ହେଡଲାଇନସ୍:

ପାଇକଙ୍କ ପାଇଁ ଦରଦ ନା ପତିଆରା ରାଜନୀତି !!!!!!!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯଦି ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ

ତେବେ ସେ ସଂଗ୍ରାମ ଲଢ଼ିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ  ମାନ୍ୟତା ଦିଆଯାଉ

ସେମାନଙ୍କ ପରିବାରକୁ ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଭାବେ ଉପଯୁକ୍ତ ମର୍ଯ୍ୟାଦା ଦିଆଯାଉ 

ପାଇକ ଲଢ଼େଇକୁ ସ୍ୱାଧୀନତା ସଂଗ୍ରାମ ଦାବି ବା ସେମାନଙ୍କୁ ଉଚିତ ମର୍ଯ୍ୟାଦା ଦେବାପାଇଁ ଏବେ ବହୁ ଲୋକ ଦାବି କରି ଆସୁଛନ୍ତି  । କାର୍ଯ୍ୟକ୍ରମ ବି କୋଟିକୋଟି ଟଙ୍କା ବ୍ୟୟରେ ଚାଲିଛି  । ସେମାନଙ୍କ ନାଁକୁ ନେଇ ରାଜନୀତି ବି ଜୋର ଧରିଛି, ପାଇକ ବଂଶଧରଙ୍କୁ ଡାକି ଫୁଲତୋଡ଼ା ଓ ମାନପତ୍ର ଦିଆ ଯାଉଛି  । ହେଲେ କେବଳ ଫୁଲ ତୋଡ଼ା ମାନପତ୍ର ନଦେଇ ସେମାନଙ୍କ ଅମ୍ଲାନ ବଳିଦାନର ପ୍ରତିଦାନ ସ୍ୱରୂପ ସେଇ ପରିବାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ, ସେଭଳି ବଳିଷ୍ଠ ଓ ତ୍ୟାଗପୂତ ଜାତିର ଦାୟାଦମାନଙ୍କୁ ସେ ମହାନ ସାମରିକ ପରମ୍ପରା ପ୍ରୋତ୍ସାହନ ଦେବାପାଇଁ ସ୍ୱତନ୍ତ୍ର ଯୋଜନା ହେଉ ବର୍ଷକ ମଧ୍ୟରେ କେତେକ କାର୍ଯ୍ୟକ୍ରମ ହେବ, ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, ଆଉ ବର୍ଷ ପୁର୍ତ୍ତୀ ହେବା ପର୍ଯ୍ୟନ୍ତ ଏହାର ହାଙ୍ଗ ଓବର ରହିବ । ହେଲେ ବର୍ଷ ପୁର୍ତ୍ତୀ କାର୍ଯ୍ୟକ୍ରମ ସରିବା ପରେ କଣ ହେବ !!! ଯଦି ବୀର ଜାତିର ସମ୍ମାନ ପାଇଁ ଏଇ ବର୍ଷକର କାର୍ଯ୍ୟକ୍ରମ, ତେବେ ତାର ମାନେ କଣ!!!!କାରଣ ପାଇକଙ୍କୁ  ନେଇ ଏବେ ଯେଉଁ କାର୍ଯ୍ୟକ୍ରମ ଚାଲିଛି ତାହା ଓଡ଼ିଶାରେ ନୂଆ ନୁହେ, ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ଚାଲିଆସୁଛି । ଏମିତି ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମରେ ଓ ମହୋତ୍ସବରେ ଲଢୁଆ ଜାତିର ଭାଇ ଓ କେତେକ ସ୍ଥାନରେ ଭଉଣୀମାନେ ସେମାନଙ୍କ ପରାକ୍ରମର ଝଲକ ଦେଖାଇ ଆସିଥାନ୍ତି । ଏପରିକି ମହତାବ ଜୟନ୍ତୀ ହେଉ, ଖୋରଧା ମହୋତ୍ସବ ହେଉ ଅବା ବିଭିନ୍ନ ଜିଲ୍ଲା ମହୋତ୍ସବ, ପାଇକମାନଙ୍କ ସମରକଳା ପ୍ରଦର୍ଶିତ ହୋଇଥାଏ । ଏପରିକି ଗତ କିଛି ବର୍ଷ ଧରି ଓଡିଶା ସ୍ୱାଭିମାନ ସଂଗଠନ ଏହାର ଅଧ୍ୟକ୍ଷ ମୁରଲୀ ମନୋହର ଶର୍ମାଙ୍କ ନେତୃତ୍ୱରେ ବିଭିନ୍ନ କର୍ମଶାଳା, ଆଲୋଚନାଚକ୍ର , ପ୍ରତିଯୋଗିତା, ଡକୁମେଣ୍ଟସନ ସର୍ବୋପରି ରାଜ୍ୟସ୍ତରୀୟ ପାଇକ ସମରକଳା ପ୍ରତିଯୋଗିତା ବ୍ୟାପକ ଭାବେ  ଆୟୋଜନ କରି ଆସୁଛନ୍ତି । ଆଉ କିଛି ସଂଗଠନ ମଧ୍ୟ ବିଭିନ୍ନ ସମୟରେ କିଛି କିଛି କାର୍ଯ୍ୟକ୍ରମ କରୁଛନ୍ତି । ଅଧିକ ହୋଇ ହୋଇ ଏବେ ଯାହା ରାଜ୍ୟ ଓ କେନ୍ଦ୍ର ସରକାର କରୁଛନ୍ତି ଟିକେ ନାଟକ କରୁଛନ୍ତି, କୋଉଠି ଚିତ୍ରକଳା ପ୍ରଦର୍ଶନୀ କରୁଛନ୍ତି ଅବା କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଆଉ ବିଶିଷ୍ଟ ବ୍ୟକ୍ତିଙ୍କୁ ଡାକି ଭାଷଣ ବାଜି ଆଉ ପତିଆରା ପ୍ରଦର୍ଶନ । ହେଲେ କଂକ୍ରିଟ କଣ କରାଯାଉଛି ସେମାନଙ୍କ କଳା, ଅଖାଡା ତଥା ସେମାନଙ୍କ ଆର୍ଥିକ ବିକାଶ ପାଇଁ ! କିଛି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହେଉଛି କି ଦୀର୍ଘ ସୂତ୍ରୀ ଭାବେ ! ଇତିହାସକୁ ସମ୍ମାନ ଦେବା ସହ ସେ ମହାନ ଜାତିର ଧରୋହରଙ୍କୁ ସମାନ ଦେବାସହ ସେମାନଙ୍କ ବଂଶଧରଙ୍କ ପାଇଁ କରାଯିବାର କିଛି ଉଦ୍ୟମ କରାଯାଉଛି ନା କେବଳ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ରାଜନୈତିକ ପଶା ପାଲିରେ ଭୋଟ ରାଜନୀତି ପାଇଁ ଏ ବୀର ଜାତିକୁ ମୋହରା ଭାବେ ବ୍ୟବହାର କରିବାର ଅପଚେଷ୍ଟା ଖାଲି କରୁଛନ୍ତି !!!!!!!!!!!!!  

