ହେଡଲାଇନସ୍:

ନୂଆ ଓଡିଶା ନିର୍ମାଣ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ ନେଉ-ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନାବାର୍ଡର ୩୭ ତମ ପ୍ରତିଷ୍ଠା   ଉତ୍ସବ

12-07-18-Hotel-swasti-premi.jpg - 86.56 kB

ଭୁବନେଶ୍ୱର - ଓଡିଶାରେ ଅପାର ସମ୍ଭାବନା ରହିଛି । ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ । ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି । ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ତେଣୁ ନୂଆ ଓଡିଶା ଗଠନ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ ନେଉ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନାବାର୍ଡର ୩୭ ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଗତ ୨ ବର୍ଷ ମଧ୍ୟରେ ନାବାର୍ଡର କାଯ୍ୟ ପ୍ରଂଶସନୀୟ । ଋଣ ପ୍ରଦାନ କ୍ଷେତ୍ରରେ ୮୦୪୬ କୋଟିରୁ ଏହା ଏବେ ୧୭ ହଜାର ୧୯୫ କୋଟିରେ ପହଁଚିଛି । ନାବାର୍ଡରେ କୌଣସି ବିକଳ୍ପ ନାହିଁ । ନାବାର୍ଡର ଏହି ଋଣରେ ଓଡିଶାର ଗ୍ରାମାଚଂଳର ଢାଂଚା, ଜଳସେଚନ, କୃଷିବଜାର ଓ କୃଷି ଉତ୍ପାଦନରେ ସହାୟକ ହେବ । କେବଳ ଧାନ ନୁହେଁ ବଜେଟରେ ଗୋବର୍ଦ୍ଧନ ଯୋଜନା ଆସିଛି । ସବୁ ଚାଷୀଙ୍କ ଘରେ ବଳଦ, ଗାଇ, ମଇଁଷି ଅଛନ୍ତି । ସେମାନଙ୍କ ଗୋବର ଓ ବଜ୍ୟବସ୍ତୁରୁ ବାୟୋଗ୍ୟାସ ବାହାରିବ । ଇଣ୍ଡିଆନ ଅଏଲ କରପରେସନ ଓ ଅନ୍ୟାନ୍ୟ କମ୍ପାନୀ ମାଧ୍ୟମରେ ଏହାକୁ ବାୟୋ ସିଏନଜିରେ ପରିବର୍ତ୍ତନ କରିବେ । ତେଣୁ ଏପରି ଅଧିକରୁ ଅଧିକ ବାୟୋ ସିଏନଜି ଉତ୍ପାଦନ ନ ପାଇଁ ନାବାର୍ଡ ସହ ଓଡିଶାର ଏହାର ନେତୃତ୍ୱ ନେଉ । ଏହାଦ୍ୱାରା ଓଡିଶାର ଅର୍ଥନୀତିରେ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ନାବାର୍ଡକୁ ୫୦ ବର୍ଷ ପୂରଣ ପାଇଁ ୧୩ ବର୍ଷ ବାକିଅଛି । ସେହିପରି ଭାଷାଭିତିକ ରାଜ୍ୟର ୧୦୦ ବର୍ଷ ପୂରଣ ପାଇଁ ଓଡିଶାକୁ ଆହୁରି ୧୮ ବର୍ଷ ବାକି ଅଛି । ଏହି ସମୟ ମଧ୍ୟରେ ନୂଆ ଓଡିଶା “ପାଇଁ ନାବାର୍ଡ ନେତୃତ୍ୱ ନେବାର ସହ କାମ କରିବା ଦରକାର । ନାବାର୍ଡ ଏହି କାମ କଲେ ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ତାଙ୍କର କାମ କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତିବଦ୍ଧ । ଏଥିପାଇଁ ବହୁ ଯୋଜନା ଆରମ୍ଭ ହୋଇଛି । ଏବେ ଦେଶର ସମସ୍ତ ହାଟ ବଜାରକୁ ଜିଡିଟାଲ ଫର୍ମାଟରେ ଇ-ନାମ ସହ ଯୋଡିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟର ସମସ୍ତ ଆରଏମସିକୁ ମଧ୍ୟ ଏହା ସହ ଯୋଡିଲେ ରାଜ୍ୟର ଚାଷୀମାନେ ଦେଶ ଓ ବିଦେଶର ବଜାରକୁ ନିଜର ଉତ୍ପାଦନ  ସାମଗ୍ରୀ ପଠାଇ ପାରିବେ । ଓଡିଶାର ଚାଉଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗୀ ବନ୍ଦର ଦେଇ ବାହାରକୁ ରପ୍ତାନୀ ହେବ ଏହି ସବୁ କ୍ଷେତ୍ରରେ ନାବାର୍ଡର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟର ଥିବା ୫୦ ଲକ୍ଷ ଚାଷୀ ପରିବାରରରୁ ଆଜି ହିଁ ଭଲଭଲ ଲୋକ ବାହାରି ବିଭିନ୍ନ ସ୍ଥାନରେ ଅଛନ୍ତି । ରାଜ୍ୟର ବୌଦ୍ଧ, ମୟୁରଭଞ୍ଜ ଓ ମାଲକାନାଗିରି ପରି ୧୦ ଟି ଜିଲାରେ ଚାଷର ବିକଳ୍ପ ନାହିଁ । ତେଣୁ ଓଡିଶାରେ ଚାଷ ଅର୍ଥନୀତିର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର । ଗୋଟିଏ କୃଷି ଋଣରୁ ଅନ୍ୟଏକ ଋଣ ପାଇଁ ଯେଉଁ ଅବ୍ୟବସ୍ଥା ଅଛୁି ତାର ସୁଧାର କରିବା ଦରକାର । ସେହିପରି ଚାଷୀଙ୍କ କଥା ଓ ଗାଁ ଗଣ୍ଡାର କଥା କହିବା ସମୟରେ ଅଧିକାରୀ ମାନେ ଓଡିଆ ଭାଷାରେ କୁହନ୍ତୁ ବୋଲି କହିଥିଲେ ଶ୍ରୀ ପ୍ରଧାନ ।

0
0
0
s2sdefault