ହେଡଲାଇନସ୍:

ରାଜନୀତି ଭିତରେ ପଲିଟିକ୍ସ ପଶିଯାଇଛି, ଅଙ୍ଗନବାଡି ଆନ୍ଦୋଳନ ତ ନୁହେ ଦୁଇ ଦଳଙ୍କ ବଳ କଷାକଷି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ଗୋଟିଏ ଗୋଷ୍ଠୀ ଜିଦରେ 

 କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ

ରାଜଧାନୀରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ସହସ୍ରାଧିକ ଅଙ୍ଗନବାଡି କର୍ମଚାରୀ

ବିଜେଡି ପଚାରିଲା -ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡି କର୍ମୀଙ୍କ ଦରମା କେତେ 

ଭୁବନେଶ୍ୱରରୁ ଚକ୍ରଧର ମାଝି : ରାଜନୀତି ଜୋର ଅଙ୍ଗନବାଡି କର୍ମଚାରୀଙ୍କୁ ନେଇ। ଅଙ୍ଗନବାଡି କର୍ମଚାରୀଙ୍କ ଆନ୍ଦୋଳନ ରାଜନୀତିରେ ପଲିଟିକ୍ସ ପଶିଯାଇଛି । ଆନ୍ଦୋଳନ ଆରମ୍ଭ ପଛରେ ଯେ ରାଜନୀତି ପ୍ରଥମରୁ ଥିଲା ତାହା ଏବେ ଧୀରେ ଧୀରେ ଜଣାପଡିଯାଉଛି । ଅଙ୍ଗନବାଡି କର୍ମୀ କିଏ କେତେ ଫାଇଦା ପାଇବେ ତାହା ମୂଳ ଉଦ୍ଦେଶ୍ୟ ନୁହେ, ମୂଳ ଉଦ୍ଦେଶ୍ୟ ଯେ କେବଳ ରାଜନୈତିକ ଦଳ ଦ୍ୱାରା ରାଜିନୀତିରେ ଅଙ୍ଗନବାଡି କର୍ମଚାରୀଙ୍କୁ ମୋହରା ଭାବେ ବ୍ୟବହାର କରି ନିଜ ପତିଆରା ପ୍ରଦର୍ଶନ କରିବା ତାହା ଜଳ ଜଳ ହୋଇ ଜଣାପଡ଼ିଯାଇଛି । ଅଙ୍ଗନବାଡି ଆନ୍ଦୋଳନ କାହା ହକ ପାଇଁ ଆନ୍ତରିକତା ପୁର୍ଣ ଲଢେଇ ନଥିଲା । କେବଳ ଥିଲା ବିଜେପି ଆଉ ବିଜେଡି ମଧ୍ୟରେ ପତିଆରାର ଲଢେଇ ଥିଲା । ଗତ ୩୫ ରଙ୍ଗେ ଧରି ଅଙ୍ଗନବାଡି ଆନ୍ଦୋଳନ ଉପରେ ବିଜେପି ସନ୍ତର୍ପଣରେ ନିଜର ପକଡ ରହିଥିବା ବେଳେ ୩୫ତମ ଦିନରେ ପାଲି ଓଲଟି ଯାଇ ଥିଲା ରାଜ୍ୟସରକାରଙ୍କ ସପକ୍ଷରେ,ଯେତେବେଳେ ଦାବି ସମ୍ପର୍କରେ ଆଲୋଚନା ପାଇଁ ବାମପନ୍ଥୀଙ୍କ ସଂଲଗ୍ନରେ ଥିବା ଅଙ୍ଗନବାଡି କର୍ମଚାରୀଙ୍କ ସଂଗଠନ ଆଲୋଚନା ପାଇଁ ରାଜି ହୋଇଯିବା ପରେ । 

