ହେଡଲାଇନସ୍:

ପୂର୍ବତନ ବିଧାୟକ କୈଳାସ କୁଲେସିକାଙ୍କୁ କାରଣ ଦର୍ଶାଅ ନୋଟିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - କେରାପୁଟ ଜିଲ୍ଲାରେ କଂଗ୍ରେସରେ ମତଭେଦ ଦୂରପରେ ପୁନର୍ବାର ଗଣମାଧ୍ୟମରେ ବିବୃତି ପ୍ରଦାନ କରିଥିବାରୁ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଶ୍ରୀ କୁଲେସିକାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ସଂପର୍କରେ ୭ଦିନ ମଧ୍ୟରେ ଉତର ପ୍ରଦାନ କରିବାକୁ ଶ୍ରୀ କୁଲେସିକାଙ୍କୁ କୁହାଯାଇଥିଲା । ଶ୍ରୀ କୁଲେସିକା ଏହାର ଉତର ପିସିସିକୁ ପ୍ରଦାନ କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ବକ୍ତବ୍ୟକୁ ଗଣମାଧ୍ୟମ ଠିକଭାବେ ପ୍ରକାଶ କରିନାହାନ୍ତି । ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ ଭବିଷ୍ୟତରେ ଏପରି କାର୍ଯ୍ୟ କରିବେ ନାହିଁ, ଦଳକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ କାର୍ଯ୍ୟରେ ସହଯୋଗ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ।

0
0
0
s2sdefault