ହେଡଲାଇନସ୍:

ଟଙ୍କିକିଆ ଚାଉଳକୁ ନେଇ ବିଜେଡି-ବିଜେପି କଳି : ଯଦି ଦୟା ନୁହେଁ କର୍ତବ୍ୟ, ତେବେ ଏ ପିଲା କଳି କାହିଁକି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର ରୁ ମାନସୀ ମିଶ୍ର  : ଭାରତର ଜଣେ ବି କେହି ଭୋକରେ ନରହିବେ ତାହାକୁ ଦୃଷ୍ଟିରେ ରଖି  ତତ୍କାଳୀନ ମନମୋହନ ସିଂ ଉପା ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣି ଖାଦ୍ୟକୁ ଏକ ଅଧିକାର ଭାବେ ନିଶ୍ଚିତ କରାଇଲେ। ପ୍ରାୟ ୧.୨ ବିଲିଅନ ଲୋକଙ୍କୁ ଖାଦ୍ୟ ନିଶ୍ଚିତ କରିବାକୁ କଂଗ୍ରେସ ସରକାରଙ୍କ ଐତିହାସିକ କାର୍ଯ୍ୟକ୍ରମ`। ପୂର୍ବରୁ କାର୍ଯ୍ୟକ୍ରମ ଭାବେ ଚାଲୁଥିବା ମଧ୍ୟାହ୍ନ ଭୋଜନ, ଆଇସିଡିଏସ , ସାଧାରଣ ବଣ୍ଟନ ବ୍ୟବସ୍ଥା, ମାଟରନିଟି ବେନିଫିଟ ସ୍କିମ, ପବ୍ଲିକ ଡିସଟ୍ରିବିଉଶନ ସିଷ୍ଟମକୁ ଲିଗାଲ ଭାଲିଡିଟି ମିଳିଲା ମୁଣ୍ଡପିଛା ୫କେଜି ଖାଦ୍ୟଶସ୍ୟ ଚାଉଳ, ଗହମ ତ ବଜାର ଯଥାକ୍ରମେ ୩ ଟଙ୍କା, ୨ ଟଙ୍କା ଓ ୧ଟଙ୍କାରେ ଦେବାପାଇଁ ନିଶ୍ଚିତ କରାଗଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଅର୍ଥ ବ୍ୟବସ୍ଥା କରିଥିଲେ।  ହେଲେ ସେତେବେଳେ କଂଗ୍ରେସ ସରକାର ପ୍ରଚାର କରି ନିଜର କାର୍ଯ୍ୟକ୍ରମ ବୋଲି ଘୋଷଣା କରିନଥିଲେ ୧୦୮ ଆମ୍ବୁଲାନ୍ସ ଭଳି । ଯାହାର ଫାଇଦା ନେଲେ ରାଜ୍ୟ ସରକାର ମାନେ  ଉପା ସରକାରଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ରାଜ୍ୟ ସରକାର ହାଇଜାକ କରିବାକୁ ଉଦ୍ୟମ କରିଥିଲେ । ଏହାକୁ ନିଜର କାର୍ଯ୍ୟକ୍ରମ ବୋଲି ପ୍ରଚାର  କରିଚାଲିଲେ.। ସେମାନଙ୍କ ଭିତରେ ଥିଲେ ଓଡିଶା ସରକାର. ଆଉ ଜନ୍ମ ନେଇଥିଲା ଟଙ୍କିକିଆ ଚାଉଳ ।  ଯାହାକୁ ନେଇ ଏବେ ବିଜେପି  କେନ୍ଦ୍ର ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି । ଆଉ ଉଭୟଙ୍କ ଭିତରେ ଏବେ ଚାଲିଛି ଲଢେଇ ଉପା ସରକାର ସମୟରେ ହୋଇଥିବା ଏ ଐତିହାସିକ ଆଇନର ଶ୍ରେୟ କିଏ ନେବା । ଉପରେ ସରକାର ଏମିତି ବ୍ୟବସ୍ଥା କରିଦେଇ ଗଲେ ଯେ କେନ୍ଦ୍ରରେ ଯିଏ ବି ସରକାରରେ ରହିବ ବା ଆସିବା, ଲୋକଙ୍କ ପେଟକୁ ଦାନା ବାବଦ ଟଙ୍କା ଦେବାକୁ ବାଧ୍ୟ. । ଆଉ ଉପା ପରେ ବିଜେପି ସରକାର ଆସିବା ପରେ ବି ସେଇଟା ଚାଲିଛି ଆଉ ଚାଲିବ, ଯାହା କଂଗ୍ରେସସ ସରକାର ଆରମ୍ଭ କରି ଦେଇ ଯାଇଥିଲେ । ଖାଦ୍ୟ ଅଧିକାର ଭାରତୀୟଙ୍କ ମୌଳିକ ଅଧିକାର ଭଳି. ଯିଏ ବି ସରକାର ଆସିବା ସେ କର୍ତବ୍ୟ ଭାବି ଲୋକଙ୍କୁ ଏ ଅଧିକାର ଦେବା ଲାଗି ବାଧ୍ୟ, କେହି ସତରେ ଏହାକୁ ଦୟା କରୁନାହାନ୍ତି  । ହେଲେ ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦ୍ବିତା । ବିଜେଡି ଆଉ ବିଜେପି ଭିତରେ. ବିଜେଡି କହୁଛି ଆମେ ଦେଉଛୁ, ବିଜେପି କହୁଛି କେନ୍ଦ୍ର ଦେଉଛି ।  ହେଲେ ଏଇଆ ସତ ଯେ ସେମାନେ ମନେ ରଖିବା ଦରକାର ଲୋକଙ୍କୁ ସେମାନେ ସେମାନଙ୍କର ଅଧିକାର ଦେଉଛନ୍ତି, ଦୟା କରୁନାହାନ୍ତି ...ତେବେ ଏ କଳି କାହିଁକି ବା ମିଛ ବାହାପ କାହିଁକି? 

