାର କାର୍ଯ୍ରକ୍ରମ ରହିଛି  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ଥ କରାଯାଇଛି ।

ମୁୂଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ସହରରେ ଏକ ପ୍ରଚାର ରଥ ବୁଲିଛି  । ଏହି ରଥରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ପ୍ରଶ୍ନ ପଚରାଯାଇଛି  । 

୧- ଆସନ୍ତା ୨୦୧୮ରେ ବଲାଙ୍ଗୀର ମେହିକାଲ କଲେଜରେ ନାମଲେଖା ହେବ ବୋଲି ଘୋଷଣା କରିବେ କହି ? 

୨- ବଲାଙ୍ଗୀରାର ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା  ଘୋଷଣା କରିବେ କି ? 

୩- ବହୁଦିନର ଦାବି କୃଷି ବିଶ୍ୱବିଦ୍ୟାଳୟ  ପ୍ରତିଷ୍ଠା ଘୋଷଶ କରିବେ କି ? 

୪- ବେକାରୀ ସମସ୍ୟା ଦୂରୀକରଣ ପାଇଁ କଂଟାବାଞ୍ଜିରେ ରେଲ ୱାଗନ  ପ୍ରତିଷ୍ଠାପାଇଁ କେନ୍ଦ୍ରକୁ   ଚିଠି ଲେଖିବେ କି ? 

୫- ଦେଓଗାଁ ବିଜୟାନନ୍ଦ ଚିନି କଳ କେବେ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଘୋଷଣା କରିବେ ?

0
0
0
s2sdefault