ହେଡଲାଇନସ୍:

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ଦୋମୁହାଁ ନୀତି କୁ ବିରୋଧ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :- ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଜିଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ  ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ବିଳମ୍ବ ହେବା ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କର ଦୋମୁହାଁ ନୀତି କୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀରେ ଉଦବେଗ  ପ୍ରକାଶ କରିଛନ୍ତି | ଏଥିପାଇଁ ଆସନ୍ତା  ୭ତାରିଖ ଦିନ ବାରଘଣ୍ଟିଆ  ସୁନ୍ଦରଗଡ ବନ୍ଦ ଡାକରା ଦେଇଛନ୍ତି  | ସୁନ୍ଦରଗଡ ଠାରେ ଦ୍ୱିତୀୟ ଏମ୍ସ  ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବା ,ଇବ୍ ନଦୀ ଉପରେ  ବ୍ୟାରେଜ ନିର୍ମାଣ କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବା ,ଡ଼ିଏମଏଫ ପାଣ୍ଠି ର ସଦୁପଯୋଗ କରିବା ,ସୁନ୍ଦରଗଡର ବିକାଶ ରେ ଜନସାଧାରଣ ଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରାଧାନ୍ୟ ଦେବା ପ୍ରସଙ୍ଗରେ ଉଭୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି  | ସୁନ୍ଦରଗଡ ସହର ଜନସାଧାରଣଙ୍କୁ ଉଦିଷ୍ଟ  ମୌଳିକ  ସୁବିଧା ଯୋଗାଇବାରେ ଫେଲ ମାରିବା ଏବଂ ପୌରପାଳିକା ର ଅତ୍ୟନ୍ତ ନୈରାଶ୍ୟ ଜନକ କାର୍ଯ୍ୟ କଳାପ  ଅତ୍ୟନ୍ତ ଉଦବେଗ  ତଥା ଚିନ୍ତା ଜନକ  ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି  | ଜନସାଧାରଣଙ୍କର ତଥା ଜିଲ୍ଲାର ସ୍ୱାର୍ଥ  ଦରକାର ପଡିଲେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓଲ୍ହାଇବ | ଏହି ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ ଗୁଡିକ ଆରମ୍ଭ  କରିବା ପାଇଁ  ଦାବି ଜଣାଇ ଆସନ୍ତା ୭ତାରିଖ ଦିନ ସୁନ୍ଦରଗଡ ବନ୍ଦ କୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି |

ଆଜିକାର ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ଦଳ ର ବରିଷ୍ଠ ନେତୃ ବର୍ଗ ପୂର୍ବତନ ବିଧାୟକ ଡା.ପ୍ରଫୁଲ୍ଲ ମାଝୀ, ,ବରିଷ୍ଠ ଆଡ଼ଭୋକେଟ ନିମାଇଁ ଚରଣ ନାଏକ, ପିସିସି ର ପୂର୍ବତନ ସାଧାରଣ ସମ୍ପାଦକ  ରାଜ କିଶୋର ଷଡ଼ଙ୍ଗୀ ,ବିରଂଚି ନାରାୟଣ ତ୍ରିପାଠି,ଅରୁଣ କୁମାର ପ୍ରୂସେଠ ,ଆଡ଼ଭୋକେଟ କମଳ ସେନ,ରାଜ୍ୟ ସେବା ଦଳ ସାଧାରଣ ସମ୍ପାଦକ ମୁନୁ ସରାଫ, ଅଜିତ ପ୍ରସାଦ ,କାଲିପଦ ସାମଲ ,ପର୍ଶୁରାମ ସରାଫ ,ଅଦ୍ୱେତ ସରାଫ ,ଟାଉନ କଂଗ୍ରେସ ସଭାପତି ନେପାଳ ଚନ୍ଦ୍ର ସାହୁ ,ବିଧାନ ସଭା କ୍ଷେତ୍ର ଯୁବ ସଭାପତି ବିଶ୍ୱଜିତ ପଟ୍ଟନାୟକ ,ସଂଜୟ  ସାହୁ ,ଜିଲ୍ଲା ପରିଷଦ ସଭ୍ୟ ନରେଶ ପ୍ରତାପ ସିଂ ,ରମଣୀ ରଞ୍ଜନ ଯୋଶୀ ,ଛାତ୍ର କଂଗ୍ରେସ ସଭାପତି ଏମ .ଡି .ଫୈଜଲ ,ଶରତ ପୁରୋହିତ ,ସତ୍ୟ ନାରାୟଣ ସାହୁ ,ଆଡ଼ଭୋକେଟ ପ୍ରଣବ ସିଂ ,ମନୋଜ ମହାରଣା ,ପ୍ରମୁଖ ଯୋଗ ଦେଇଥିଲେ .

 

 

 

0
0
0
s2sdefault