ହେଡଲାଇନସ୍:

ସହରରେ ଭୂମିହୀନଙ୍କୁ ଘର ଓ ଡିହ ପଟ୍ଟା ଦିଆଯାଉ-ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର/ ନିରୋଜ ମିଶ୍ର - ଜିବିକା ନିର୍ବାହ ପାଇଁ ବଲାଙ୍ଗିର ସହରର ଆଖ ପାଖ ଅଂଚଳ ନିକଟବର୍ତ୍ତି ଗାଁ ଗଣ୍ଡାରୁ ଅନେକ ଲୋକ ସହର ମଧ୍ୟକୁ ଆସୁଛନ୍ତି । ସମୟକ୍ରମେ ସେମାନେ ନିଜର ପେଟ ପାଟଣା ପାଇଁ ଅନେକ ସରକାରୀ ଜାଗାରେ ଘର ଖଣ୍ଡେ ତିଆରି କରି ରହିଯାଉଛନ୍ତି । ସରକାରର ଦାୟିତ୍ୱ ଓ କର୍ତ୍ତବ୍ୟ ହେଲା ସେପରି ଗରିବ ଭୂମିହୀନ ଲୋକମାନଙ୍କ ଜିବନ ଧାରଣା ପାଇଁ ସେମାନେ ରହୁଥିବା ଜାଗାରେ ସେମାନଙ୍କୁ ଥଇଥାନ କରିବା ଦରକାର । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସ୍ପଷ୍ଟ  ନିଦେ୍ର୍ଧଶ ତଥା ଆଇନର ବ୍ୟବସ୍ଥା ମୁତାବକ ସହର ମଧ୍ୟରେ ସରକାରୀ ଜମିରେ ରହୁଥିବା ଗରିବ, ଖଟିଖିଆ, ଭୂମିହୀନମାନଙ୍କୁ ସରକାର ବିନା ମୁଲ୍ୟରେ ଜମି ଓ ବାସଗୃହ ପାଇବାର ବ୍ୟବସ୍ଥା ସରକାର କରିବା ଉଚିତ । ତେଣୁ ସେପରି ଲୋକଙ୍କୁ ସରକାର ବିନା ମୁଲ୍ୟରେ ଘର ଓ ଡିହ ପ୍ରଦାନ କରୁ ବୋଲି ଆଜି ମାନ୍ୟବର ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କୁ ଜଣାଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ ସହର ମଧ୍ୟରେ ନଜୁଲ ଜମି ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତତ୍କାଳ  ଜମି ପଟ୍ଟା ପ୍ରଦାନ କରିପାରିବ । ଏପରିକି ଜବରଦଖଲରେ ଥିବା ପତିତ, ଅନାବାଦି, ପଥର ଚଟାଣ ଇତ୍ୟାଦି କିସମର ଜମିକୁ ମଧ୍ୟ ଗରିବ ଭୂମିହୀନମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ତଥା ଆଇନ ବ୍ୟବସ୍ଥା ଅନୁଯାୟୀ ସରକାର ତାଙ୍କ ନାଁରେ ବିନା ମୁଲ୍ୟରେ ଘର ଡିହ ପଟ୍ଟା ପ୍ରଦାନ କରିବା ଦରକାର । କିନ୍ତୁ ଦୁଃଖର ବିଷୟ ଦିର୍ଘ ବର୍ଷରୁ ଗରିବ ଲୋକଙ୍କ ପାଇଁ କରାଯାଇଥିବା ଏହି ଦାବିକୁ ସରକାର କର୍ଣ୍ଣପାତ କରୁନାହିଁ । ଦୁଇ ବର୍ଷ ପୂର୍ବେ ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ସହର ମଧ୍ୟରେ ମ୍ୟୁନିସିପାଲିଟି ପକ୍ଷରୁ ସର୍ଭେ କରାଯାଇ ଜବରଦଖଲରେ ଥିବା ୫ହଜାର ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ମଧ୍ୟରୁ ଜଣକୁ ମଧ୍ୟ ପଟ୍ଟା ପ୍ରଦାନ କରାଯାଇନାହିଁ । ଓଲଟା ଶୁଣିବାକୁ ମିଳୁଛି ଅନେକ ଆପତ୍ତି ଜନକ ଜମି, ଇଡ୍କୋ ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଜମି