ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର : ଡ.ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  •  ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ / ପଂଚାୟତ / ବ୍ଲକ ୱାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ଶ୍ୱେତପତ୍ର ଜରିଆରେ ପ୍ରକାଶ କରନ୍ତୁ ରାଜ୍ୟ ସରକାର

  •  ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ?

  •  ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପୋଷିବା ପାଇଁ ୧୨୮ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ଚାହିଁଥିଲେ ଚଳିତ ବର୍ଷ ବନ୍ୟାକୁ ରୋକି ପାରିଥାନ୍ତେ । କିନ୍ତୁ ଏହା ନକରି ଚଳିତ ବନ୍ୟା ମୁକାବିଲା ପାଇଁ ଅପ୍ରସ୍ତୁତ ଥିବା ରାଜ୍ୟ ସରକାର ପାଣିପାଗ ବିଭାଗ ସୂଚନା ଦେଲା ଭଳି କେବଳ ପ୍ରେସ୍ ବିବୃତି ଜରିଆରେ ସତର୍କ ସୂଚନା ଓ ନିର୍ଦ୍ଦେଶନାମା ଜାରି କରି ଦାୟୀତ୍ୱ ସମାପ୍ତ କରିଥିଲେ । ଜଳସମ୍ପଦ ବିଭାଗ, ମନ୍ତ୍ରୀ ଓ ରିଲିଫ କମିଶନଙ୍କ କଥାରେ ତାଳମେଳ ରହୁନଥିଲା । ରାଜ୍ୟ ସରକାରଙ୍କ ଅବହେଳା, ଦାୟିତ୍ୱହୀନତା ଏବଂ ଅପାରଗ କାରଣରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଏପରି ଅଭାବନୀୟ ବନ୍ୟା ସୃଷ୍ଟି ହୋଇଛି । ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ଦାୟୀ । ସେହିପରି ବନ୍ୟା ପରବର୍ତୀ ସ୍ଥିତିର ପରିଚାଳନା ପାଇଁ ମଧ୍ୟ ରାଜ୍ୟ ସରକାର ବିଫଳ । ବନ୍ୟା ପୀଡିତଙ୍କ ପାଖରେ ନାଁ ପ୍ରଶାସନ ଓ ମନ୍ତ୍ରୀ, ନେତା ଓ ରାଜ୍ୟ ସରକାର ମଧ୍ୟ ପଂହଚିବାରେ ବିଫଳ ହୋଇଥିଲେ । ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ଡାକିଆଣିବାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି । କୃଷିମନ୍ତ୍ରୀ କହିଲେ ୭ ଦିନରେ ରିପୋର୍ଟ ଆସିବ ଏବଂ ମୁଖ୍ୟମନ୍ତ୍ରୀ କହିଲେ ୧୫ ଦିନରେ କ୍ଷତିପୂରଣ ପ୍ରଦାନ କରାଯିବ । ବିଜେପିର ବାରମ୍ବାର ଦାବୀ ପରେ ପ୍ରକୃତ କ୍ଷୟକ୍ଷତି ଆକଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଗତ କାଲି ତରବରିଆ ଭାବେ ଏକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶିତ କରିଛନ୍ତି । ୧୨୮ କୋଟି ଟଙ୍କାର ବନ୍ୟା ସହାୟତା ରାଶି ଘୋଷଣା ସଂପୂର୍ଣ୍ଣ ତୃଟିପୂର୍ଣ୍ଣ ଏବଂ ତଥ୍ୟ ଆଧାରିତ ନୁହେଁ । ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପୋଷିବା ପାଇଁ ୧୨୮ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ସରକାର ବନ୍ୟା ପ୍ରପୀଡିତଙ୍କ ଲାଗି ଯେଉଁ ତତ୍ପରତା ଦେଖାଇବା କଥା ତାହା ନଦେଖାଇ ଚିରନିଦ୍ରାରେ ଶୋଇଥିଲେ । ଏନେଇ ବନ୍ୟାରେ ସମ୍ପୂର୍ଣ୍ଣ ଧନଜୀବନ, ଫସଲ ଉଜୁଡି ଯିବା ସହ ଚାଷୀର ଗୋଟିଏ ବର୍ଷ ନଷ୍ଟ ହୋଇଯାଇଛି । ୨୦୦୮ରେ ପ୍ରସ୍ତୁତ ହୋଇଥିବା ଫ୍ଲଡ ମେନୁଆଲ, କର୍ଭ ରୁଲ୍‌, ରିଲିଫ୍ କୋଡକୁ ସଠିକ ଭାବେ ପାଳନ କରାଗଲାନାହିଁ । ରିଲିଫ ପ୍ରଦାନରେ ବିଳମ୍ବ ଓ ପକ୍ଷପାତିତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାଟବଣା ଏବଂ ଦୁର୍ନୀତି କାରଣରୁ ବାସଗୃହ ପାଇବାରୁ ହୋଇଥିବା ବହୁ ବଂଚିତ ଗରୀବ ହିତାଧିକାରୀଙ୍କ କଚ୍ଚାଘର ଭାଙ୍ଗିଗଲା ଏବଂ ବହୁ ମୂଲ୍ୟବାନ ପ୍ରାଣହାନୀ ହେଲା । କୌଣସି ନଦୀବନ୍ଦ କି ପୋଲର ମରାମତି ପାଇଁ କୌଣସି ଜାଗାରେ ମୁଠାଏ ମାଟି ରାଜ୍ୟ ସରକାର ପକାଇ ନଥିବାର ବନ୍ୟାସ୍ଥିତିର ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ ସମୟରେ ସ୍ପଷ୍ଟ ଜଣାପଡିଥିଲା । ରାଜ୍ୟ ସରକାର କେତେବେଳେ, କେଉଁ ଅଧିକାରୀମାନେ, କେଉଁ କେଉଁ ବନ୍ୟାଂଚଳ ପରିଦର୍ଶନ କରି ଏବଂ କେଉଁ ତଥ୍ୟ ଆଧାରରେ ୧୨୮ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ? ମିଛ ତଥ୍ୟ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ ନକରି ଗ୍ରାମ / ପଂଚାୟତ / ବ୍ଲକ ବ୍ଲକ ୱାରୀ କ୍ଷତିଗ୍ରସ୍ତଙ୍କ ନାମ ତାଲିକାକୁ ରାଜ୍ୟ ସରକାର ଶ୍ୱେତପତ୍ର ଜରିଆରେ ପ୍ରକାଶ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

0
0
0
s2sdefault