ହେଡଲାଇନସ୍:

ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ରେ କେନ୍ଦ୍ରମନ୍ତ୍ରୀଙ୍କୁ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନ: ନିତ୍ୟାନନ୍ଦ ଗଣ୍ଡ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର / ନବରଙ୍ଗପୁର,:ଓଡିଶା ରାଜ୍ୟ ଆଦିବାସୀ ବହୁଳ ରାଜ୍ୟ । ଓଡିଶାର ଆଦିବାସୀଙ୍କ ସାମୁହିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଯୋଗାଇଦେଉଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଆଦିବାସୀ ସମୁଦାୟଙ୍କ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶାର ସାଂସଦ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି, ଯାହାକି ସୌଭାଗ୍ୟର ବିଷୟ । ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀ ଟୁଡୁ ଯେତେବେଳେ ସମୀକ୍ଷା ବୈଠକ କରୁଛନ୍ତି, ସେତେବେଳେ ରାଜ୍ୟ ପ୍ରଶାସନର ସମସ୍ତ ସହଯୋଗର ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଗସ୍ତ ସମୟରେ ପ୍ରୋଟୋକଲ ଅନୁସାରେ ସହଯୋଗ ଓ ସମ୍ମାନ ଦେବାରେ ଅବହେଳା ପ୍ରଦର୍ଶନ କରିଛନ୍ତି ଜିଲ୍ଲା ପ୍ରଶାସନ ।ଜିଲ୍ଲାର ସମୀକ୍ଷା ବୈଠକରେ ଜିଲ୍ଲାପାଳ ଉପସ୍ଥିତ ନରହି ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଜିଲ୍ଲାପାଳ ଓ ଜିଲ୍ଲାର ପ୍ରଶାସକଙ୍କ ଏତାଦୃଶ ଅବହେଳା ପ୍ରଦର୍ଶନ କରିବା ପ୍ରଶାସନର ସାହସ ନୁହେଁ ବରଂ ଏଥିରେ ରାଜ୍ୟ ସରକାର ଓ ଶାସକ ଦଳର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ୍ କହିଛନ୍ତି ।
ଓଡିଶାର ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଆଦିବାସୀମାନଙ୍କ ବିକାଶ ନିମନ୍ତେ କେନ୍ଦ୍ର ସରକାର ଦେଉଥିବା ଅର୍ଥକୁ ବିକାଶ କାର୍ଯ୍ୟ ପରିବର୍ତେ ପ୍ରଶାସନ ଓ ଶାସକ ଦଳର ନେତା ଏବଂ ଠିକାଦାରଙ୍କ ମାଧ୍ୟମରେ ହରିଲୁଟ୍ କରାଯାଉଛି । ପ୍ରଶାସନିକ ଅଧିକାରୀ ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ଲୋକଙ୍କ ସେବା କାର୍ଯ୍ୟ ପରିବର୍ତେ ଶାସକ ଦଳର ହାତବାରିସୀ ସାଜିଛନ୍ତି । ନିରପେକ୍ଷତା ପରିବର୍ତେ ପକ୍ଷପାତିତା କରୁଛନ୍ତି ପ୍ରଶାସନିକ ଅଧିକାରୀ । ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ହରିଲୁଟ୍ କରି ଆଦିବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଏ ସମସ୍ତ ଅନ୍ୟାୟ, ଦୁର୍ନୀତି ଓ ପ୍ରିୟାବତୀ ପୋଷଣକୁ ସମର୍ଥନ କରୁଛନ୍ତି ରାଜ୍ୟସରକାର ।ଦଳୀୟ ସ୍ୱାର୍ଥ ପାଇଁ ଅସହିଷ୍ଣୁ ହୋଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ଅସହଯୋଗ ଓ ଅସମ୍ମାନ କରିବାକୁ ପରୋକ୍ଷରେ ନିଦେ୍ର୍ଧଶ ଦେଉଛନ୍ତି ରାଜ୍ୟସରକାର । ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଉତର ରଖିପାରୁନାହାଁନ୍ତି ପ୍ରଶାସନିକ ଅଧିକାରୀ । ମନ୍ତ୍ରୀ ମହୋଦୟଙ୍କ ବିଭାଗ ନେଇ ସଠିକ୍ ସମ୍ବୋଧନ ଓ ପରିଚୟ ଦେଇ ପାରୁନାହାଁନ୍ତି ଉପସ୍ଥିତ ଅଧିକାରୀମାନେ । ଏହି ବିଷୟକୁ ନେଇ କେନ୍ଦ୍ରମନ୍ତ୍ରୀ ତାଗିଦ୍ କରିବାରୁ ଏହାକୁ ଅଲଗା ଅର୍ଥରେ ନେଉଛନ୍ତି । ଏହି ମିଥ୍ୟା ଓ ମନଗଢା ବିଷୟକୁ ନେଇ ଶାସକ ଦଳ ମିଥ୍ୟା ପ୍ରଚାର କରୁଛି ବୋଲି ଅଭିଯୋଗ କରିବା ସହ ଶାସକ ଦଳର ଏତାଦୃଶ କାମଳନୀତି କୁ ବିଜେପି ଦୃଢ ନିନ୍ଦା କରୁଛି ବୋଲି ଶ୍ରୀ ଗଣ୍ଡ୍ କହିଛନ୍ତି ।
ରାଜ୍ୟ ସରକାର ଆଦିବାସୀ ସମୁଦାୟଙ୍କ ବିରୋଧୀ ନହୋଇ କେନ୍ଦ୍ର ସରକାର ଦେଉଥିବା ବିପୁଳ ଅର୍ଥକୁ ଆଦିବାସୀଙ୍କ ବିକାଶ ପାଇଁ ସଠିକ୍ କାର୍ଯ୍ୟ କରନ୍ତୁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କୁ ସହଯୋଗ କରନ୍ତୁ ଓ ମିଥ୍ୟା ଅପପ୍ରଚାରରୁ ନିବୃତ ରୁହନ୍ତୁ ।ଆଦିବାସୀ ସମୁଦାୟଙ୍କ ବିକାଶ ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ । ଆଦିବାସୀଙ୍କ ବିକାଶ ପାଇଁ ଅର୍ଥର ଅଭାବ ରହିବନାହିଁ । ଯାହା ଆବଶ୍ୟକ କେନ୍ଦ୍ର ସରକାର ଖୋଲା ହାତରେ ସବୁ ପୂରଣ କରିବାକୁ ପ୍ରସ୍ତୁତ, କେବଳ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ । ଶାସକ ଦଳ ଏହି ଅପପ୍ରଚାରରୁ ନିବୃତ ରୁହନ୍ତୁ ଓ କେନ୍ଦ୍ରରୁ ଯେଉଁ ଟଙ୍କା ଆସୁଛି ଠିକ୍ ଭାବରେ ବିନିଯୋଗ କରାଯାଉ, ଏହାଦ୍ୱାରା ଆଦିବାସୀ ମାନଙ୍କର ବିକାଶ ସୁନିଶ୍ଚିତ ବୋଲି ଶ୍ରୀ ଗଣ୍ଡ୍ ଏକ ପ୍ରେସ୍ ବାର୍ତାରେ କହିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ, ଏସଟି ମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ମାଝୀ ଏବଂ ଭଜନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault