ଦଳୀୟ ସଂଗଠନକୁ ଏଭଳି ସୁଦୃଢ଼ କରାଯିବା ଦରକାର ଯାହାକି ପାତାଳକୁ ଯାଇପାରିଥିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦଳୀୟ କର୍ମୀ ଓ ନେତାଙ୍କୁ ଅମିତ ଶାହଙ୍କ ଆହ୍ୱାନ 

01-07-18-amit-shah.jpg - 182.60 kB

ଭୁବନେଶ୍ୱର-  ଯିଏ ସାଧାରଣ ଲୋକଙ୍କର ଆଶାକୁ ସୁରକ୍ଷା ଦେଇପାରୁନାହିଁ ସେ ଓଡ଼ିଶାକୁ କଣ ସୁରକ୍ଷା ଦେବେ । ଯେଉଁ ଲୋକ ରାଜ୍ୟର ବିକାଶ ଓ ମୌଳିକ ସମସ୍ୟା ଦୂର କରିପାରୁନାହିଁ ସେ ସରକାର କ୍ଷମତାରେ ରହିବାର କୌଣସି ନୈତିକ ଅଧିକାର ନାହିଁ ।  ଓଡିଶାରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢିଲାଣି  । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ମିଶନ ୧୨୦ + ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ଯେମିତି ପୂରଣ ହେବ ସେ ଦିଗରେ ଆପ୍ରାଣ ଉଦ୍ୟମ କରାଯିବା ଦରକାର । ୪ ବର୍ଷରେ ସାଂଗଠନିକ କାର୍ଯ୍ୟ ଅଗ୍ରଗତି ହୋଇଥିବା ତାଙ୍କର ମନେ ହୋଇଛି ଏବଂ ଆଗାମୀ ନିର୍ବାଚନରେ ଦଳର ବିଜୟ ଏବଂ ସରକାର ଗଠନ କରିବାର ସ୍ପଷ୍ଟ ସୂଚନା ରହିଛି ।  କ୍ଷମତା କିମ୍ବା ସରକାର ଉପରୁ ଆସେ ନାହିଁ । ଏହା ଲୋକଙ୍କର ଝାଳ ଓ କର୍ମକର୍ତାମାନଙ୍କର ମେହେନତରେ ସମ୍ଭବ ହୋଇଥାଏ  । ଦଳୀୟ ସଂଗଠନକୁ ଏଭଳି ସୁଦୃଢ଼ କରାଯିବା ଦରକାର ଯାହାକି ପାତାଳକୁ ଯାଇପାରିଥିବ ବୋଲି  ଓଡିଶା ଗସ୍ତରେ ଦିନିକିଆ ଗସ୍ତରେ ଆସି  ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପ୍ରକାଶ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟ ପରିସର ମଧ୍ୟରେ ଦଳୀୟ କର୍ମକର୍ତା ଏବଂ ପ୍ରତିନିଧି ମାନଙ୍କ ସହିତ ସାଂଗଠନିକ ଅଲୋଚନା ଏବଂ ଖାରବେଳନଗରସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୩ଟି ଲୋକସଭା ଏବଂ ୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଏବଂ ପଂଚାୟତ ପ୍ରତିନିଧି ମାନଙ୍କୁ ଉଦବୋଧନ ଦେବା ସମୟରେ ଏହା ପ୍ରକାଶ କରିଛନ୍ତି । ବର୍ତମାନ ରାଜ୍ୟରେ ହୋଇପାରିନଥିବା ବୁଥ୍ କମିଟି ଗୁଡ଼ିକ ଅତି ଶୀଘ୍ର କରିବା ପାଇଁ ପରାମର୍ଶ ଦେଇଥିଲେ । ଅପରପକ୍ଷରେ ଦଳ ପକ୍ଷରୁ ୨୧ ହଜାର ବୁଥ୍ କମିଟି ଗଠନ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । 

