ହେଡଲାଇନସ୍:

ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ : ମୋଦି ଶାସନରେ ଓଡିଆ ସମ୍ମାନିତ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାର ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଏବଂ କଳାକୁ ଜୀବିତ ରଖୁଥିବା ବ୍ୟକ୍ତିବିଶେଷଙ୍କୁ ମୋଦି ସରକାର ସମ୍ମାନିତ କରୁଛନ୍ତି 

ଭୁବନେଶ୍ୱର: ‘ମୋଦି ଶାସନରେ ଓଡିଆ ସମ୍ମାନିତ’ । ଆଜି ଭଳି ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ଦୁଇ ଜଣ ଓଡିଆ ତଥା ଶିଳ୍ପୀଗୁରୁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ଓଡିଶୀ ନୃତ୍ୟାଙ୍ଗନା ପଦ୍ମବିିଭୁଷଣ ସୋନାଲ ମାନସିଂହଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ସମସ୍ତ ନେତୃବୃନ୍ଦ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।

କଳା ,ସାହିତ୍ୟ , ସଂସ୍କୃତି ଏବଂ ସ୍ଥାପତ୍ୟର ରାଜ୍ୟ ହେଉଛି ଓଡିଶା । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର କଳା ସ୍ଥାପତ୍ୟ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ମୋଦିଙ୍କ ଶାସନରେ ଓଡିଶାର ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିତ୍ୱମାନେ ଉପଯୁକ୍ତ ସମ୍ମାନ ପାଇଁ ଆସୁଛନ୍ତି । ପୂର୍ବରୁ ହଳଧର ନାଗ, ଜିତେନ୍ଦ୍ର ହରିପାଲ, ଭବାନୀ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ, ଶିଶିର ମିଶ୍ର, ପ୍ରଭାକର ମହାରଣା, ଶ୍ରୀଭାସ ସୁପକାର, ଗୋବର୍ଦ୍ଧନ ପାଣିକାଙ୍କ ଭଳି ସାଧାରଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରି ଓଡିଶାର ସମ୍ମାନକୁ ଜାତୀୟ ଏବଂ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିଛନ୍ତି । ଆଜି ଭଳି ଏକ ପବିତ୍ର ଦିନରେ ରାଜ୍ୟର ଜଣେ ଉଚ୍ଚକୋଟୀର ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ଓଡିଶାର ବୋହୂ ତଥା ବିଶିଷ୍ଟା ନୂତ୍ୟାଙ୍ଗନା ପଦ୍ମବିଭୂଷଣ ସୋନାଲ ମାନସିଂହ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ଯୋଗୁଁ ସମଗ୍ର ଓଡିଶା ଆଜି ଗର୍ବିତ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

ଶ୍ରୀ ମହାନ୍ତି କହିଛନ୍ତି ଯେ, ଅତୀତରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ କଂଗ୍ରେସ ଓ ବିଜେଡି ଅପମାନିତ କରିଥିଲେ । ୨୦୧୪ ମସିହାରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟସଭା ପାର୍ଥୀ ପାଇଁ ସ୍ୱାଧୀନ ଭାବେ ନାମାଙ୍କନ କରିିବା ପରେ ରାଜ୍ୟ ବିଜେପି ଶ୍ରୀ ମହାପାତ୍ରଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିବା ସତ୍ୱେ କଂଗ୍ରେସ ସମର୍ଥନ କରିନଥିଲା ଏବଂ ଶାସକ ବିଜେଡିର ବିଧାୟକମାନେ କଂଗ୍ରେସ ସପକ୍ଷରେ କ୍ରସ ଭୋଟିଂ କରିଥିଲେ । ବିଜେଡି ଚାହିଁଥିଲେ ପୁର୍ନବାର ରାଜ୍ୟସଭା ପାଇଁ ଶ୍ରୀ ମହାପାତ୍ରଙ୍କୁ ପଠାଇ ପାରିଥାନ୍ତା । କିନ୍ତୁ ସେତେବେଳେ ବିଜେଡି ତାହା ନକରି ରାଜ୍ୟର ସ୍ୱାର୍ଥକୁ ବଳି ପକାଇ ନିଜ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲା । କଂଗ୍ରେସ ମଧ୍ୟ ଓଡିଆଙ୍କ ସାଧନା ଓ ଅସ୍ମିତାକୁ ହେୟଜ୍ଞାନ କରିଆସିଛି । ବିଜେଡିର ଆଶାବାଡି ସାଜି ସଦାସର୍ବଦା କାର୍ଯ୍ୟ କରିଆସୁଥିବା କଂଗ୍ରେସ ଦଳ ପାଖରେ ୨୦୧୪ ମସିହା ରାଜ୍ୟସଭା ନିର୍ବାଚନରେ ଆବଶ୍ୟକୀୟ ସଂଖ୍ୟକ ଭୋଟ ନଥାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ରଂଜୀବ ବିଶ୍ୱାଳ ଜୟଲାଭ କରିଥିଲେ ଏବଂ ଶ୍ରୀ ମହାପାତ୍ର ପରାଜୟ ବରଣ କରିଥିଲେ । ଏଥିରୁ ଉଭୟ ବିଜେଡି ଏବଂ କଂଗ୍ରେସର ଓଡିଶା ଓ ଓଡିଆଙ୍କୁ ହେୟଜ୍ଞାନ ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ଓଡିଶାର ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ ଏବଂ କଳାକୁ ଯେଉଁମାନେ ଜୀବିତ ରଖିଛନ୍ତି ସେମାନଙ୍କୁ କେନ୍ଦ୍ରସରକାରଙ୍କ ସୁପାରିଶ କ୍ରମେ ମହାମହିମ୍ ରାଷ୍ଟ୍ରପତି ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ।  ଏହା ନିଶ୍ଚିତ ଭାବେ ଓଡିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

0
0
0
s2sdefault