ହେଡଲାଇନସ୍:

ଆମ ଓଡ଼ିଶା ସାଧାରଣ ସଂପାଦକଙ୍କ ସମେତ ଶହ ଶହ ସଂଖ୍ୟାରେ ନେତା ଓ କର୍ମୀ ବିଜେଡିରେ ଯୋଗଦେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-07-18-bjd.jpg - 79.70 kB

ଭୁବନେଶ୍ୱର : କିଛି ଦିନ ତଳେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇ ସଂସଦ ହୋଇଥିବା ବେଳେ ଆଜି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆମ ଓଡ଼ିଶା ପାର୍ଟି ସାଧାରଣ ସଂପାଦକ ମହମ୍ମଦ ସକିଲ, ନିଖିଳ ଉକ୍ରଳ ଭୂମିହୀନ ବସ୍ତିବାସିନ୍ଦା ମହାସଂଘ, କଟକ ଅଧ୍ୟକ୍ଷ ବିଜୟ ଓଝା, ଆମ ଓଡ଼ିଶା ମହିଳା ଶାଖା ଅଧ୍ୟକ୍ଷା କୁନି ବେହେରା, ଯୁବ ଯାଦବ କଟକ ଶାଖା ସଭାପତି ଅଜୟ ମହାପାତ୍ର, କଟକ ନଗର କଂଗ୍ରେସ ସଂପାଦକ ସେକ୍‍ ମେହେରାଜ୍‍ ମହମ୍ମଦ, ଆମ ଓଡ଼ିଶା ପାର୍ଟିର ହରିଜନ ଆଦିବାସୀ ସେଲ୍‍ ଅଧ୍ୟକ୍ଷ ରାମଚନ୍ଦ୍ର ନାୟକ, ଆମ ଓଡ଼ିଶା ପାର୍ଟି କଟକ ମହିଳା ଶାଖା ସାଧାରଣ ସଂପାଦିକା ପ୍ରତିମା ନାୟକ, ଆମ ଓଡ଼ିଶା ପାର୍ଟି ମହିଳା ଶାଖା ସାଧାରଣ ସଂପାଦିକା ଅନୁଜା ରାଉତ, ଆମ ଓଡ଼ିଶା ପାର୍ଟି ଯୁବ ସଭାପତି କଟକ ଶାଖା ସେକ୍‍ ଓବେଦୁଲ୍ଲା, ସମାଜସେବୀ ସନାତନ ମଲ୍ଲିକ, ସୟଦ ଆସଲାଫ୍‍ ୟୁସୁଫଙ୍କ ସମେତ ହଜାରରୁ ଊଦ୍ଧ୍ୱର୍ କର୍ମୀ ଓ ନେତୃବୃନ୍ଦ ଆଜି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ସମସ୍ତ ନେତୃବୃନ୍ଦ ଓ କର୍ମୀଙ୍କୁ ସ୍ୱାଗତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିର ଏହି ଯୋଗଦାନ ଫଳରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ଆଜିର ଏହି ଯୋଗଦାନ ଉତ୍ସବରେ ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ବିଜେଡି ସଂଖ୍ୟାଲଘୁ ସେଲ୍‍ ଅଧ୍ୟକ୍ଷ ମୁନ୍ନା ଖାଁ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ, କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault