ହେଡଲାଇନସ୍:

ବମୀଖାଲ ଓଭର ବ୍ରିଜ଼ ଭୁଶୁଡିବା ମାମଲାରେ ପୂର୍ତ୍ତ ବିଭାଗ ରିପୋର୍ଟ ବିଶ୍ୱାସ ଯୋଗ୍ୟ ନୁହେଁ, ହତ୍ୟା ମାମଲା ରୁଜୁ କରଯାଉ ଓ ବିଚାର ବିଭାଗୀୟ ତଦନ୍ତ କରାଯାଉ : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ସେତେବେଳେ ଓଡିଶା ଠିକାଦାର ସଂଘ ସଭାପତି ସଙ୍ଗିନ ଅଭିଯୋଗ ଆଣି କହିଥିଲେ ଯେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଅର୍ଥ ପଣ୍ଡା କମ୍ପାନୀରେ ଲାଗିଛି। ପୂର୍ବତନ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ମଧ୍ୟ ପଣ୍ଡା ଇନଫ୍ର ସହ ସମ୍ପର୍କ ଅଛି ଅଭିଯୋଗ ସୁଦୃଢ ହୋଇଛି ତେଣୁ ଠିକାଦାରକୁ ବଞ୍ଚାଇବା ସହ ପଣ୍ଡାରେ ଟଙ୍କା ଲଗାଇଥିବା ପ୍ରଭାବଶାଳୀ ଲୋକଙ୍କୁ ବଂଚାଇବାକୁ ରିପୋର୍ଟ ପ୍ରସ୍ତୁତ ହୋଇଛି `ଏଇ ରିପୋର୍ଟ ଗ୍ରହଣଯୋଗ୍ୟ ନୁହେ ବୋଲି ବିଜେପି ନେତା ଦିଲୀପ ମହାନ୍ତି ଅଭିଯୋଗ କରିଛନ୍ତି  ଆଜି ଏକ ସାମ୍ବାଦିକ ସମିଳନୀ ରେ ଶ୍ରୀ ମହାନ୍ତି ଅଭିଯୋଗ ଆଣିବା ସହ ଚଂଚକତା କରି ପୂର୍ତ୍ତ ବିଭାଗ ଏଭଳି ରିପୋର୍ଟ ପ୍ରସ୍ତୁତ କରିଛି ବୋଲି କହିଛନ୍ତି । ଏହା ଦ୍ୱାରା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବାକୁ ଅପଚେଷ୍ଟା କରାଯାଇଛି । 

 ପିସି କାରବାର ବ୍ୟାପକ ମାତ୍ରାରେ ହୋଇ ନିମ୍ନ ମାନର କାମ ହୋଇଛି ଏବଂ ତୃତୀୟ ମହଲା ଏଥିରେ ସମ୍ପୃକ ଥିବା ଅଭିଯୋଗ ଆଣିଛି ବିଜେପି। ବମୀଖାଲ ବ୍ରିଜ଼ ଭୁଶୁଡିବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଉ ଏବଂ ସରକାର ଯେହେତୁ ଏହି ଷଡ଼ଯନ୍ତ୍ରରେ ଭାଗିଦାର ତେଣୁ ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ବିଜେପି ନେତା ଶ୍ରୀ ମହାନ୍ତି। 

0
0
0
s2sdefault