ହେଡଲାଇନସ୍:

ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ଲାଗୁ ହେଉ - ନିରଞ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର -ସ୍ଵାଧୀନତା ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ରାଜ୍ୟର ୯୭ ଲକ୍ଷ ୫୦ ହଜାର ପରିବାର ବା ୩ କୋଟି ୩୦ ଲକ୍ଷ ଜନସାଧାରଣଙ୍କ ପାଇଁ ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ ପାଇଁ ଘୋଷଣାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ଵାଗତ ଜଣାଇ ଏହାକୁ ସାରା ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ଲାଗୁ କରିବାକୁ ଦାବି କରିଛନ୍ତି । ସ୍ମାର୍ଟ ସ୍ଵାସ୍ଥ୍ୟ କାର୍ଡରେ ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଉଭୟ ସରକାରୀ ଓ ୨୦୦ ରୁ ଊର୍ଦ୍ଧ୍ୱ ବେସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପାଇବାକୁ ହକଦାର ହେବେ ଏହା ଭଲ ପଦକ୍ଷେପ, କିନ୍ତୁ ପାଖାପାଖି କୋଟିଏ ଓଡ଼ିଶାବାସୀ ଏ ଭଳି ସେବା ପାଇବାରୁ କ’ଣ ପାଇଁ ବଞ୍ଚିତ ହେବେବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି | ଏହି କୋଟିଏ ଲୋକଙ୍କ ଭିତରୁ ଅନ୍ତତଃ ୯୦ଲକ୍ଷ ଲୋକଙ୍କର ୫ଲକ୍ଷ ଟଙ୍କା ତ ଦୂରର କଥା ଲକ୍ଷେ ବା ଦୁଇ ଲକ୍ଷ ଟଙ୍କା ବାର୍ଷିକ ଡାକ୍ତରଖାନାରେ ଖର୍ଚ୍ଚ କରିବାର ସମ୍ବଳ ନାହିଁ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଓ ନିଜେ ସ୍ଵାଧୀନ ବ୍ୟବସାୟ କରି ଚଳୁଥିବା ଜନତା ସର୍ବାଧିକ ଭୁକ୍ତଭୋଗୀ ହେବେ । ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ବଙ୍ଗଳାର ସମସ୍ତ ୯ କୋଟି ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ସାଥୀ କାର୍ଡ ପ୍ରଦାନ କରିଛନ୍ତି । ତେଣୁ ଓଡ଼ିଶା ସରକାର ମଧ୍ୟ ସମସ୍ତ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ସ୍କିମ୍ ପରିବର୍ତିତ କରି ଲାଗୁ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି | ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର । ତେଣୁ ଏଥିରୁ ୨୬ ଭାଗ ଜନସାଧାରଣଙ୍କୁ ବଞ୍ଚିତ କରିବାର ଅଧିକାର ଓଡ଼ିଶା ସରକାରଙ୍କ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯେଉଁମାନଙ୍କର ସ୍ଵାସ୍ଥ୍ୟବୀମା ଭଳି ଆନୁସଙ୍ଗିକ ସୁବିଧାସୁଯୋଗ ରହିଛି, ସେମାନେ ସ୍ୱେଚ୍ଛାକୃତ ଭାବେ ସରକାରୀ ପ୍ରୋତ୍ସାହନକୁ ପରିତ୍ୟାଗ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

0
0
0
s2sdefault