ନୂଆଦିଲ୍ଲୀ ; ଲକ୍ଷ୍ମୀପୁର ଖେରୀ ଘଟଣାକୁ ନିନ୍ଦା କରି ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟୀରୁ ବାଦ ପଡିଲେ ବରୁଣ ଓ ମାନେକା ! ଆଜି ପ୍ରକାଶିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ କମିଟୀରୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଓ ଓ ତାଙ୍କ ମା ମାନେକା ଗାନ୍ଧୀଙ୍କ ନାଁ ବାଦ ଦିଆଯାଇଛି | ୟୁପିର ଲକ୍ଷ୍ମୀପୁର ଖେରୀ ଘଟଣାକୁ ନିନ୍ଦା କରି ବିଜେପି ସାଂସଦ ବରୁଣଙ୍କ ବାରମ୍ବାର ଟ୍ୱିଟ୍ କରିବାର କିଛି ଦିନ ପରେ ଦଳ ଏହି ନିଷ୍ପତ୍ତି ନେଇଛି | ଆଜି ବିଜେପି ପକ୍ଷରୁ ଘୋଷିତ ତାଲିକାରେ ୮୦ ଜଣ ନିୟମିତ ସଦସ୍ୟ ରହିଥିବା ବେଳେ ୫୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଓ ୧୭୯ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି |
ବରୁଣ ଟ୍ୱିଟରରେ ପୋଷ୍ଟ କରି କହିଥିଲେ ଯେ , "ହତ୍ୟାକାଣ୍ଡ ଦ୍ୱାରା ବିରୋଧକାରୀଙ୍କୁ ନୀରବ କରାଯାଇପାରିବ ନାହିଁ। କୃଷକଙ୍କ ନିରୀହ ରକ୍ତ ପାଇଁ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ଏବଂ ପ୍ରତ୍ୟେକ ଚାଷୀଙ୍କ ମନରେ ସରକାରଙ୍କ ଅହଂକାର ଏବଂ ନିର୍ଦ୍ଦୟତାର ବାର୍ତ୍ତା ପ୍ରବେଶ କରିବା ପୂର୍ବରୁ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ।"