ଚାଉଳ ବିଷୟ ଉଠିନଥିଲା, ହେଲେ ଏବେ ବିଜେପୁର ଉପ ନିର୍ବାଚନ ପୂର୍ବରୁ ଏହାକୁ ବିଜେଡି ର ଭୋଟ ବାଙ୍କ ବୋଲି ସିଧା ଆଟାକ କରିଛି ବିଜେପି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ ମୁହଁରେ । ଆଉ   ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟଙ୍କିକିଆ ଚାଉଳ ନିଆଁ ଲଗାଇ ଦେଇଯାଇଛନ୍ତି ଯେ,   ଟଙ୍କିକିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ, ବରଂ ମୋଦିଙ୍କ ଚାଉଳ। ଜାଭଡେକରଙ୍କ ଏହି ମନ୍ତବ୍ୟ ଆଜି ରାଜ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି। ମନ୍ତ୍ରୀଙ୍କ ଏଭଳି ଟିପ୍‌ପଣୀକୁ ନେଇ ବିଜେପି ନେତା କୁତୁକୁତୁ ହେଉଥିବା ବେଳେ ଚିହିଁକି ଉଠିଛି ବିଜେଡି ` ବିଜେଡି କହିଛି, ମୋଦି କ’ଣ ଘରୁ ଆଣି ଚାଉଳ ଦେଉଛନ୍ତି? ୨୦୦୮ରୁ ଚାଉଳ ଯୋଜନା ଆରମ୍ଭ ହେଲାଣି, ମୋଦି କେଉଁଠି ଥିଲେ? 

