ହେଡଲାଇନସ୍:

ଅପରାଜିତାଙ୍କୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ: ସମୀର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଗୃହ ରାଷ୍ଟମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ

  •  ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ

ଭୁବନେଶ୍ୱର :ଗତ କାଲି ରାତିରେ ଭୂବନେଶ୍ୱରର ମହିଳା ସାସଂଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ପ୍ରତିହିଂସା ପରାୟଣ ଶାସକ ବିଜେଡି ଦଳ ଦ୍ୱାରା ସଂଘବଦ୍ଧ ଭାବେ ଅଘୋଷିତ ଅତର୍କିତ ଆକ୍ରମଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ବିଜେଡି ଶାସନରେ, ମହିଳା ବିପଦରେ । ଏହି କଥା ଗତ କାଲି ମହିଳା ସାଂସଦଙ୍କୁ ଆକ୍ରମଣ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଗଣତନ୍ତ୍ରରେ ଅଲୋଚନା ଓ ସମାଲୋଚନା ପ୍ରମୁଖ ସ୍ଥାନ ରହିଛି । ବିରୋଧୀଙ୍କ ପ୍ରତିବାଦକୁ ସାମ୍ନା ନକରି ଶାସକ ବିଜେଡି ଅସହିଷ୍ନୁ ହୋଇ ପଡି ହିଂସାପରାୟଣ ହୋଇପଡିବା ଅତ୍ୟନ୍ତ ଲଜ୍ଜାଜନକ । ବିରୋଧୀଙ୍କ ପ୍ରତି ରାଜ୍ୟ ସରକାରୀ ଦଳ ଏତେ ଅସହିଷ୍ନୁ କାହିଁକି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଗତ ୪୮ ଦିନ ଧରି ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ରାଜ୍ୟବ୍ୟାପୀ ଆନେ୍ଦାଳନ ଜାରୀ ରହିଛି । ଘୋଷିତ ପ୍ରତିବାଦ କରାଯାଉଛି । ମମିତାଙ୍କୁ ଅପହରଣ କରାଯାଇ ବିଭତ୍ସ ଭାବରେ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରାଯାଇ ୨୦ ଫୁଟ୍ ମାଟି ତଳେ ପୋତିଦିଆଗଲା । ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର କ୍ଷମତାକୁ ଅପବ୍ୟବହାର କରି ସମସ୍ତ ତଥ୍ୟପ୍ରମାଣ ନଷ୍ଟ କରିବାରେ ଲାଗିଲେ । ସମଗ୍ର ଓଡିଶାବାସୀ ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କଲେ । ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରି ସ୍ମାର୍ଟ କାର୍ଡ ବଂଟନ ଆଳରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଶକତା ପ୍ରସଙ୍ଗରେ କୈାଣସି ଉତର ରାଜ୍ୟବାସୀଙ୍କୁ ଦେଲେ ନାହିଁ । ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପରିବର୍ତେ ଗୋଟିଏ ମଂଚରେ ବସି ରହି ଅପରାଧିମାନଙ୍କୁ ସୁରକ୍ଷା ପ୍ରଦାନ କଲେ । ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟମନ୍ତ୍ରୀଙ୍କୁ ବହିଷ୍କାର କରାଯାଇନାହିଁ, ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଅଘୋଷିତ ଭାବେ ଶାସକ ବିଜେଡି ଦଳ ପ୍ରତିହିଂସା ପରାୟଣ ହୋଇ ମହିଳା ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଓ ରାଜ୍ୟରେ ଗଣତନ୍ତ୍ର ବିପଦରେ ଥିବା ସ୍ପଷ୍ଟ ବାରି ହୋଇପଡିଛି । ସେହି ଭଳି ଭାବେ କିଛି ଦିନ ତଳେ ଏକ ବୈାଦୁତିକ ଗଣମାଧ୍ୟମର ବିତର୍କରେ ଅଂଶଗ୍ରହଣ କରୁଥିବା ବିଜେପି ମହିଳା ମୁଖପାତ୍ରଙ୍କ ପ୍ରତି ଶାସକ ବିଜେଡିର ପ୍ରବକ୍ତାଙ୍କ ଦ୍ୱାରା ଆଶାଳୀନ ବକ୍ତବ୍ୟ ଓ ବ୍ୟବହାର ସମସ୍ତ ସୀମା ପାରି କରଛି । ବିରୋଧୀଙ୍କୁ ଶାସକ ବିଜେଡିର ଦମନର ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ । ଶାସକ ବିଜେଡି ସାଧାରଣ ଜନତା ଏବଂ ବିରୋଧୀଙ୍କ ପ୍ରଶ୍ନର ଉତର ରଖନ୍ତୁ ଏବଂ ଏଭଳି ଅସାମ୍ବିଧାନିକ ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ ରହିବାକୁ ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault