ନାହାଙ୍ଗ ଗ୍ରାମପଞ୍ଚାୟତର ୮୦ ରୁ ଉର୍ଦ୍ଧ କର୍ମୀ ଓ ନେତା ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା (ଶାସକ ପ୍ରଶାସକ) : ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗାର ସାମଗ୍ରିକ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଦୃଢ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ନାହାଙ୍ଗ ଗ୍ରାମପଞ୍ଚାୟତର ୮୦ ରୁ ଉର୍ଦ୍ଧ କର୍ମୀ ଓ ନେତା ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି | ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ତାଙ୍କ ମାହାଙ୍ଗା ବାସଭବନରେ ଆନୁଷ୍ଠାନିକ ଭାବେ ବିଜୁଜନତା ଦଳ ରେ ଯୋଗ ଦେଲେ | ମନ୍ତ୍ରୀ ଶ୍ରୀ ଜେନା ସେମାନଙ୍କୁ ଦଳରେ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ ହେବ ବୋଲି ମତ ପ୍ରକାଶ କରିଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମାହାଙ୍ଗାରେ ଚାଲିଥିବା ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ଓ ସୁଫଳ ଅଧିକରୁ ଅଧିକ ଲୋକଙ୍କ ପାଖରେ ଯେମିତି ପହଂଚିପାରିବ ସେ ଦିଗରେ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ଶ୍ରୀ ଜେନା |

0
0
0
s2sdefault