ମୂଳତଃ  ଅଙ୍ଗନବାଡି କର୍ମଚାରୀଙ୍କ ବିଭିନ୍ନ ଗୋଷ୍ଠୀ । କିଛି ବିଜେପି ସମର୍ଥିତ ସଂଗଠନ ଦ୍ୱାରା ନିୟନ୍ତ୍ରିତ, ଆଉ କିଛି ବାମପନ୍ଥୀ ସଂଗଠନ ଦ୍ୱାରା ନିୟନ୍ତ୍ରିତ । ଆଉ କିଛି ବୁଜୁ ଶ୍ରମିକ ସଂଗଠନ ଦ୍ୱାରା ନଗଦ ନଗଦ ସଂଲଗ୍ନ । ଅଙ୍ଗନବାଦି କର୍ମଚାରୀଙ୍କ ଆନ୍ଦୋଳନ ୧ମାସରୁ ଉର୍ଧ୍ଵ ଚାଲିବା ପରେ ଆଉ ବିଜେପି ଦ୍ୱାରା ଗୋଟିଏ ଗୋଷ୍ଠୀ ପ୍ରଭାବିତ ହୋଇଥିବା ଜଣାପଡିବା ଓ ମନ୍ତ୍ରୀଙ୍କ ସହ ଆଲୋଚନାରୁ କିଛି ନିଷ୍କର୍ସ ନମିଳିବା ପରେ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ସେପଟେ ବିଜେପୁର ନିର୍ବାଚନ ମୁଣ୍ଡ ଉପରେ । ତେଣୁ ତତ୍ପରତା ପ୍ରକାଶ ପାଇଲା ବିଜେପି ଚାଲକୁ ମାଦ ଦେବାପାଇଁ । ଆଉ ଆଲୋଚନା ପାଇଁ ରାଜି ହୋଇଗଲେ ବାମପନ୍ଥୀ ସଂଗଠନ ଅଧୀନସ୍ଥ ସଂଗଠନ । ଆଉ ପ୍ରାୟୋଜିତ  ଆଲୋଚନା, ତାପରେ ସେମାନଙ୍କ ପ୍ରମୁଖ ଦାବିକୁ ପୂରଣର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା । ହେଲେ ଏସବୁ କାର୍ଯ୍ୟକ୍ର ବିଷୟରେ ବିଜେପି ନେତା ଓ ସଂଗଠନ ଜାଣିବାକୁ ପାଇବାବେଳକୁ କାମ ଆଗକୁ ବଢି ଯାଇଥିଲା । ଏମିତିକି ବିଜେପି ନେତୃତ୍ୱାଧୀନ ସଂଗଠ ଅଧୀନରେ ଧାରଣାରେ ବସିଥିବା ଅଙ୍ଗନବାଡି କର୍ମଚାରୀ କିଛି ବି ଆନ୍ଦୋଳନ ଛାଡ଼ିଗଲେ । ହେଲେ ବିଜେଡି ଯୁବ ଓ ଶ୍ରମିକ ସଂଗଠନଙ୍କ ଆୟୋଜନ କ୍ରମେ ବିଜେଡି ଏକତରଫା ବାଜି ମରିନେବା ପରେ ବିଜେପି ମହିଳା ମୋର୍ଚା ନିଷ୍ପତି ନେଲା ସବୁ ଜିଲ୍ଲାରେ ଆନ୍ଦୋଳନ କରିବ । ଆଉ ତାହାହିଁ ହେଲା, ଏପଟେ ଦାବି ପୁରାଣ ହୋଇଥିବା ଯୋଗୁ ହଜାରହଜାର ସଂଖ୍ୟାରେ ଅଙ୍ଗନବାଡି କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ସେପଟେ ଦରମା ବଢ଼ିବା ସତ୍ତ୍ୱେ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଆଜି ଶତାଧିକ କର୍ମୀ କୋରାପୁଟ ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିଥିଲେ। ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନର ସଦସ୍ୟ ବର୍ଦ୍ଧିତ ଦରମାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଶି ଯାଇଥିଲେ।

ସୂଚନାଯୋଗ୍ୟ ଯେ  ମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି  କର୍ମଚାରୀଙ୍କ ଦରମା ବଢ଼ାଇଥିଲେ। ସବୁ କର୍ମଚାରୀଙ୍କ ୫୦ ପ୍ରତିଶତ ଦରମା ବଢ଼ାଯାଇଥିଲା। ଏହା ସତ୍ତ୍ୱେ  କର୍ମୀ ଏବଂ ସହାୟିକା ଅସନ୍ତୁଷ୍ଟ ରହିଛନ୍ତି। ଅନ୍ୟପକ୍ଷରେ ୧୨ ଦଫା ଦାବି ପୂରଣ ନେଇ ଅଡ଼ି ବସିଛି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍।  ୩୬ ଦିନ ଧରି ରାଜ୍ୟରେ ପ୍ରତି  ଜିଲ୍ଲା ଓ ରାଜଧାନୀରେ ଆନ୍ଦୋଳନ କରି ଆସୁଛି। ସରକାର ସେମାନଙ୍କ ୧୨ ଦଫା ଦାବିପୂରଣ ନକରିବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛି ବିଜେଡି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା କେତେ। ୟୁପି, ଗୁଜରାଟ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କେତେ ଦରମା ପାଉଛନ୍ତି ଅଙ୍ଗନବାଡ଼ି କର୍ମୀ। କେଉଁ ରାଜ୍ୟ କେତେ ଦରମା ଦେଉଛନ୍ତି ବିଜେପି ସ୍ପଷ୍ଟ କରିବ କି? ମା, ଭଉଣୀଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପପ୍ରଚାର କରୁଛି।’’ 

0
0
0
s2sdefault