ହେଡଲାଇନସ୍:

ନବୀନ ସରକାରଙ୍କ ନୀତି-ଆଦର୍ଶ ଓ ଯୋଜନା କାର୍ଯ୍ୟ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଆହ୍ବାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୩ ବ୍ଲକକୁ ନେଇ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରିପଦା ଗ୍ରାମ ସ୍ଥିତ ପୂର୍ତ୍ତ ବିଭାଗ ଡାକ-ବଙ୍ଗଳା ପରିସରରେ ବିଜେଡି ଦଳ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଟି ବ୍ଲକ ଯଥା:- ରା:ଉଦୟଗିରି-ନୂଆଗଡ ଓ ରାୟଗଡ ବ୍ଲକର ଜିଲ୍ଲା ପରିଷଦ ଜୋନ ସ୍ତରୀୟ ଦଳୀୟ କର୍ମୀ ଓ ନେତା ମାନଙ୍କୁ ନେଇ କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀ କାର୍ଯ୍ୟକ୍ରମରେ ମୁଖ୍ୟତଃ ଆଗାମୀ ଦିନ ମାନଙ୍କ'ରେ ଅନୁଷ୍ଠିତ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ସାଧଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ସହ ସାଙ୍ଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଏବଂ ନବୀନ ସରକାରଙ୍କ ନୀତି-ଆଦର୍ଶ ଓ ବିଭିନ୍ନ ଲୋକପ୍ରିୟ ଉନ୍ନୟନମୂଳକ ଯୋଜନା କାର୍ଯ୍ୟଗୁଡିକ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କରିବା ଉପରେ ବିଶେଷ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ ବିଜେଡି ସଭାପତି ଶ୍ରୀ ଏନୋସ ରଇତଙ୍କ ସଭାପତିତ୍ୱରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ , ଯୋଗଦେଇ କହିଥିଲେ ଯେ , ରାଜ୍ୟରେ ନବୀନ ସରକାରଙ୍କ ଅନନ୍ୟ ପ୍ରତିଭା ଓ କାମ କରିବା ଶୈଳୀ ଯୋଗୁଁ ସେ ଆଜି ସବୁ ସ୍ତରରେ ପ୍ରତିଷ୍ଠିତ ହୋଇ ଲୋକପ୍ରିୟତା ଅର୍ଜନ ହେବାସହ ନମ୍ବର-ୱାନ ଆସନ ଅଲନକୃତ କରି ପାରିଛନ୍ତି , ଯାହାକି , ଏହା ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ।
ନିର୍ବାଚନ ସମୟ ପାଖେଇ ଆସିଲେ ବିଭିନ୍ନ ରାଜନୈତିକ ଦଳର ନେତା-କର୍ମୀ ବିଭିନ୍ନ ଅଞ୍ଚଳକୁ ଯାଇ ମିଥ୍ୟା-ପ୍ରତିଶ୍ରୁତି ସବୁ ଦେଇ ଲୋକଙ୍କୁ ଭୁଆଁ ବୁଲାଇ କୁମ୍ଭୀର-କାନ୍ଦଣା କରିଥାନ୍ତି , କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ସେମାନଙ୍କ ଆଉ ଦେଖା ନ ଥାଏ , କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର କିନ୍ତୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଯେଉଁ ଦିନ ନିର୍ବାଚନ ଜିତନ୍ତି , ସେହି ଦିନଠାରୁ ସେ ତା ପରବର୍ତ୍ତୀ ନିର୍ବାଚନ ପାଇଁ ଖସଡ଼ା ତିଆରି କରିଥାନ୍ତି , ରାଜ୍ୟବାସୀଙ୍କ ବିଭିନ୍ନ ସୁଖଦୁଃଖ ଓ ଭଲମନ୍ଦରେ ରହି ସହଯୋଗର ହାତ ବଢ଼ାଇଥାନ୍ତି । କମ କଥା କହି ଅଧିକ କାମ କରିବା , ଏଭଳି ଅନେକ ଅଭିନ୍ନ ଶୈଳୀ ଯୋଗୁ ଆଜି-ପର୍ଯ୍ୟନ୍ତ ସେ ଲୋକଙ୍କ ଆସ୍ଥା ଓ ପ୍ରିୟଭାଜନ ହୋଇ ରାଜ୍ୟବାସୀଙ୍କ ଅକୁଣ୍ଠା ସହଯୋଗ ଓ ଆଶୀର୍ବାଦ ଫଳରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଆସନରେ ରହି ରାଜ୍ୟବାସୀଙ୍କ ଅକୁଣ୍ଠା ସେବା କରି ଆସୁଛନ୍ତି । ଏଭଳି ମୁଖ୍ୟମନ୍ତ୍ରୀ ପାଖରେ ଏବଂ ଦଳରେ ରହି କାମ କରି ଆସୁଥିବା ଯୋଗୁଁ ଆମେ ଆଜି ଗର୍ବିତ ବୋଲି କହିଥିଲେ ।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗତ ଦିନ ମାନଙ୍କରେ ରାଜ୍ୟରେ ଦେଖା ଦେଇଥିବା ଭୟାବହ ମହାମାରି କୋଭିଡ୍ , ତିତିଲି-ବାତ୍ୟା ଓ ବିଭିନ୍ନ ଦୁର୍ବିପାକ ସମୟରେ ତାଙ୍କର ମୁକାବିଲା ଓ ସୁପରିଚାଳନା ଶୈଳୀ , ତାଙ୍କୁ ଆଜି ଆଣିଦେଇଛି ନମ୍ବର-ୱାନ ଆସନକୁ।
ଦଳୀୟ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବା ସମ୍ପର୍କରେ , ବିଜେଡି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ ଯେ , ଜିଲ୍ଲାରେ ମୋଟ ୧୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଥିବା ବେଳେ ପ୍ରତ୍ୟେକ ଜୋନ୍ ଅଧିନରେ ବିଭିନ୍ନ ପଞ୍ଚାୟତ ରହିଛି । ଏହି ଜିଲ୍ଲା ପରିଷଦ ଜୋନ୍ ପାଇଁ ଦଳୀୟ ସଂଯୋଜକ ପଦବୀ ପାଇଁ ଚୟନ କରାଯିବ , ସେହି ସଂଯୋଜକ ମାନେ ସେମାନେ , ସେମାନଙ୍କ ସମ୍ପୃକ୍ତ ପଞ୍ଚାୟତ ଅଞ୍ଚଳକୁ ଯାଇ ଦଳୀୟ ବୈଠକ କରି ସେଥିରେ ସରପଞ୍ଚ , ସମିତିସଭ୍ୟ , ୱାର୍ଡସଭ୍ୟ ଓ ଦଳୀୟ ନେତୃବୃନ୍ଦ ମାନଙ୍କୁ ନେଇ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ଓ ତାଙ୍କ ନୀତି ଆଦର୍ଶକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହୋଇ ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବେ ବୋଲି କହିଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରି କହିଥିଲେ ଯେ , ସାଧାରଣ ଲୋକେ କେନ୍ଦ୍ରର ପେଟ୍ରୋଲ ଜାତ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁଁ ବ୍ୟସ୍ତ-ହତାଶ ହୋଇ ପଡିଲେଣି ଏବଂ ଦେଶବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ କେବଳ ଭୁଆଁ ବୁଲାଇ ବିଭ୍ରାନ୍ତି କରି ଚାଲିଛନ୍ତି , ତଦନୁ ଲୋକେ ତାଙ୍କୁ ଆଗାମୀ ନିର୍ବାଚନ ମାନଙ୍କରେ ଉଚିତ ଜବାବ ଦେବେ ବୋଲି ଶ୍ରୀ ନାୟକ କହିଥିଲେ।
ଏହି ଅବସସରରେ ରା:ଉଦୟଗିରି , ରାୟଗଡ଼ ଓ ନୂଆଗଡ ବ୍ଲକ ଅଞ୍ଚଳର ଶତାଧିକ କଂଗ୍ରେସ ଓ ଅନ୍ୟଦଳର କର୍ମୀ ବିଜେଡି ଦଳରେ ଯୋଗ ଦେଇଥିବା ବେଳେ ଦଳୀୟ ଉତ୍ତରୀୟ ପିନ୍ଧାଇ ସେମାନଙ୍କୁ ବିଜେଡି ଦଳକୁ ସ୍ୱାଗତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା-ସ୍ତରୀୟ ନେତୃବୃନ୍ଦ ଯଥା:- ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ୍ୱ ପାଳ , ବରିଷ୍ଠ ନେତା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ , ଶ୍ରୀ ଲକ୍ଷ୍ମୀକାନ୍ତ ପରିଛା , ପୂର୍ବତନ ଏସଡିସି ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗ , ଜିଲ୍ଲା ଯୁବ ସଭାପତି ଶ୍ରୀ ଏସ: ଲିଙ୍ଗରାଜ , ମହିଳା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ରାୟଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀ ଧନେଶ୍ବର ଭୂୟାଁ ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଆର୍: ବିଜୟ କୁମାର ପ୍ରମୁଖଙ୍କ ସମେତ ସମ୍ପୃକ୍ତ ୩ ଟି ବ୍ଲକର ବହୁ ଦଳୀୟ ନେତୃବୃନ୍ଦ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।

0
0
0
s2sdefault