 ଏବେ ମୋଟାମୋଟି ଭାବେ ରାଜ୍ୟରେ ପାଇକଙ୍କ ପାଇଁ ପ୍ରେମର ରୁତୁ ଚାଲିଛି  । କୋଟି କୋଟି ତାଙ୍କ ବ୍ୟୟରେ କାର୍ଯ୍ୟକ୍ରମ ବି ଚାଲିଛି  । ରାଜ୍ୟ ସରକାର(ବିଜେଡି)  ଓ କେନ୍ଦ୍ର ସରକାର (ବିଜେପି) ଭିତରେ ଏ କାର୍ଯ୍ୟକ୍ରମ ପାଇଁ ଆସ୍ପର୍ଦ୍ଧା ବି ଦେଖିବାକୁ ମିଳୁଛି  । ଆମେ ଏଠି ପକାଇ ଦେବୁ ଯେ ପାଇକ ସଂଗ୍ରାମର ଦୁଇ ଶହ ବର୍ଷପୂର୍ତ୍ତୀ ସମାରୋହ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ କରାଯାଉଛି ବର୍ଷବ୍ୟାପୀ କାର୍ଯ୍ୟକ୍ରମ । କେନ୍ଦ୍ର ସରକାର କରିଛନ୍ତି, ରାଜ୍ୟ ସରକାର ବି କରୁଛନ୍ତି ତାଙ୍କୁ ତାଲା ଦେଇ । ଏଇ ଏଠି କଲା ବେଳକୁ ସିଏ ସେଠି, ଇଏ ଦିଲ୍ଲୀରେ ତା ସିଏ ଭୁବନେଶ୍ୱରରେ । ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଅ।ୟୋଜିତ ହେବ । ସଂସ୍କୃତି ବିଭାଗ ଅ।ନୁକୂଲ୍ୟରେ ଓ ଦିଲ୍ଲୀର "ଇେଂଟଲେକ୍ଟ ସଂଗଠନ ସହଯୋଗରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଅ। ଇଂଟରନ୍ୟାସନାଲ୍ ସେଂଟରଠାରେ ଅ।ସନ୍ତା ୨୧ ଓ ୨୨ ତାରିଖ ଦୁଇଦିନ ଧରି ଏହି ଜାତୀୟ ଅ।ଲୋଚନା ଅନୁଷ୍ଠିତ ହେବ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବ୍ୟାହତ ରହିଥିବା ଉଦ୍ୟମକୁ ଦିଲ୍ଲୀରେ ଏପରି ଅ।ୟୋଜନ ଅଧିକ ସଶକ୍ତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । 

