ହେଡଲାଇନସ୍:

୧୪ତମ ସ୍ଥାନରେ ଓଡିଶା ରହିବା ନୈରାଶ୍ୟଜନକ : “ବୁଡିଗଲା ଗୋଡ ତଳକୁ ତଳକୁ” : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ‘ଇଜ ଅଫ ଡୁଇଙ୍ଗ ବିଜିନେସ' ତାଲିକା

ଭୂବନେଶ୍ୱର, ତା.୧୧/୦୭: ପ୍ରତିକୂଳ ବ୍ୟବସ୍ଥା କାରଣରୁ ଆଜି ବହୁ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଂଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା  ହୋଇପାରୁନାହିଁ । “ବୁଡିଗଲା ଗୋଡ ତଳକୁ ତଳକୁ” ଭଳି ରାଜ୍ୟ ସରକାରଙ୍କ ସ୍ଥିତି ପାଲଟିଛି । ଗତ କାଲି ପ୍ରକାଶିତ ‘ଇଜ୍ ଅଫ ଡୁଇଙ୍ଗ ବିଜିନେସ’ ତାଲିକାରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଶ୍ୱ ବ୍ୟାଂକ ସହାୟତାରେ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଗତ କାଲି ପ୍ରକାଶିତ ‘ଇଜ ଅଫ ଡୁଇଙ୍ଗ ବିଜିନେସ' ମାନ୍ୟତାରେ ଓଡିଶାର ତଳକୁ ଖସି ୧୪ ତମ ସ୍ଥାନ ଗ୍ରହଣ କରିବା ଅତ୍ୟନ୍ତ ନୈରାଶ୍ୟ ଏବଂ ଶିଳ୍ପ ଏବଂ ବ୍ୟବସାୟ  ପ୍ରତିଷ୍ଠାନ  ପାଇଁ ଚିନ୍ତା ଜନକ ପରିସ୍ଥିତି ଉତ୍ପନ୍ନ ହୋଇଛି । ଏହି ତାଲିକାରେ ୨୦୧୫ ମସିହାରେ ଓଡିଶାର ସ୍ଥାନ  ୭ମ  ଥିବାବେଳେ ୨୦୧୬ ମସିହାରେ ୪ଟି ଅଙ୍କ ତଳକୁ ଖସି ଏହା ୧୧ ସ୍ଥାନରେ ପହଂଚି ଥିଲା । ବର୍ତମାନ ଏହା ୧୪ ତମ ସ୍ଥାନକୁ ଖସି ଆସିଛି । ଗତ ୨ ବର୍ଷରେ ୭ଟି ସ୍ଥାନ ତଳକୁ ଓଡିଶା ଖସି ଆସିବା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପଡୋଶୀ ଆନ୍ଧ୍ରପ୍ରଦେଶ ୧ମ, ନବଗଠିତ ତେଲେଙ୍ଗାନା ରାଜ୍ୟ ୨ୟ, ଆଦିବାସୀ ଅଧ୍ୟୁଷିତ ଝାରଖଣ୍ଡ ୪ର୍ଥ ସ୍ଥାନ ଅଧିକାର କରିଥିବାବେଳେ ପ୍ରାକୃତିକ ସଂପଦ ପରିପୂର୍ଣ୍ଣ ଓଡିଶା ରାଜ୍ୟ ୧୪ତମ ସ୍ଥାନରେ ରହିବା ଶାସକ ବିଜେଡିର ଆନ୍ତରିକତା ଅଭାବ ଓ ବିକାଶ ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଶିଳ୍ପ ସହଯେଗୀ ଓ ଶିଳ୍ପ କୈନ୍ଦ୍ରିକ ଇକୋ ସିଷ୍ଟମ ପ୍ରଦାନ କରିବାରେ ଦାବି ମୁତାବକ ଓଡିଶା ସରକାର ବିଫଳ ହୋଇଛନ୍ତି । ‘ଇଜ ଅଫ ଡୁଇଙ୍ଗ ବିଜିନେସ' ତାଲିକାରେ ଲଗାତର ଭାବେ ମାନ୍ୟତା ତଳକୁ ତଳ ଖସିବା ରାଜ୍ୟ ସରକରାଙ୍କ ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିଥିବା ଦାବିକୁ ସଂପୂର୍ଣ୍ଣ ରୂପେ ଭୃଲ ପ୍ରମାଣିତ କରିଛି । ରାଜ୍ୟସରକରାଙ୍କ ତଥାକଥିତ ସଂସ୍କାର ପୁଂଜି ନିବେଶକାରୀଙ୍କ ବିଶ୍ୱାସଭାଜନ ହୋଇପାରିନାହିଁ । ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶା, ଷ୍ଟାର୍ଟ ଅଫ ଓଡିଶା କନକ୍ଲେଭ କେବଳ ଲୋକ ଦେଖାଣିଆ ଏବଂ ପ୍ରଚାର ସର୍ବସ୍ୱ ବୋଲି ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କ ନାଟକବାଜୀକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆଗାମୀ ନଭେମ୍ବର ମାସରେ ଓଡିଶା କଲକ୍ଲେଭ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ତାହା କଣ ନିବେଶକାରୀଙ୍କ ଆସ୍ଥା ଭାଜନ ହୋଇପାରିବ କି ? ସାର୍ଟିଫିକେଟ ଯୋଗାଡ କରିବା ପାଇଁ ରାଜ୍ୟର ମୁଖିଆ ତତ୍ପର  ଥିବାବେଳେ ରାଜ୍ୟ ପାଇଂ ସାର୍ଟିଫିକେଟ କାହିଁକି ଯୋଗାଡ କରିପାରୁ ନାହାଁନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି ।

ଅପର ପକ୍ଷରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୪ ବର୍ଷ ମଧ୍ୟରେ ଇଜ ଅଫ ଡୁଇଂ ବିଜେନେସ ମାନ୍ୟତାରେ ୪୨ ରାଙ୍କ  ଉପରକୁ ଉଠିଛି । କିନ୍ତୁ ରାଜ୍ୟ ସରକାର ଯେତେ ସଂସ୍କାରର ଡିଣ୍ଡିମ ପିଟିଲେ ସୁଦ୍ଧା ବର୍ତ୍ତମାନ  ନିବେଶକାରୀଙ୍କ ଆସ୍ଥା ଭାଜନ ହୋଇପାରିନାହାଁନ୍ତି, ଯାହା ଫଳରେ ରାଜ୍ୟର ଯୁବକମାନଙ୍କ ନିଯୁକ୍ତି, ଆତ୍ମନିଯୁକ୍ତି ଓ ରୋଜଗାର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ଯୁବକମାନେ ଓଡିଶାରେ ନିଯୁକ୍ତି ନପାଇ ରାଜ୍ୟ ବାହାରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ରାଜ୍ୟ ସରକାର ଦୀର୍ଘ ୧୮ ବର୍ଷ ଭିତରେ ପର୍ଯ୍ୟାପ୍ତ ସମୟ ପାଇଥିଲେ ମଧ୍ୟ ରାଜ୍ୟର ବିକାଶ ପାଇଁ ଇଚ୍ଛା ଶକ୍ତି ଅଭାବରୁ ରାଜ୍ୟର ଉନ୍ନତିରେ ନିଜକୁ ପଛରେ ପକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault