ହେଡଲାଇନସ୍:

ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର: ପ୍ରଦୀପ ପୁରୋହିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ୨୦୦୭ ମସିହା ‘ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର

  •  କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ

  •  ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାରେ ଲାଗିଲେ ଶାସକ ବିଜେଡି

ଭୁବନେଶ୍ୱର,: ଭୋଟ ସର୍ବସ୍ୱ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସର୍ବଦା ଅଣଦେଖା କରିଆସୁଥିବାରୁ ଆଜି ରାଜ୍ୟବାସୀ ବିଭିନ୍ନ ସମସ୍ୟାର ଘୋର ସମ୍ମୁଖୀନ ହେଉଛନ୍ତି । ଏପରିକି ଆଗାମୀ ଦିନମାନଙ୍କରେ ଏ ସମସ୍ତ ସମସ୍ୟା ଆହୁରି ଅଧିକ ଭୟଙ୍କରହୋଇସାରିଥିବ ଏବଂ ଏଥି ପାଇଁ ଭବିଷ୍ୟତ ପୀଡି ଆମକୁ କେବେହେଲେ କ୍ଷମା ଦେବେ ନାହିଁ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
କ୍ରମାଗତ ଭାବେ ରାଜ୍ୟରେ ଜଳସମସ୍ୟା ସଂକଟ ବୃଦ୍ଧି ପାଇ ସାଂଘାତିକ ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ଏଥି ପାଇଁ କୈାଣସି ଚିନ୍ତା ନାହିଁ ।ଓଡିଶା ସରକାର ୨୦୦୭ ମସିହାରେ ଯେଉଁ ‘ଜଳ ନୀତି’ ଆଗତ କରିଥିଲେ ତାହା କେତେ କାର୍ଯ୍ୟକାରୀ କଲେ ଏହା ଏକ ବଡ ପ୍ରଶ୍ନ ଥିବାବେଳେ ପୁଣି ଏକ ନୂତନ ‘ଜଳ ନୀତି’ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ହାସ୍ୟାସ୍ପଦ ଏବଂ କେବଳ ଘୋଷଣା ସର୍ବସ୍ୱ । ଜଳସେଚନ, ଜଳ ସଂରକ୍ଷଣର ଫମ୍ଫା ଆବାଜ ଓ ମିଥ୍ୟା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର । ଦୀର୍ଘ ୨୨ ବର୍ଷ ଶାସନରେ ରାଜ୍ୟରେ ଗୋଟିଏ ହେଲେ ଜଳପ୍ରକଳ୍ପ ନିର୍ମାଣ ନହେବା, ନଦୀମାନଙ୍କର ଧାର ଶୁଖିଯିବା, କେନାଲଗୁଡିକ ପୋତି ହୋଇଯିବା, ଚାଷ ଜମି ପାଇଁ ଜଳସେଚନ ବ୍ୟବସ୍ଥା ହୋଇନପାରିବା ଶାସକ ବିଜେଡିର ଅପାରଗତା ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ଜନସଂଖ୍ୟ ବୃଦ୍ଧି ସହ ଦୃତ ସହରୀକରଣ, ବ୍ୟବସାୟୀକ ଓ ଶିଳ୍ପାଂଚଳ କାରଣରୁ ଜଳର ଆବଶ୍ୟକତା ପରିମାଣ ବୃଦ୍ଧି ପାଇଚାଲିଛି । ପ୍ରତ୍ୟେକ ବ୍ଲକରେ ୩୫% ଜଳସେଚନ ବ୍ୟବସ୍ଥା ପାଇଁ ଓଡ଼ିଶା ସରକାରଙ୍କ ଘୋଷଣା କେବଳ କାଗଜ କଲମରେ ସୀମିତ ।ମନଇଛା ବ୍ୟବସାୟୀ ଓ ଶିଳ୍ପକୁ ନଦୀ ଓ ଭୂତଳ ଜମି ବ୍ୟବହାର ପାଇଁ ଅନୁମତି ଦେଇ ରାଜ୍ୟ ସରକାର ନିଜେ ଓଡ଼ିଶାରେ ଆଜି ଜଳ ସଂକଟ ସୃଷ୍ଟି କରିଛନ୍ତି । ବର୍ତମାନ ରାଜ୍ୟରେ ବର୍ଷକୁ ମୁଣ୍ଡ ପିଛା ୩୩୫୯ଘନ ମିଟର ଜଳ ମିଳୁଥିବାବେଳେ ୨୦୫୧ ମସିହା ବେଳକୁ ୨୨୧୮ଘନ ମିଟରକୁ ହ୍ରାସ ହୋଇଯାଇଥିବ ବୋଲି ଆଶଂକା ପ୍ରକାଶ ପାଇଛି । ଅନ୍ୟ ପଟେ କେନ୍ଦ୍ରର ବାରମ୍ବାର ତାଗିଦ ସତ୍ୱେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତୃପକ୍ଷ ଗଠନ କଲେ ନାହିଁ । ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ୍ ଡେମ୍ ନିର୍ମାଣ ଆଳରେ କେବଳ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାରେ ଲାଗିଲେ । ମହାନଦୀଠୁ ଆରମ୍ଭ କରି ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ତେଲ, ଅଙ୍ଗ ଆଦି ନଦୀର ବର୍ଷା ପାଣିକୁ ରୋକିବରେ ବିଫଳ ହୋଇଥିବା ରାଜ୍ୟ ସରକାର ହୀନ ରାଜନୀତି କରି ଓଡିଶାବାସୀଙ୍କୁ ଭ୍ରମିତ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

 

0
0
0
s2sdefault