ହେଡଲାଇନସ୍:

ସରପଂଚ ପ୍ରାର୍ଥୀ ଭାବରେ ଏଥର ନିଳେନ୍ଦ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା କୋମନା ବ୍ଲକ ଝଗ୍ରାହୀ ପଂଚାୟତରେ ଏଥର ନିଳେନ୍ଦ୍ରୀ ସୁନାନୀ ସରପଂଚ ଭାବରେ ନାମାଙ୍କ ପତ୍ର ଦାଖଳ କରିଛନ୍ତି । ସେ ସଦର ପଂଚାୟତର ଜଣେ ଶିକ୍ଷିତା ଯୁବତୀ । ସେ ୨୦୧୮ ରେ ସ୍ନାତକ ସମାପ୍ତ କରିଛନ୍ତି । ଗତ ନିର୍ବାଚନରେ ତାଙ୍କର କାକୀ ଭୁଗୁଲି ସୁନାନୀ ବିଜେଡି ତରଫରୁ ଜୋନ୍ ୧ ର ଜିଲ୍ଲା ପରିଷଦ ସଭ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ଏଥିରେ ସେ ଅନୁପ୍ରାଣିତ ହୋଇ ଏଥର ସେ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ସେ ନିର୍ବାଚନରେ ବିଜୟୀ ହେଲେ ପଂଚାତୟର ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ,ଗମନାଗମନ ଓ ନାରୀ ଉନ୍ନତି ଉପରେ ବିଶେଷ ଧ୍ୟ୍ୟାନ ଦେବେ ବୋଲି କହିଛନ୍ତି । ସେ ବର୍ତମାନ ଗାଁ ର ସ୍ୱୟ ସହାୟକ ଗୋଷ୍ଠୀ ର ସଦସ୍ୟ ମଧ୍ୟ ଅଛନ୍ତି । ସେ ଏଥର ବହୁଳ ମାତ୍ରାରେ ଭୋଟ ପାଇ ଜୟଯୁକ୍ତ ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault