ହେଡଲାଇନସ୍:

ବିଜୁ ଛାତ୍ର ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ତଥା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବିରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋହେଲା ଠାରେ ବ୍ଲକ କର୍ମକର୍ତ୍ତା ବୈଠକ କାର୍ଯ୍ୟକ୍ରମରେ ଭଟଲି ନିର୍ବାଚନ ମଣ୍ଡଳୀର ସୋହେଲା,ଭଟଲି ଓ ଅମ୍ବାଭୋନା ବ୍ଲକର ନୂତନ ଭାବେ ନିଯୁକ୍ତ ଛାତ୍ର ଛାତ୍ରୀ ପଦାଧିକାରୀ ମାନଂକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ  ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ  ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ   ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ  ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ସମସ୍ତ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି କରନ ସିକନ୍ଦର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶୁଭ୍ରାଂଶୁ ପାଢ଼ୀ,ବିଜୁ ଯୁବ ଜନତା ଦଳର ଜିଲ୍ଲା IT କୋଡ଼ିନେଟର ଓ ଡିଜିଟାଲ ସେକ୍ରେଟାରୀ ସୁରେଶ ବାଗ,ଯୁବ ସାଧାରଣ ସମ୍ପାଦକ ରାହୁଲ ସାହୁ, ଛାତ୍ର ସାଧାରଣ ସମ୍ପାଦକ ବାବୁ ସାଗର,ବ୍ଲକ୍ ଛାତ୍ର ସଭାପତି, ଛାତ୍ର ସାଧାରଣ ସମ୍ପାଦକ,ସମ୍ପାଦକ,ଡିଜିଟାଲ ସେକ୍ରେଟାରୀ ଓ IT କୋଡ଼ିନେଟର ଉପସ୍ଥିତ ଥିଲେ।

0
0
0
s2sdefault