୨୦୦୮ ମସିହାରୁ ରାଜ୍ୟ ସରକାର ଦୁଇଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ। ଆଉ ତାହା ନବୀନ ବାବୁଙ୍କ ଲାଗି ଭୋଟର କାରଣ ବୋଲି କୁହାଯାଏ ।`ପରବର୍ତୀ ସମୟରେ ଏହାକୁ ଏକ ଟଙ୍କାକୁ କମାଇ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସପକ୍ଷରେ ହେଉଥିବା ଭୋଟ୍‌ ପଛର ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି। ଅତୀତରେ ଉପା ସରକାର ସମୟରେ କଂଗ୍ରେସ ନେତାମାନେ ବି ଏ ନେଇ ଆପତ୍ତି ଉଠାଇଥିଲେ। କେନ୍ଦ୍ର ସରକାରଙ୍କ ଶ୍ରେୟ ଏଥିରେ ଅଧିକ ବୋଲି କୁହାଯାଇଥିଲା। କଂଗ୍ରେସ ନେତା ମାନେ ବି ହୋର୍ଡ଼ିଂଗ ମାରି ଲୋକଙ୍କୁ ବୁଝାଇଲେ. ନିର୍ବାଚନ ଫଳରୁ ଯାହା ଲାଗିଲା ଲୋକ ଏ ଭାଷଣବାଜି ଆଉ ହୋର୍ଡ଼ିଂଗ ର କିଛି ଫାଇଦା ନାହିଁ ବା ଲୋକଙ୍କ ଉପରେ ତାହାର କିଛି ପ୍ରଭାବ ପଡୁନି ` ଏବେ ପୁଣି ଏ ନାଟକବାଜ଼ୀ ଆରମ୍ଭ ହୋଇଛି ବିଜେପୁର ଉପନିର୍ବାଚନ ପୂର୍ବରୁ. କଥାରେ ଅଛି ଚେଇଁ ସୋଇଥିବା ଯିଏ ତାକୁ ଉଠାଇବା କିଏ ? ଭୋଟର ଜାଣୁନାହାନ୍ତି ବୋଲି ଭାବି ସେମାନଙ୍କୁ ଏ ସ୍ଲୋଗାନବାଜ଼ୀ ଆଗକୁ କଣ ଆଉ ନୂଆ ଫଳ ଦବ ଦେଖିବାକୁ ବାକି ରହିଲା 

 ପ୍ରକାଶ ଜାଭଡ଼େକର ଓଡ଼ିଶା ଗସ୍ତରେ ଆସିବା ଅବସରରେ କହିଛନ୍ତି, ୧ ଟଙ୍କିଆ ଚାଉଳ ରାଜ୍ୟ ସରକାରଙ୍କର ନୁହେଁ, ଏହା ମୋଦିଙ୍କର ଚାଉଳ। ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ୨୭ ଟଙ୍କା ଦେଉଛନ୍ତି, କିନ୍ତୁ ମାତ୍ର ୨ ଟଙ୍କା ଦେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ହରଣ କରି ବାହାବା ନେଉଛନ୍ତି। ଜାଭଡେକର କହିଥିଲେ, ନବୀନଙ୍କ ବିଶେଷତ୍ୱ ହେଉଛି ଅନ୍ୟର ଯୋଜନାକୁ ପରିବର୍ତନ କରୁଛନ୍ତି ଓ ନିଜ ଯୋଜନା ବୋଲି କହି ଲୋକଙ୍କ ପାଖକୁ ଯାଉଛନ୍ତି। ତେବେ ରାଜ୍ୟ ସରକାର ଅସମର୍ଥ, ଲୋକେ ଏକଥା ଜାଣିସାରିଲେଣି।