ଅଧିକାର ପତ୍ର ପ୍ରଦାନ କରାଯାଇଛି । ଏପରିକି ଗରିବଙ୍କ ପାଇଁ ଥିବା ଏହି ଯୋଜନା ଅନେକ ଜାଗାରେ ଧନୀ ଶ୍ରେଣୀ ଲୋକମାନଙ୍କୁ ପ୍ରଦାନ କରାଯାଇଛି ବୋଲି ଶୁଣିବାକୁ ମିଳୁଛି । ଦୁଇ ବର୍ଷ ପୂର୍ବେ ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ତଥା ଆଗାମୀ ୫୦ ବର୍ଷକୁ ଆଖି ଆଗରେ ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ସହର ଉପାନ୍ତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ନିର୍ବାଚନ ମଣ୍ଡଳି ସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ଦାବି କରାଯାଇଥିଲା । ଯାହାକି ବର୍ତ୍ତମାନ ମଞ୍ଜୁରି ପାଇ ସାରିଛି । ମୋର ସ୍ପଷ୍ଟ ମତ ହେଲା ସେ ସମୟରେ ଯେଉଁ ସ୍ଥାନରେ ଜିଲ୍ଲାପାଳ ଅଫିସ ଯାହାକୁ ବର୍ତ୍ତମାନ ଜିଲ୍ଲାସ୍ତରୀୟ ଲୋକସେବା ଭବନ କୁହାଯାଉଛି ତାହା ନିର୍ମାଣ ପାଇଁ ନିରୁପଣ କରାଯାଇଥିଲା ସେ ଜାଗାରେ ଜିଲ୍ଲାସ୍ତରୀୟ ଲୋକ ସେବା ଭବନ ତିଆରି କରାଯାଉ । ଯେହେତୁ ବଲାଙ୍ଗିରକୁ ବର୍ତ୍ତମାନ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପ ଆସିବାର ଅଛି । ସେ ସବୁର ନିର୍ମାଣ ପାଇଁ ଅନେକ ଜାଗା ଦରକାର । ସେସବୁକୁ ନିର୍ମାଣ କରିବା ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ହେବ । ତାହା ସହ ପ୍ରାଥମିକତା ଭିତ୍ତିରେ ସହର ମଧ୍ୟରେ ରହୁଥିବା ଗରିବ ଭୂମିହୀନଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ନିଦେ୍ର୍ଧଶ ଏବଂ ଆଇନର ବ୍ୟବସ୍ଥା ମୁତାବକ  ଯଦି ସେମାନେ ନଜୁଲ, ପତିତ, ଅନାବାଦି, ପଥରଚଟାଣ ଇତ୍ୟାଦି ଜାଗାକୁ ଜବରଦଖଲ କରୁଛନ୍ତି ସେମାନଙ୍କୁ ସେଠାରେ ଥଇଥାନ କରାଯାଉ । ଜିଲ୍ଲା ପ୍ରଶାସନ ସବୁବେଳେ କହୁଛିି ଭୂମିହୀନଙ୍କୁ ଘରଡିହ ଦେବା ପାଇଁ ଜାଗା ଚିହ୍ନଟ ସରିଛି ଶିଘ୍ର ଦିଆଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ ତିଳେମାତ୍ର ଅଗ୍ରସର ହେଉନାହିଁ   ଫଳରେ ଗରିବ ଲୋକମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏଣୁ ମୋର ଅନୁରୋଧ ସରକାର ଯେତେ ଶିଘ୍ର ହେବ ବଲାଙ୍ଗିରରେ ଗରିବ ଭୂମିହିନଙ୍କ ପାଇଁ ମାଗଣାରେ ଘରଡିହ ପ୍ରଦାନ କରୁ ନଚେତ ଯଦି ଆଗାମୀ ଦିନରେ ଏହାକୁ ନେଇ ଜନ ଆନେ୍ଦାଳନ ତିବ୍ର ରୂପ ନିଏ ତେବେ ସରକାର ଦାୟୀ ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।

 

0
0
0
s2sdefault