ହେଡଲାଇନସ୍:

ସମିତି ସଭ୍ୟ ପ୍ରାର୍ଥିପତ୍ର ନାକଚ ହେବା ଆଶଙ୍କା କରି ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଂଜନଗର,(ନିଲୁ ବିଷୋୟୀ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଜଗନ୍ନାଥପ୍ରସାଦ ସମିତିସଭ୍ୟ ପଦବିରେ କବିରାଜ ବେହେରା ନାମାଙ୍କନ ଦାଖଲ କରିଥିବା ବେଳେ ତାଙ୍କ ପ୍ରାର୍ଥିତ୍ବକୁ ରାଜନୈତିକ ଷଢଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଜଗନ୍ନାଥପ୍ରସାଦ ପଞ୍ଚାୟତର ସମିତିସଭ୍ୟ ପଦବି ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ସେ ପ୍ରାର୍ଥିପତ୍ର ଦାଖଲ ସମୟରେ ସମସ୍ତ ଜାତିଗତ ପ୍ରମାଣ ପତ୍ର ସହ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବିଶ୍ବସ୍ତ ସୁତ୍ରରୁ ସେ ଜାଣିବାକୁ ପାଇଥିଲେ। ପ୍ରାର୍ଥିପତ୍ର ନାକଚ ହେବା ଆଶଙ୍କା କରି ସେଠାରେ ଅସନ୍ତୋଷ ସୃଷ୍ଟି ହେବା ସହ କବିରାଜ ନିଜ ସର୍ମଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ ନକରି ସେ ଦାଖଲ କରିଥିବା ପ୍ରମାଣପତ୍ର ଆଧାରରେ ପ୍ରାର୍ଥିପତ୍ର କାଏମ ରଖି ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଜଗନ୍ନାଥପ୍ରସାଦ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ଶ୍ରୀ ବେହେରାଙ୍କ ସହିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକ,ବରିଷ୍ଠ ନେତା ବିନାୟକ ତ୍ରିପାଠୀ, ଆଇନଜୀବୀ ସମୀର ନାୟକ,ସନ୍ତୋଷ ତିଆଡି,ସନ୍ତୋଷ ପାଳ,ଅଯୋଧ୍ୟାନାଥ ମହାପାତ୍ରଙ୍କ ସମେତ ବହୁ ବିଜେପି ନେତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ।

0
0
0
s2sdefault