ନିର୍ବାଚନକୁ ଦୃଷ୍ଟିରେ ରଖି ଶକ୍ତି କେନ୍ଦ୍ର / ୭୧୮ ବୁଥର ମୁଖ୍ୟ ପ୍ରତ୍ୟେକଙ୍କ ଘରେ ପ୍ରତି ୧୫ ଦିନରେ ପହଂଚିବା ପାଇଁ  ଶ ଦେଇଥିଲେ । କର୍ମକର୍ତା ମାନଙ୍କୁ ଦିଆଯାଇଥିବା କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ୨୦୧୪ ନିର୍ବାଚନରେ ଓଡ଼ିଶା ଲୋକ ବିଜେପିକୁ ଭୋଟ ଦେବାକୁ ଚାହୁଁଥିଲେ । ମାତ୍ର ସେ ଭୋଟ ମିଳିପାରିଲା ନାହିଁ । ତୃଣମୂଳ ସ୍ତରରେ କର୍ମକର୍ତା ନଥିବା ହେଉଛି ଏହାର ମୁଖ୍ୟ କାରଣ । ଆଗାମୀ ନିର୍ବାଚନରେ ତାହା ଯେପରି ନ ହେବ ସେଥିପ୍ରତି ସମସ୍ତେ ସତର୍କ ରହିବା ଦରକାର । ବିଜେପି ସପକ୍ଷରେ ଥିବା ଜନମତକୁ ଭୋଟରେ ରୂପାନ୍ତରିତ କରିବା କ୍ଷେତ୍ରରେ ଚେଷ୍ଟିତ ହେବାକୁ ସେ ପରାମର୍ଶ ଦେଇଥିଲେ । କାଗଜ ପତ୍ରରେ ବୁଥ୍ କମିଟି ଗୁଡ଼ିକ ନ ରଖି ସେଗୁଡ଼ିକ ଯେପରି ଅଧିକ ସକ୍ରିୟ କରାଯାଇ ପାରିବ ସେଥିପ୍ରତି ଅଧିକ ଯତ୍ନଶୀଳ ହେବାକୁ କହିଥିଲେ । 

ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୩୬ ପ୍ରତିଶତ ଲୋକ ବିଦୁ୍ୟତ ଯୋଗାଣରୁ ବଂଚିତ ହୋଇଛନ୍ତି । ୨ ପ୍ରତିଶତ ଲୋକଙ୍କ ପାଖରେ ଜଳ ପହଂଚିଛି । ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ବିଫଳତା ଦେଖାଦେଇଛି । କେନ୍ଦ୍ରୀୟ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିପାରୁନାହାନ୍ତି । ଓଡ଼ିଶାକୁ ବିଜେପି ସରକାର ୪ ବର୍ଷରେ ଯେତେ ଅନୁଦାନ ଦେଇଛି ଅତୀତରେ କୌଣସି ସରକାର ସେହି ପରିମାଣର ଅନୁଦାନ ଦେଇନାହାଁନ୍ତି । ଅନୁଦାନର ଅର୍ଥ କିପରି ବିନିଯୋଗ ହୋଇଛି ତାହାର ହିସାବ ସରକାରଙ୍କଠାରୁ ମାଗି ଲୋକଙ୍କୁ ଜଣେଇବା ଦରକାର । ରାଜ୍ୟ ସରକାରଙ୍କର ବଜେଟର ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା କରାଯାଇଛି । ସେଥିମଧ୍ୟରୁ ୬୦ ହଜାର କୋଟି  ଟଙ୍କା ରାଜ୍ୟ ସରକାରଙ୍କର ନିଜସ୍ୱ ଆୟ । ବାକି ଅବଶିଷ୍ଟ ଟଙ୍କା କେନ୍ଦ୍ର ସରକାରର ରହିଛି ।   ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । 

ଶ୍ରୀ ଭୁବନେଶ୍ୱର ବିମାନବନ୍ଦର ଠାରେ ଦଳର ସାଧାରଣ କର୍ମୀ ଠାରୁ ଆରମ୍ଭ କରି ବରିଷ୍ଠ  ନେତା ମାନେ ପାଛୋଟି ଆଣିଥିଲେ । କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା,   ବିଜେପି ବିଧାୟକ ଦଳର ନେତା କନକ ବର୍ଧନ ସିଂହଦେଓ  ଓ ଦଳର ଅନ୍ୟ ବରିଷ୍ଠ  ନେତା ମାନେ ତାଙ୍କୁ ପୁଷ୍ପଗୁଚ୍ଛ  ଦେଇ ସ୍ୱାଗତ କରିଥିଲେ । ଏହା ପରେ ତାଙ୍କୁ ବିଜେପି ଯୁବ ମୋର୍ଚା ପକ୍ଷରୁ ତାଙ୍କୁ ବାଇକ ର୍ୟାଲୀରେ ରାଜ୍ୟ କାର୍ଯ୍ୟାଳୟକୁ ଅଣା ଯାଇଥିଲା । ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ଉତରୀୟ ଦେଇ ସ୍ୱାଗତ ସମ୍ପଦ୍ଧିତ  କରା ଯାଇଥିଲା । 

0
0
0
s2sdefault