ପ୍ରକାଶ ଜାଭଡେକରଙ୍କ ଏହି ବୟାନ ପରେ ବିଜେଡି କି ଛାଡ଼ୁଛି । ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ  କହିଛନ୍ତି, କେନ୍ଦ୍ର ସରକାର ଚାଉଳକୁ ନେଇ ରାଜନୀତି କରୁଛନ୍ତି। ସରକାର ଭୁଲି ଯାଉଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ଚାଉଳ ଉପରେ ରାଜ୍ୟକୁ ରିହାତି ଦେବାକୁ କେନ୍ଦ୍ର ସରକାର ବାଧ୍ୟ। ଏବଂ ସେହି ଆଇନ ଆଧାରରେ କେନ୍ଦ୍ର ସରକାର ଚାଉଳ ପାଇଁ ୨୭ ଟଙ୍କା ଦେଉଛନ୍ତି ଓ ରାଜ୍ୟ ସରକାର ୨ ଟଙ୍କା ଦେଉଛନ୍ତି। ଏହି ଯୋଜନାରେ ହିତାଧିକାରୀ ବି ଟଙ୍କାଟିଏ ଦେଉଛି। ସେ କହିଥିଲେ ଯେ କେନ୍ଦ୍ର ଚାଉଳ ଦେବାକୁ ବାଧ୍ୟ। ଏହି ରିହାତି ଦେଇ ରାଜ୍ୟ ସରକାରଙ୍କ ଉପରେ କେହି ଦୟା କରୁନାହାନ୍ତି। ଏହା ଆମର ହକ୍‌। ନା ମୋଦି ଏ ଚାଉଳ ଦେଉଛନ୍ତି ନା ବିଜେପି ନିଜ ଦଳରୁ ଏ ଚାଉଳ ଦେଉଛି। ଏପରିସ୍ଥଳେ କେନ୍ଦ୍ରମନ୍ତ୍ରୀ ମୋଦି ଚାଉଳ କହି ରାଜନୀତିକରଣ କରୁଛନ୍ତି।

ବରିଷ୍ଟ କଂଗ୍ରେସ ନେତା ନରସିଂହ ମିଶ୍ର ବି ଛାଡିବା ଲୋକ ନୁହନ୍ତି । ତାଙ୍କୁ ପଚରାଯିବାରେ ସେ କହିଲେ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ଟଙ୍କିକିଆ ଚାଉଳକୁ ନେଇ ରାଜନୀତି କରୁଛନ୍ତି । ଟଙ୍କିକିଆ ଚାଉଳ ନା ମୋଦିଙ୍କର ନା ନବୀନଙ୍କର। ଏହା କ’ଣ କାହା ପୈତୃକ ସମ୍ପତ୍ତି ? ଉପା ସରକାର ବେଳେ ଖାଦ୍ୟ ସୁରକ୍ଷା ଆଇନ୍‌ ତିଆରି ହୋଇଥିଲା। ସେହି ନିୟମ ଅନୁଯାୟୀ, ସେ ସମୟରେ କେନ୍ଦ୍ର ସରକାର ୩ ଟଙ୍କାରେ ରାଜ୍ୟକୁ ଚାଉଳ ଯୋଗାଇବେ ବୋଲି ନିଷ୍ପତ୍ତି ହୋଇଥିଲା।

ହେଲେ ଲୋକ କିନ୍ତୁ ଭିନ୍ନ ଭାବେ ଆଲୋଚନା କରୁଛନ୍ତି ଏ ଟଙ୍କିକିଆ ଚାଉଳ ପିଲା କଳିକୁ ।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସମସ୍ୟାଠାରୁ ଦୂରେଇ ଯାଇ ଏଭଳି ବୟାନବାଜି ଚଳାଇଛନ୍ତି ଅସଲକଥା, ଓଡ଼ିଶା ଯେତିକି ଗୁରୁତ୍ୱ ପାଇବା କଥା, କେନ୍ଦ୍ର ସରକାରଙ୍କ ନଜରରେ ପାଉନି। ରାଜ୍ୟ ସରକାର ମଧ୍ୟ ଓଡ଼ିଶାର ବିକାଶ ଦିଗରେ ଯେଭଳି ନିଷ୍ଠା ଓ ଆନ୍ତରିକତା ପ୍ରକଟ କରିବା କଥା ସେଥିରେ ଅସମ୍ଭବ ଅଭାବବୋଧ ପରିଲକ୍ଷିତ ହେଉଛି। ତେଣୁ ନିଜ  ଦୁର୍ବଳତା ଲୁଚାଇବା ପାଇଁ  ବିଜେପୁର ଭୋଟ ପୂର୍ବରୁ ଏ ପିଲାକଳି ଚାଲିଛି ।

0
0
0
s2sdefault