ହେଡଲାଇନସ୍:

ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ; ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ରେ ବିଜୁ ଜନତା ସମର୍ଥିତ ପ୍ରାର୍ଥୀ ଆଗ ଧାଡିରେ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷ ଆସନ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ହାତେଇବେ ବୋଲି ଜଣାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ସମୁଦାୟ ୪୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ । ଏହି ପଞ୍ଚାୟତ ଗୁଡିକ ମଧ୍ୟରୁ ୨୮ ଗୋଟି ପଂଚାୟତରେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀ ବିଜୟ ଲାଭ କରିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ହୋଇଥିବା ୪ ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କୁ ମିଶେଇ ମୋଟ ୩୨ ଜଣ ବିଜେଡି ଶିବିରରେ ଅଜ୍ଞାତ ବାସରେ ରହିଥିବାର ଜଣାଯାଇଛି । ସେହିପରି ୯ ଜଣ ସମିତିସଭ୍ୟ ପ୍ରାର୍ଥୀ ବିଭିନ୍ନ ଦଳର ହୋଇଥିବାରୁ ସେମାନେ କାହା ସହିତ ରହିବେ କିଛି ସ୍ଥିର କରିପାରିନାହାଁନ୍ତି । ବିଜୁ ଜନତା ଦଳ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତ ରୁ ସମିତିସଭ୍ୟା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ରୋଜି ସେଠୀଙ୍କୁ ଅଧକ୍ଷା ପାଇଁ ସ୍ଥିର କରାଯାଇଥିବା ଜଣାଯାଇଛି ଅପରପକ୍ଷରେ ବିରୋଧୀ ଦଳ ତରଫରୁ କୌଣସି ପ୍ରାର୍ଥୀ ନଥିବା ଜଣାଯାଇଛି । ତେବେ ଆଜି ଅର୍ଥାତ ଶନିବାର ଅଧକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ୧୦.୩୦ ରୁ ୧୧.୩୦ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ । ୧୧.୩୦ ରୁ ୧୨.୩୦ ମଧ୍ୟରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ୧୨.୩୦ ରୁ ୧ ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ ଏବଂ ୧.୩୦ ରେ ଭୋଟ ଗ୍ରହଣ କରାଯିବ । ଅପରାହ୍ନ ୪ ଟା ମଧ୍ୟରେ ଗଣତି କାର୍ଯ୍ୟ ଶେଷ କରାଯାଇ ବିଜୟ ଅଧକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ କର୍ଣ୍ଣଦେବ ସମାଦାର ପ୍ରକାଶ କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ଅଧକ୍ଷ ଆସନ ହାତେଇବାକୁ ଯାଉଥିବାରୁ ବିଜେଡି ଶିବିରରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାଯାଇଛି । ପ୍ରକୃତରେ ବିଜେଡି ତରଫରୁ ଶ୍ରୀମତୀ ସେଠୀ ଅଧକ୍ଷ ପଦବୀ ହାସଲ କରୁଛନ୍ତି ନାଁ ଆଉ କିଏ ଅଧକ୍ଷ ପଦବୀ ହାସଲ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା !

0
0
0
s2sdefault