 ଏପଟେ ଆସନ୍ତା ୨୧ ତାରିଖରୁ ୩ ଦିନିଆ ଜାତୀୟ ସାମରିକ ପରଂପରା ଓ ସଂସ୍କୃତି ମହୋତ୍ସବ ଭୁବନେଶ୍ୱରର ସଂଗୀତ ମହାବିଦ୍ୟାଳୟର ଉକ୍ରଳ ମଣ୍ଡପଠାରେ  ଅନୁଷ୍ଠିତ ହେବ । ଏ ବର୍ଷ ପାଇକ ବିଦ୍ରୋହର ଦୁଇଶହ ପୂର୍ତି ଜାତୀୟ ସ୍ତରରେ ଅନ୍ୟତମ ଜାତୀୟ ମୁକ୍ତିସଂଗ୍ରାମ ଭାବେ ପାଳିତ ହେଉଥିବାରୁ ଏ ମହୋତ୍ସବର ଗୁରୁତ୍ୱ ବଢିଯାଇଛି । ଏ ମହୋତ୍ସବକୁ ଅତି ଜାକଜମକରେ  ପାଳନ କରି ଓଡିଶାରେ ପାଇକ ବିଦ୍ରୋହ କିଭଳି ସମଗ୍ର ଇଂରେଜ ଶାସନ ଭିତରେ ଆତଙ୍କ ସୃଷ୍ଟି କରିଥିଲା ତାହା ଲୋକଲୋଚନକୁ ଆଣି ସେମାନଙ୍କ ଭିତରେ ଜାଗରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଛି । ଏଥିପାଇଁ ବିଭିନ୍ନ ଆଲୋଚନା ଚକ୍ର, ସାଧାରଣ ସଭା ଓ ନାଟକ ପରିବେଷଣ କରି ଲୋକଙ୍କ ଭିତରେ ଦେଶପ୍ରେମର ବହ୍ନି ଜାଳିବାକୁ ଚେଷ୍ଟା କରାଯାଇଛି ବୋଲି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୨୧ରୁ ୨୩ ବିଜେପି ବକ୍ଷରୁ କରାଯାଉଥିବା ବେଳେ  କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଥମ ଦିନ ୨୧ ତାରିଖରେ ପୂର୍ବ ବର୍ଷମାନଙ୍କ ଭଳି ପାରମ୍ପରିକ ଢଙ୍ଗରେ ଖୋର୍ଦ୍ଧାରୁ ବରୁଣେଇ ଦୁର୍ଗର ଅଧିଷ୍ଠାତ୍ରୀ  ଦେବୀ ମା’ ବରୁଣେଇଙ୍କଠାରୁ ଏକ ଜ୍ୱଳନ୍ତ ମଶାଲ ସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ପାଇକବାହିନୀ ମହୋତ୍ସବ ସ୍ଥଳକୁ ଆସିବ ।ସେଦିନ ଅନୁଷ୍ଠିତ ହେବାକୁ ଥିବା ଏକ ଜନସମାବେଶରେ ଯୋଗଦେବେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହିତ ଅନ୍ୟ ବିଶିଷ୍ଟ ଅତିଥିମାନେ ଉଦ୍ବୋଧନ ଦେବେ । ତା ପରେ ପାଇକ ବିଦ୍ରୋହର ଲୋମହର୍ଷଣକାରୀ ସଂଗ୍ରାମ ଉପରେ ନାଟକ ‘ମହାସଂଗ୍ରାମର ମହାନାୟକ’ ପ୍ରଖ୍ୟାତ ନାଟ୍ୟସଂସ୍ଥା ଶତାଦ୍ଧୀର କଳାକାର ଦ୍ୱାରା ଅଭିନୀତ ହେବ । ସେହିପରି ୨୨ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ମୁଖ୍ୟ ଅତିଥି ଥିଲାବେଳେ ଆହୁରି ଅନେକ ବିଶିଷ୍ଟ ଅତିଥି ରହିବେ । ପ୍ରଖ୍ୟାତ ନୃତ୍ୟ ସଂଗଠନ “କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ୍” ସହିତ ଅନ୍ୟ ବିଶିଷ୍ଟ କଳାକାର ସଂସ୍ଥା ତାଙ୍କର ନୃତ୍ୟ ପ୍ରଦର୍ଶନ କରିବେ ।  ୨୩ ତାରିଖରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ରହିବେ ଶ୍ରୀ ହରିଚନ୍ଦନ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନଙ୍କ ସମେତ ଡ. ଦିଲୀପ ଶ୍ରୀଚନ୍ଦନ, ସଂଗା୍ରମ ପାଇକରାୟ, ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ, ଶ୍ରୀ ମନ୍ନଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ମଧ୍ୟ ପଛରେ ପଡିବେ ବା କାହିଁକି,ଦିଲ୍ଲୀରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ୨୧ ତାରିଖ ପୂର୍ବାହ୍ନ ୧୧ଟାରେ ଏହି ଜାତୀୟ ଅ।ଲୋଚନା ଚକ୍ରକୁ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିବେ । ସଂସ୍କୃତି ବିଭାଗର କମିଶାନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ବିଭାଗୀୟ ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । "ଇେଂଟଲେକ୍ଟ ଅନୁଷ୍ଠାନ ତରଫରୁ ରାଜ୍ୟସଭା ସାଂସଦ ଶ୍ରୀ ଏ.ଭି. ସ୍ୱାମୀ, ଭାରତୀୟ ବିଦେଶ ସେବାର ବରିÂ ଅଧିକାରୀ ତଥା କବି ଅମରେନ୍ଦ୍ର ଖଟୁଆ, ଶିକ୍ଷାବିତ୍ ତଥା ଗାନ୍ଧି-ଚିନ୍ତକ ଡ. ଭଗବାନ ପ୍ରକାଶ ଓ ଅନୁଷ୍ଠାନ  କାର୍ଯ୍ୟକର୍ତା ଦେବେନ୍ଦ୍ର ନାଥ ରାଉତ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । 

