ହେଡଲାଇନସ୍:

ରେମୁଣା ବ୍ଲକ ଦେଖିପାରେ ମହିଳା ଅଧକ୍ଷ!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୌଡ଼ରେ ଆଗରେ ଅଛନ୍ତି ଶାନ୍ତା ଦାସ

ବାଲେଶ୍ୱର/ରେମୁଣା(ଶାସକ ପ୍ରଶାସକ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ବ୍ଲକ ଅଧକ୍ଷ ପଦ ନିର୍ବାଚନ ଅବଗଣନା ଆରମ୍ଭ ହୋଇ ଗଲାଣି I ଚଳିତ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକ ରେ ମୋଟ 32ଟି ସମିତି ସଭ୍ୟ ପଦ ମଧରୁ 22ରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଅଧକ୍ଷ ପଦ ପାଇଁ ଆବଶ୍ୟକ ମ୍ୟାଜିକ ସଂଖ୍ୟା 17 ଛୁଇଁବାକୁ ବିଜେଡିକୁ ବେଶି ଅସୁବିଧା ହେବନି I ତେଣୁ ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ପଦ ହାସଲ କରିବା ପ୍ରାୟ ନିଶ୍ଚିତ I ତେବେ ଏହି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରୁ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ? ଏବଂ କିଏ ହେବ ରେମୁଣା ବ୍ଲକ ଅଧକ୍ଷ? ତାହାକୁ ନେଇ ସ୍ଥାନୀୟ ରାଜନୀତି ମହଲରେ ଏବେଠୁ ଅଙ୍କ କସା ଆରମ୍ଭ ହୋଇ ଗଲାଣି ଆବଶ୍ୟକ I
ଅଧକ୍ଷ ଦୌଡ଼ ଥିବା ଚାରି ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି I ସେ ହେଉଛନ୍ତି ବରୁଣସିଂ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀମତୀ ଶାନ୍ତା ଦାସ I ନୂଆ କରି ରାଜନୀତିକୁ ଆସିଥିଲେ ମଧ୍ୟ୍ୟ ଉଚ୍ଚ ଶିକ୍ଷିତା ଶ୍ରୀମତୀ ଦାସଙ୍କ ସଂଗଠନିକ ଦକ୍ଷତାକୁ ନେଇ ସେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭଲ ଦୃଷ୍ଟିରେ ଅଛନ୍ତି I  ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମର ସୁଫଳ ପ୍ରତ୍ୟେକଙ୍କ ନିକଟରେ ପହଞ୍ଚେଇବାତାଙ୍କ ଉଦ୍ୟମ ଯୋଗୁଁ ବ୍ଲକ ଅଧକ୍ଷ ପାଇଁ ତାଙ୍କ ନାମ ବେଶ ଆଗରେ ରହିଛି I ଅନ୍ୟପଖରେ ନବୀନ ପଟ୍ଟନାୟକଙ୍କ ସରକାର ସବୁବେଳେ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ଏହାକୁ ବିଚାରକୁ ନେଲେ ଉଚ୍ଚଶିଖିତା ଶାନ୍ତା ଦାସଙ୍କ ରେମୁଣା ବ୍ଲକ ଅଧକ୍ଷ ହେବାର ସମ୍ଭାବନା ବଢିଯାଇଛି I ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସୁତେଇ ଗ୍ରାମପଞ୍ଚାୟତର ଗିରୀଶ ଦଳେଇ, କୁରୁଡ଼ା ଗ୍ରାମପଞ୍ଚାୟତର ରାଜେନ୍ଦ୍ର ରାଉତ ଏବଂ ଗଣ୍ଡର୍ଦାର ଜୟନ୍ତ କୁମାର ଦାସଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି I ସମସ୍ତେ ନୂଆ କରି ସମିତି ସଭ୍ୟ ବିଜୟୀ ହୋଇଥିଲେ ମଧ୍ୟ ସାଙ୍ଗଠନିକ ଦକ୍ଷତା ଏବଂ ବିଭିନ୍ନ ଦଳୀୟ କାର୍ଯ୍ୟରେ ଆଗରେ ରହି ବ୍ଲକ ଅଧକ୍ଷ ପଦ ପାଇଁ ଦାବିଦାର ରହିଛନ୍ତି I ତେବେ ଦୌଡ଼ରେ ଆଗରେ ଥିବା ଶ୍ରୀମତୀ ଦାସ କିମ୍ବା ଆଉ କାହାକୁ ଅଧକ୍ଷ ପଦ ମିଳୁଛି ତାହା ଆଗାମୀ ଦିନରେ ଜଣା ପଡିବ I

0
0
0
s2sdefault