ହେଡଲାଇନସ୍:

ଦରଦାମ ବୄଦ୍ଧି ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମନମୁଖି କାର୍ଯ୍ୟ ବିରୋଧରେ କଂଗ୍ରେସ ପକ୍ଷରୁ ବ୍ଳକ ଘେରାଉ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)- ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ପଦ୍ମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଚମ୍ପକେଶ୍ୱର ପୁରୋହିତ  ତଥା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ ଙ୍କ ନେତୃତ୍ବରେ ହଜାର ସଂଖ୍ୟାରେ ଲୋକେ ପଦ୍ମପୁର ବ୍ଳକ ଘେରାଉ କରିଥିଲେ lଏବେ ସାରା ଦେଶରେ ହୁହୁ ହୋଇ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ତଥା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ବିରୁଦ୍ଧରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ମନୋମୁଖୀ ଶାସନ ଥିଲା ଏହାର ମୁଖ୍ୟ ପ୍ରସଙ୍ଗ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଗୈାତିଆ କୁମାର ସାହୁ, ସନ୍ତୋଷ ଶତପଥୀ,ମୟାରାମ ମୁନା ,ରାଧାବଲ୍ଲଭ ପାଣିଗ୍ରାହୀ,ମୁନୁ ପାଣିଗ୍ରାହୀ, ଗୋପାଳ ମେହେର,ପଞ୍ଚା ସାହୁ, ପ୍ରଦୀପ ବେହେରା ପ୍ରମୁଖ ନେତା ସମେତ ବହୁ ସଂଖ୍ୟାରେ ଜନସାଧାରଣ ଏହି ଘେରାଉରେ ସାମିଲ ଥିଲେ l

0
0
0
s2sdefault