ଜାତୀୟ ଅ ।ଲୋଚନା ଚକ୍ରରେ ପାଂଚଟି ଅଧିବେଶନ ସମେତ ପାଇକ ବିଦ୍ରୋହ ସଂପର୍କିତ ଏକ ପ୍ରଦର୍ଶନୀ, କୁଇଜ୍ ପ୍ରତିଯୋଗିତା, ପାଇକ ବିଦ୍ରୋହ ବାବଦରେ ଡିଜିଟାଲ୍ ଉପସ୍ଥାପନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟଅନୁଷ୍ଠିତ ହେବକକୁ ଥିବା ବେଳେ  ଟୋକିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଅ ।କିଓ ଟାନାବେ, କାଲିଫର୍ଣ୍ଣିଅ । ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ ଓ ପ୍ରଫେସର ତ୍ରୈଲୋକୀ ପାଣ୍ଡେ, ଭାରତୀୟ ଇତିହାସ ଗବେଷଣା ପରିଷଦର ପ୍ରଫେସର ନାରାୟଣ ରାଓ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭୈରବୀ ପ୍ରସାଦ ସାହୁ ଓ ପ୍ରଫେସର ଅମର ଫାରୁକି, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପି.କେ. ଦତ ଓ ଚିନ୍ତାମଣି ମହାପାତ୍ର, କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ଡ. ଏ.ଜେ. ଥମାସ୍, ଜାମିଅ। ମିଲିଅ । ଇସ୍ଲାମିଅ । ବିଶ୍ୱବିଦ୍ୟାଳୟର ପ୍ରଫେସର ବିଶ୍ୱଜିତ୍ ଦାସ ଓ ପ୍ରଫେସର ଅଜୟ ପଟ୍ଟନାୟକ, ଜାତୀୟ ଅଭିଲେଖାଗାର ଡ. ଲଲାଟେନ୍ଦୁ ଦାସମହାପାତ୍ର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର କମଳାକାନ୍ତ ରାଉଳ, ଡ. ସୁବ୍ରତ ରାଉତ, ଡ. ଦେବପ୍ରୀତ୍ ମଂଜିତ୍, ଡ. ସୁଶାନ୍ତ ବାଗ୍ଙ୍କ ସମେତ ଓଡ଼ିଶାରୁ ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ, ପ୍ରଫେସର ଭଗବାନ ସାହୁ, ପ୍ରଫେସର ଯତୀନ୍ଦ୍ର ନାୟକ, ପ୍ରଫେସର ନିବେଦିତା ମହାନ୍ତ, ପ୍ରଫେସର ଅ ।ଶୋକ ପଟ୍ଟନାୟକ, ପ୍ରଫେସର ଅ ।ର୍.ସି. ମିଶ୍ର, ପ୍ରଫେସର ଏଚ୍.କେ. ପରିଜା, ପ୍ରଫେସର ଅଭିରାମ ବିଶ୍ୱାଳ, ଡ. ଧୀରେନ୍ଦ୍ର ନନ୍ଦ, ଭାରତୀୟ ସାଧାରଣ ପ୍ରଶାସନ ଅନୁଷ୍ଠାନର ପ୍ରଫେସର ରାଧାକାନ୍ତ ବାରିକ ଓ ଲେଖକ ଡ. ସତ୍ୟନାରାୟଣ ସାହୁ ମଧ୍ୟ ଏହି ଜାତୀୟ ଅ ।ଲୋଚନାରେ ସାମିଲ ହେବେ । 

