ହେଡଲାଇନସ୍:

ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ଥାନୀୟ ବିଧାୟିକା ଓ ମନ୍ତ୍ରୀ ରିତା ସାହୁ ଙ୍କର ବ୍ୟତୀତ ସାମିଲ ହେଲେ ତିନି ହଜାର ରୁ ଉର୍ଦ୍ଧ୍ବ କର୍ମୀ ଓ ସାଧାରଣ ଜନତା


ବରଗଡ :- ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଇର୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଦଳ ତରଫରୁ ବିଭିନ୍ନ ସ୍ଥାନରେ ପଦ ଯାତ୍ରା ଆୟୋଜନ କରାଯାଉଛି । ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ କାର୍ଯ ବାବଦରେ ଲୋକଙ୍କୁ ସଚେତନ କରେଇବା ସହିତ ବିକାଶ କାମରେ ପ୍ରତକ୍ଷ ଭାବରେ ଲୋକଙ୍କୁ ସାମିଲ କରିବାର ପ୍ରୟାସ କରାଯାଇଛି । ଏହି କ୍ରମରେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ରେ ବିଜୁ ଜନତା ଦଳ ତରଫରୁ ପଦ ଯାତ୍ରା ଏବଂ ସାଂଗଠାନିକ ସଭା ଅନୁଷ୍ଠିତ ହୋଇଥିଲା । ଦଳର ସର୍ବୋଚ୍ଚ ନେତା ,ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାର ଙ୍କର ଜନ ମଙ୍ଗଳକାରି ଯୋଜନା ଲୋକଙ୍କ ପାଖକୁ କେମିତି ସହଜରେ ପହଂଛି ପାରିବ , ସାଧାରଣ ଲୋକ ଏହି ଯୋଜନା ରେ କେମିତି ଅଧିକରୁ ଅଧିକ ଲାଭବାନ ହୋଇପାରିବେ , ଉକ୍ତ କାର୍ଯ୍ୟକ୍ରମ ରେ ଆଲୋଚନା କରାଯାଇଥିଲା ।
ଆଶ୍ଚର୍ଯ୍ୟ ଜନକ କଥା ହେଲା ଆଜିକାର ଏହି ପଦଯାତ୍ରା ଓ ସଭାରେ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଅନୁପସ୍ଥିତି ସମସ୍ତ ଙ୍କୁ ଚକିତ କରିବା ସହିତ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଦେଖାଯାଉଥିଲା । ଏହି କାର୍ଯ୍ୟକ୍ରମରେ ସୁନାଧର ସାହୁ ସଭାପତି ଏବଂ ବରିଷ୍ଠ ନେତା କୀର୍ତ୍ତନ ଦାସ ସଂଯୋଜନା କରିଥିଲେ।। ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦାନ କରିଥିବା ବେଳେ ମଞ୍ଚ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ନାରାୟଣ ସାହୁ,ବରିଷ୍ଠ ନେତା ଦେବାନନ୍ ଗଡତିଆ,ପୂର୍ବତନ ବିଜେପୁର ବ୍ଲକ ଅଧ୍ୟକ୍ଷ ଗତିକୃଷ୍ଣ ମିଶ୍ର,ବିଜୁ ଜନତା ଦଳ ର ଜିଲ୍ଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ,ବିଜୁ ମହିଳା ଜନତା ଦଳ ର ରାଜ୍ୟ ସମ୍ପାଦିକା ଶକୁନ୍ତଳା ମହାପାତ୍ର, ଜୟକୃଷ୍ଣ ଡ଼ନସେନା,ସବିତା ସାହୁ,ଗୁରୁ ମେହେର,ବିନୟ ଗରତିଆ, ସମୀର ସାହୁ, ସଞ୍ଜୀବ ପଣ୍ଡା,କମଳା ପ୍ରଧାନ,ନକୁଳ ସାହୁ,ରାଜେନ୍ଦ୍ର ସାହୁ,ଅଗସ୍ତି ସାହୁ,ବିକ୍ରମ ବରିହା,ଡୋଳାମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault