ହେଡଲାଇନସ୍:

ଜାଭେଦକର କଣ ସିବିଆଇର ମୁଖପାତ୍ର, ବିଜେଡିର ପ୍ରଶ୍ନ  ସିବିଆଇକୁ ହତିଆର ଭାବେ ବ୍ୟବହାର କରୁଛି ବିଜେପି ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର: “ଆହୁରି ବିଜେଡି ସାଂସଦ ଓ ବିଧାୟକଙ୍କୁ ସିବିଆଇ ବାନ୍ଧିବ” ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କର ବକ୍ତବ୍ୟ ଉପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର କ’ଣ ସିବିଆଇର ମୁଖପାତ୍ର ନା ସିବିଆଇ ତାଙ୍କ ଅଧୀନରେ କାର୍ଯ୍ୟ କରୁଛି? ସେ ସିବିଆଇର ଅଧିକୃତ ଅଧିକାରୀ କି? ଅଥବା ସିବିଆଇ ତା’ର କାର୍ଯ୍ୟାବଳୀ, କାର୍ଯ୍ୟପ୍ରଣାଳୀ ଓ ଅନୁସନ୍ଧାନର ରୂପରେଖ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଧାରବାହିକ ଅବଗତ କରାଏ କି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି ବୋଲି ପ୍ରଶ୍ନ କରିଛି ବିଜେଡି । 

ଆଜି ଦଳ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଉପ-ସଭାପତି ତଥା ମୁଖପାତ୍ର  ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ରାଜନୈତିକ ଉଦେ୍ଧଶ୍ୟରେ କେନ୍ଦ୍ର ସରକାର ଅପବ୍ୟବହାର କରୁଛନ୍ତି ବୋଲି ଯେଉଁ ସାଧାରଣରେ ଅଭିଯୋଗ ହେଉଛି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କ ବକ୍ତବ୍ୟ ତାହାକୁ ପ୍ରମାଣିତ କରୁଛି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ସିବିଆଇ କ’ଣ ବିଜେପିର ବା କେନ୍ଦ୍ରମନ୍ତ୍ରୀମାନଙ୍କ ଠାରୁ ତାଲିକା ନେଇ ଗିରଫଦାରୀ କରେକି? ଏହି ପ୍ରଶ୍ନ ଆଜି ଜନସାଧାରଣଙ୍କୁ ଆନେ୍ଦାଳିତ କରୁଛି । ସିବିଆଇ ଯାହା କରୁଛି, ତାହା କେନ୍ଦ୍ର ସରକାରଙ୍କର ଦ୍ୱାରା ପ୍ରଣୋଦିତ ଓ ପ୍ରାୟୋଜିତ ବୋଲି ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦ୍ୱାରା ଲୋକଙ୍କ ସନେ୍ଦହ ଆହୁରି ଦୃଢ଼ିଭୂତ ହେଉଛି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ କେନ୍ଦ୍ର ବିଜେପି ସରକାର ଓ ସିବିଆଇର ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି । ସେ ନିଜ ଗୋଡ଼ରେ କୁରାଢ଼ୀ ମାରିଛନ୍ତି । ଏହା ତାଙ୍କର ନିର୍ବୋଧତା ନା ରାଜନୀତିକ ଚାଲାକି? ସିବିଆଇକୁ ଅତୀତରେ ସୁପ୍ରିମକୋର୍ଟ ପଞ୍ଜୁରୀବଦ୍ଧ ଶୁଆ କହିଥିଲେ । ସିବିଆଇ ତା’ର ଇଜ୍ଜତ ହରାଇସାରିଛି । ଯାହା ବା କାଣିଚାଏ ବାକି ଥିଲା, ବିଜେପି ଅମଳରେ ସବୁ ଚାଲିଗଲା । ସିବିଆଇ ଏବେ ସରକାର ନୁହେଁ, ବିଜେପିର ଏକ ଦପ୍ତର ପାଲଟିଛି ବୋଲି କେନ୍ଦ୍ରମନ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି । ବିଜେପି ସ୍ୱାଧୀନ ଭାରତର ଅନେକ ପାରମ୍ପରିକ ଅନୁସ୍ଥନକୁ ଭାଙ୍ଗି ଚାଲିଛି । ଭାରତୀୟତାକୁ ମଧ୍ୟ କ୍ଷତି ପହଞ୍ଚାଇଛି । ସିବିଆଇ ଯେ ବିଜେପିର ଶିକାର ହୋଇଛି, ସିବିଆଇ ବିଜେପିର ଆୟୁଧ ପାଲଟିଛି, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟରୁ ପ୍ରମାଣିତ ହୋଇଛି । ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ପ୍ରତିପକ୍ଷଙ୍କୁ ହଇରାଣ କରିବା ପାଇଁ, ସିବିଆଇ କେନ୍ଦ୍ର ସରକାର ଦ୍ୱାରା ବ୍ୟବହୃତ ହେଉଥିବା ସ୍ପଷ୍ଟ ହୋଇଯାଇଛି । ବିଜୁ ଜନତା ଦଳ ଏପରି ବିବୃତି ଓ ମନୋବୃତ୍ତିର ଦୃଢ଼ ନିନ୍ଦା କରୁଛି । ଦେଶର ବିଧିସମ୍ବନ୍ଧ ଅନୁସନ୍ଧାନକାରୀ ସଂସ୍ଥାମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଏପରି ହସ୍ତକ୍ଷେପ କରି ସରକାର ସେହି ସଂସ୍ଥାମାନଙ୍କର ସ୍ୱାଧୀନତା କେବଳ ନଷ୍ଟ କରୁନାହାନ୍ତି, ତଦନ୍ତ ପ୍ରଣାଳୀକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରି ଦେଶର ସାମ୍ବିଧାନିକ ଓ ସଂଘୀୟ ବ୍ୟବସ୍ଥାରେ ବାରମ୍ବାର କୁଠାରଘାତ କରୁଛନ୍ତି । ଏ ପ୍ରକାର ଆଚରଣ ଓ ଉଚ୍ଚାରଣରେ ଓଡ଼ିଶାବାସୀ ବା ବିଜୁ ଜନତା ଦଳ ଭୟଭୀତ ଓ ଅବଦମିତ ହେବାର ପ୍ରଶ୍ନ ଉଠୁନାହିଁ.। ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ତଥା ପୂର୍ବରୁ ବିଜେପି ସଭାପତି ଦେଇଥିବା ମନ୍ତବ୍ୟରୁ ପ୍ରମାଣିତ ହୋଇଯାଉଛି ଯେ ବିଜେଡିକୁ ବଦନାମ କରିବା ପାଇଁ ବିଜେପି ସରକାର ସିବିଆଇକୁ ହତିଆର ଭାବେ ବ୍ୟବହାର କରୁଛି ବୋଲି ବିଜେଡି ଅଭିଯୋଗ କରିଛି` 

0
0
0
s2sdefault