ବିଜେପି ପାଖରେ ଆଉ ପ୍ରସଙ୍ଗ ନାହିଁ, ତେଣୁ ଜଗନ୍ନାଥଙ୍କ ନାଁରେ ଶାହା କରୁଛନ୍ତି  ରାଜନୀତି : ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

01-07-18-pratap.jpg - 71.70 kB

ଅମିତ ଶାହା ମିଥ୍ୟା ନକହି ଯଦି ଜାଣିନାହାନ୍ତି ଅର୍ଥ ମନ୍ତ୍ରଣାଳୟ ବା ରିଜର୍ଭ ବ୍ୟାଙ୍କରୁ ତଥ୍ୟ ଆଣି କୁହନ୍ତୁ 

ଭୁବନେଶ୍ୱର/chakradhar majhi : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ଓଡ଼ିଶା ଆସି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ । ସବୁଠାରୁ ବିଡମ୍ବନାର ବିଷୟ ହେଉଛି, ବର୍ତ୍ତମାନ ସ୍ଥିତିରେ ଭାରତୀୟ ଜନତା ପାର୍ଟି ଭଳି ଜାତୀୟ ଦଳ ପାଖରେ ଆଗାମୀ ନିର୍ବାଚନ ପାଇଁ କୌଣସି ଉପଯୁକ୍ତ ପ୍ରସଂଗ ନାହିଁ, ଯେଉଁଗୁଡିକ ଲୋକଙ୍କ ପାଖରେ ଉପସ୍ଥାପିତ କରିପାରିବ । ଶେଷରେ ଅମିତ ଶାହା ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । 

ଶ୍ରୀ ଦେବ ପ୍ରତିକ୍ରିୟା ଦେଇ ପ୍ରକାଶ କରିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀ ଶାହା ରାଜନୀତି କରିବାର ଚେଷ୍ଟା, ଘୋର ନିନ୍ଦନୀୟ ଏବଂ ହୀନ ରାଜନୀତିର ପରିଚାୟକ । ଆଜି ପର୍ଯ୍ୟନ୍ତ କୌଣସି ଯେ କୌଣସି ରାଜନେତା ବା ରାଜନୈତିକ ଦଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏବଂ ଭକ୍ତଙ୍କର ଭାବାବେଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରିଛନ୍ତି, ସେମାନେ ତଳିତଳାନ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାକୁ ୪ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ଶ୍ରୀ ଶାହାଙ୍କ ସରକାର ଦେଇଛି, ଏଥିରେ ଏକମତ ହେଲାଭଳିଆ କୌଣସି ତଥ୍ୟ ନାହିଁ । ଗତ ୪ବର୍ଷ ହେଲା ଭାରତୀୟ ଜନତା ପାର୍ଟି ଏହିଭଳି ଅର୍ଦ୍ଧସତ୍ୟ କଥା ଲୋକଙ୍କ ଆଗରେ ଶୁଆ ଘୋଷିଲା ଭଳି ଗାଇ ଚାଲିଛି, ଯାହା ମୂଲ୍ୟହୀନ । ସମସ୍ତେ ଭଲ ଭାବରେ ଜାଣିଛନ୍ତି, ଚତୁର୍ଦ୍ଧଶ ଅର୍ଥ କମିଶନ ଏନଡିଏ ସରକାର ଆସିବା ପୂର୍ବରୁ ସବୁ ରାଜ୍ୟକୁ ୧୦% ଅଧିକ ଅର୍ଥ ଦେବାକୁ ମଞ୍ଜୁରୀ ପ୍ରଦାନ ବିଷୟ ଉଲ୍ଲେଖ କରିଥିଲେ । କିନ୍ତୁ ଏନଡିଏ ସରକାର ଆସିବା ପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଅଂଶକୁ ବଦଳାଇ, ସଂଘୀୟ ବ୍ୟବସ୍ଥାଗତ ତ୍ରୁଟି ଆଣି ରାଜ୍ୟ ଉପରେ ଆର୍ଥôକ ବୋଝ ଲଦିଦେଇଛନ୍ତି । ଅନ୍ୟପଟେ କହୁଛନ୍ତି ଅଧିକ ଅର୍ଥ ରାଜ୍ୟକୁ ଦେଲେ । ଯଦି ଶ୍ରୀ ଶାହାଙ୍କ ପାଖରେ ତଥ୍ୟ ନାହିଁ, ତେବେ ସେ କେନ୍ଦ୍ର ବିତ୍ତ ମନ୍ତ୍ରାଳୟ କିମ୍ବା ଆରବିଆଇ ପାଖରୁ ଚିଠା ପ୍ରସ୍ତାବ ଆଣି ପାରିବେ । ପ୍ରକୃତ ସତ୍ୟ କ’ଣ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି । କିଏ ସତ କହୁଛି ଏବଂ କିଏ ମିଛ କହୁଛି, ତାହା ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ଦେବ ଆଜି ଗଣମାଧ୍ୟମକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଅମିତ ଶହ ଭବନେଶ୍ୱରରେ ରାଜ୍ୟ ସରକାଙ୍କୁ ଟାର୍ଗେଟ କରି କହିଥିଲେ ଯେ, ମୋଦି ସରକାରଙ୍କର ଗରୀବ କଲ୍ୟାଣ ଯୋଜନା ଓଡିଶାର ଘରେ ଘରେ ପହଂଚିବା ପାଇଁ ପର୍ଯ୍ୟପ୍ତ ଅର୍ଥ ଯୋଗାଇ ଦିଆ ଯାଉଛି । ଓଡିଶାରେ ପାନୀୟ ଜଳ ହେଉ, ଘରେ ଘରେ ବିଜୁଳି, ଚାଷୀଙ୍କୁ ଫସଲ ବୀମା, ରାଜ୍ୟ ସରକାରଙ୍କ  ଅପାରଗତା ଯୋଗୁ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର  ସୁଫଳ ପାଇବାରୁ ସାଧାରଣ ଲୋକ ମାନେ ବଂଚିତ ହେଉଛନ୍ତି । ଗୋଟିଏ ପଟେ ମୋଦି ସରକାରର ଗରୀବ କଲ୍ୟାଣ ଯୋଜନା ପାଇଁ  ଐତିହାସିକ ସହାୟତା  ଅପର ପକ୍ଷରେ ରାଜ୍ୟରେ ଏକ ସ୍ଥାଣୁ ଓ  ଅପାରଗ ସରକାର ଚାଲିଛି ।  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ  ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର ସାଢେ ଚାରି କୋଟି  ଓଡିଆଙ୍କୁ କି ସୁରକ୍ଷା ଦେବେ  । ଯେଉଁ ଲୋକ ରାଜ୍ୟର ବିକାଶ ଓ ମୌଳିକ ସମସ୍ୟା ଦୂର କରିପାରୁନାହିଁ ସେ ସରକାର କ୍ଷମତାରେ ରହିବାର କୌଣସି ନୈତିକ ଅଧିକାର ନାହିଁ ।

 

0
0
0
s2sdefault