ହେଡଲାଇନସ୍:

ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ବ୍ଲକ ସଭାପତିଙ୍କର ନାମ ଘୋଷଣା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ସହିତ ସରକାରଙ୍କର ଦ୍ୱାରା କାର୍ଯକାରୀ କରାଯାଉଥିବା ପ୍ରତ୍ୟେକ ଯୋଜନା କୁ ଶେଷ ବ୍ୟକ୍ତି ଙ୍କର ପର୍ଯନ୍ତ ପହଞ୍ଚାଇବା ପାଇଁ ବିଜୁ ଜନତା ଦଳ ପ୍ରୟାସ ଜାରି ରଖିଛି । ଇତି ମଧ୍ୟରେ ଦଳର ଯୁବ , ଛାତ୍ର , ମହିଳା ସଂଗଠନ ଉପରେ ସଙ୍ଗଠନକୁ ମଜବୁତ କରିବା ପାଇଁ ଅଧିକ ଦାୟିତ୍ୱ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମ ରେ ଆଜି ବରଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ନୀଳକୁମାରୀ ନାୟକଙ୍କର ଦ୍ୱାରା ଜିଲ୍ଲାର ସମସ୍ତ ବ୍ଲକ , ମୁନିସିପାଲଟି, ଏନଏସିର ସଭାପତି ସହିତ ଜିଲ୍ଲାସ୍ତରୀୟ  ସମସ୍ତ କର୍ମକର୍ତ୍ତାଙ୍କର ନାମ ଘୋଷଣା କରିଛନ୍ତି । ଜିଲ୍ଲା ସଭାପତି ଙ୍କର ଦ୍ୱାରା , ଝରଣା କର୍ଣଙ୍କୁ ଅତାବିରା , ଜୋତ୍ସ୍ନାମୟୀ ସିଂଙ୍କୁ ଭେଡେନ , ସୁଧାଞ୍ଜଳି ମେହେର ଭେଡେନ , ମମତା ସାହୁ ବରଗଡ଼ ବ୍ଲକ , ଶାନ୍ତିଲତା ସାହୁଙ୍କୁ ଅମ୍ବଭନା ବ୍ଲକ , ଅନୁପମା ଭୁଏଙ୍କୁ ଭଟଲି ବ୍ଲକ , ହିମାଲୟା ସାହୁଙ୍କୁ ସୋହେଲା , ମିନୁ ଶର୍ମାଙ୍କୁ ବିଜେପୁର , ସତ୍ୟଭାମା ପ୍ରଧାନଙ୍କୁ ବରପାଲି ବ୍ଲକ , ସ୍ବର୍ଣ୍ଣାଲତା ନନ୍ଦଙ୍କୁ ଗାଇସିଲେଟ ବ୍ଲକ , ରଜନୀ ସାହୁ ରାଜବୋଡାସମ୍ବର ବ୍ଲକ , କୁମାରୀ ବରିହାଙ୍କୁ ପାଇକମାଲ ବ୍ଲକ , ହୀରବତୀ ଗଡଟିଆଙ୍କୁ ଝାରବନ୍ଧ ବ୍ଲକ , କଳ୍ପନା ମାଝୀଙ୍କୁ ବରଗଡ଼ , ଜ୍ୟୋତିର୍ମୟୀ ମିଶ୍ରଙ୍କୁ ଅତାବିରା ଏନଏସି , ମମତା ବେହେରାଙ୍କୁ ବିଜେପୁର ଏନଏସି ଓ ମନୋରମା ମହାପାତ୍ର ଙ୍କୁ ପଦ୍ମପୁର ଏନଏସିର ସଭାପତି ଭାବରେ ଦାଇତ୍ୱ ପ୍ରଦାନ କରାଯାଇଛି । ଏହା ସହିତ ଛଅ ଜଣଙ୍କୁ ଜିଲ୍ଲା ଉପସଭାପତି , ଆଠ ଜଣଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ, କୋଡିଏ ଜଣଙ୍କୁ  ସମ୍ପାଦକ , ଓ ସଂଜୁଲତା ସଥପଥୀ ତଥା ରଶ୍ମିତା ମେହେରଙ୍କୁ ଡିଜିଟାଲ ସେକ୍ରେଟାରୀ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିବା କହିଛନ୍ତି ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ନିଲକୁମାରି ନାୟକ ।

0
0
0
s2sdefault