ହେଡଲାଇନସ୍:

ଅମିତ୍ ନନ୍ଦନ ଜୟ ଶାହାଙ୍କୁ ଘଂଟ ଘୋଡାଇଛନ୍ତି ନରେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

• ପ୍ରବର୍ତନ ନିର୍ଦେଶାଳୟ , ଆୟକର ବିଭାଗ ଏବଂ ସିବିଆଇ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ । 

• ସୁପ୍ରିମ୍ କୋର୍ଟ ର ଦୁଇଜଣ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଉ ।

• ନରେନ୍ଦ୍ର ମୋଦି, ଅମିତ୍ ଶାହା ଏବଂ ତାଙ୍କ ପୁଅ ଜୟ ଶାହାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଭୁବନେଶ୍ୱର - ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ପୁଅ ଜୟ ଶାହାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ଗୋଟିଏ ଆର୍ଥିକ ବର୍ଷ ଭିତରେ ତା’ର କାରବାରକୁ ୧୬ ହଜାର ଗୁଣ ବୃଦ୍ଧି କରାଇଥିବା ଘଟଣାକୁ ବିଜେପି ଦଳ ଦେଶବ୍ୟାପୀ ଚଳାଇଥିବା ଭ୍ରଷ୍ଟାଚାର ଏବଂ ଦୁର୍ନୀତିର ଏକ ସାମାନ୍ୟ ନମୁନା ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି । ରେଜିଷ୍ଟ୍ରାର ଅଫ୍ କମ୍ପାନିଜ୍ ତଥ୍ୟ ଅନୁଯାୟୀ ୨୦୧୩-୧୪ ଆର୍ଥିକ ବର୍ଷରେ ଟେମ୍ପଲ ଏଂଟରପ୍ରାଇଜର୍ସ ନାମକ ଏହି କମ୍ପାନୀ ମାତ୍ର ୫୦ ହଜାର ଟଙ୍କାର କାରବାର କରୁଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତା’ର କାରବାର ନାଟକୀୟ ଢଙ୍ଗରେ ୮୦ କୋଟି ଟଙ୍କାରେ ପହଂଚି ଥିଲା । ସେହିପରି ଏହି କମ୍ପାନୀକୁ ଜନୈକ ରାଜେଶ ଅଗ୍ରୱାଲଙ୍କ ଦ୍ୱାରା ପରିଚାଳିତ ଏକ ଆର୍ଥିକ ସଂସ୍ଥା ଅସୁରକ୍ଷିତ ଋଣ ହିସାବରେ ୧୫.୭୮ କୋଟି ଟଙ୍କା ପ୍ରଦାନ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜେଶ ଅଗ୍ରୱାଲ ରାଜ୍ୟସଭା ସାଂସଦ ତଥା ରିଲାଏନ୍ସ କମ୍ପାନୀର ଜଣେ ଶୀର୍ଷସ୍ଥାନୀୟ ଅଧିକାରୀ ପରିମଲ୍ ନାଥ୍ୱାନିଙ୍କ ସମୁଦି । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଅମିତ୍ ଶାହାଙ୍କ ପୁଅ, ପତ୍ନୀ ଏବଂ ବୋହୂଙ୍କ ପରିଚାଳନାରେ ଥିବା ଟେମ୍ପଲ୍ ଏଂଟରପ୍ରାଇଜର୍ସର ନାଟକୀୟ ଆର୍ଥିକ ଅଭିବୃଦ୍ଧି ହେବା ସହ ଏହି ଆର୍ଥିକ ଅପରାଧ କେବଳ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ଆଶୀର୍ବାଦରୁ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଛୋଟ ଛୋଟ ଘଟଣାରେ ମୁଣ୍ଡ ପୁରାଉଥିବା ପ୍ରବର୍ତନ ନିର୍ଦେଶାଳୟ , ଆୟକର ବିଭାଗ ଏବଂ ସି.ବି.ଆଇ. ଏ ସଂପର୍କରେ ନିରବ କାହିଁକି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ‘ନା ଖାଉଙ୍ଗା, ନା ଖାନେଦୁଙ୍ଗା ସ୍ଲୋଗାନ ଦେଉଥିବା ମୋଦି ଏ ସଂପର୍କରେ ଆଖି ବୁଜି ଦେଇଛନ୍ତି । ଅତୀତରେ ବିଜେପି ଦଳର ସଭାପତିମାନେ ବିଭିନ୍ନ ସମୟରେ ଦୁର୍ନୀତିରେ ଜଡିତ ହୋଇ ନିଜର ପଦରୁ ଇସ୍ତଫା ଦେଇଛନ୍ତି । ଦୁର୍ନୀତି ଅଭିଯୋଗରେ ଲାଲକୃଷ୍ଣ ଆଡଭାନି, ବଙ୍ଗାରୁ ଲକ୍ଷ୍ମଣ ଏବଂ ନିତିନ୍ ଗଡକରୀ ସଭାପତି ପଦବୀରୁ ଇସ୍ତଫା ଦେବାର ନଜିର ଅଛି । ନିଜ ଦୁର୍ନୀତିକୁ ଲୁଚାଇବାକୁ ଯାଇ ଶାହା ‘ଦି ଓୟାର’ ଗଣମାଧ୍ୟମ ବିରୁଦ୍ଧରେ ଶହେ କୋଟି ଟଙ୍କାାର ମାନହାନି ମକଦ୍ଦମା ଦାୟର କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ପଛାଇ ନାହାନ୍ତି ।

ପ୍ରବର୍ତନ ନିଦେ୍ର୍ଧଶାଳୟ, ଆୟକର ବିଭାଗ ଏବଂ ସିବିଆଇ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଏବଂ ସୁପ୍ରିମ୍ ୍କୋର୍ଟର ଦୁଇଜଣ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯିବା ସହ ସ୍ୱଚ୍ଛତାର ଫମ୍ପା ନାରା ଦେଉଥିବା ମୋଦି, ଅମିତ୍ ଶାହା ଏବଂ ତାଙ୍କ ପୁଅ ଜୟ ଶାହାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି ଏବଂ ଲୋକନାଥ ମହାରଥି ଉପସ୍ଥିତ ଥିଲେ ।

0
0
0
s2sdefault