ଭଲ କଥା, ଏଠି ହେବ, ଦିଲ୍ଲୀ ରେ ବି ହେବ , । ଏଠି ବିଜେପି, ସେଠି, ବିଜେଡି  । ରାଜ୍ୟ  ରାଜଧାନୀରେ କେନ୍ଦ୍ର, କେନ୍ଦ୍ର ରାଜଧାନୀରେ  ରାଜ୍ୟ, ଭାରି ଜୋରରେ ଅନୁଷ୍ଠିତ ହେବେ ଏ କାର୍ଯ୍ୟକ୍ରମ । ହେଲେ ଆମର ପ୍ରଶ୍ନ, ଏ ବର୍ଷକ କାମ ସରିଗଲା ପରେ ଆଉ ବକ୍ସି ଜଗବନ୍ଧୁ ତଥା ପାଇକ ସଂଗ୍ରାମ ଦୁଇଶହ ବର୍ଷପୂର୍ତ୍ତି ଶୃଗାଳ ପରେ କଣ ହେବ ! ପାଇକ ଲଢେଇ ଓ ପାଇକଙ୍କ ପାଇଁ ଉଭୟ ସରକାରଙ୍କ କାର୍ଯ୍ୟକ୍ରମ ଆଉ ଆନ୍ତରିକତା କେବଳ ନିର୍ବାଚନୀ ଅବା ଭୋଟ ଓ ପତିଆରା ପାଇଁ ଲଢେଇ ରେ ସୀମିତ ରହିଯିବନି ତା ! ଇଏ ବର୍ତମାନର ଦୁଇ ପାଇକ ଯୋଦ୍ଧା (!) ନବୀନ ଓ ଧର୍ମେନ୍ଦ୍ରଙ୍କ ଲାଡେଇ ଭିତରେ ସୀମିତ ରହିଯିବନି ତ !!!!!!!!!!!!!!!

0
0
0
s2sdefault