ହେଡଲାଇନସ୍:

ଜନସମ୍ପର୍କ ପଦଯାତ୍ରା ପୂର୍ବରୁ ଦଳୀୟ ପଦାଧିକାରୀଙ୍କୁ ନବୀନଙ୍କ ଚିଠି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜନସମ୍ପର୍କ ସହ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ପରାମର୍ଶ

 

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ରୁ ମାସେ ବ୍ୟାପୀ ଚାଲିବ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା । ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଁଚାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ସୁପ୍ରିମୋ ଗୁରୁତ୍ୱ ଦେଇଛନ୍ତି ।
ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନ ଅବ୍ୟବହିତ ପୂର୍ବରୁ ବିଜୁ ଜନତା ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତ।, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ-ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ପ୍ରମୁଖ ଦଳୀୟ ସଂଗଠନ ମାନଙ୍କର ରାଜ୍ୟ ସଭାପତି, ଏବଂ ବ୍ଲକ ଓ ନଗର ସଭାପତିଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିକୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ | ଜନ ସମ୍ପର୍କ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ଜନସେବା ଆଭିମୁଖ୍ୟକୁ ଅଧିକ ବ୍ୟାପକ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ସ୍ତରରେ ଏ କାର୍ଯ୍ୟ କେମିତି ସମ୍ପନ୍ନ ହେଲାସ ତାର ସବିଶେଷ ବିବରଣୀ ତାଙ୍କ ଅବଗତି ନିମନ୍ତେ ଜଣାଇବା ପାଇଁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ।

0
0
0
s2sdefault