ହେଡଲାଇନସ୍:

ଟିକା ପାଇଁ ଗ୍ଲୋବାଲ ଟେଣ୍ଡରରେ ସରକାରଙ୍କ ଆନ୍ତରିକତା ନାହିଁ - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପ୍ରଧାନମନ୍ତ୍ରୀ ମୋଦି ଯେପରି କରୋନା ଟିକା, କରୋନା ଓ ତାର ଚିକିତ୍ସାକୁ ନେଇ ମିଥ୍ୟା ଭାଷଣ ଦେଇ ପରେ ଲୋକ ହସା ହେଉଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଭଳି ନ ହୁଅନ୍ତୁ"

ବଲାଙ୍ଗିର,/ ନିରୋଜ ମିଶ୍ର - କରୋନା ଟିକା କିଣାକୁ ନେଇ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଏକ ପ୍ରହସନ ବୋଲି ପ୍ରମାଣିତ ହୋଇଯାଇଛି । ଏଥିରେ ଆନ୍ତରିକତା କମ ଲୋକ ଦେଖାଣିଆ ବେଶିି ଅଛି । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ମଧ୍ୟ ଧିରେ ଧିରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ଫମ୍ପା ଭାଷଣକୁ ଅନୁକରଣ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯେପରି କରୋନା ଟିକା, କରୋନା ଓ ତାର ଚିକିତ୍ସାକୁ ନେଇ ମିଥ୍ୟା ଭାଷଣ ଦେଇ ପରେ ଲୋକ ହସା ହେଉଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେଭଳି ନ ହୁଅନ୍ତୁ ବୋଲି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ବିଷୋଦଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ଜାଣିଶୁଣି କରୋନା ଟିକା କିଣାକୁ ନେଇ ଗ୍ଲୋବାଲ ଟେଣ୍ଡର ନାଁରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଯଦି ଏହା କେନ୍ଦ୍ର ବିନା ଅନୁମୋଦନ କିମ୍ବା ଅନୁମତିରେ ହୋଇପାରିବ ନାହିଁ ତେବେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିବା କିଛି ମାନେ ନାହିଁ । ପ୍ରେସ ବିବୃତ୍ତି ମାଧ୍ୟମରେ ସେ ଏହା ମଧ୍ୟ ଜଣାଇଛନ୍ତି ଯେ ବଲାଙ୍ଗିର ଜିଲ୍ଲାର ୧୮ ରୁ ୪୫ ବୟସ ଭିତରେ ଥିବା ଯୁବକ ଯୁବତିମାନଙ୍କୁ ଟିକାର ବ୍ୟବସ୍ଥା କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ବହୁ ଶିଘ୍ର ବଲାଙ୍ଗିରରେ ଏହି ବୟସ ବର୍ଗର ଲୋକଙ୍କ ପାଇଁ ଟିକା କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । କରୋନା ଯୋଗୁଁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ତଥା ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗୀୟ ମାନବ ସମ୍ବଳର ଘୋର ଅଭାବ ଥିଲେ ହେଁ ପ୍ରଥମ ଲହରରେ ଛଟେଇ ହୋଇଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଜିଲ୍ଲାରେ ପୁନଃ ନିଯୁକ୍ତି ନ ଦେବା ଦୁଃଖର ବିଷୟ । ଜିବନ ସହ ଜିବିକା ବଂଚିବା  ଦରକାର କିନ୍ତୁ ରାଜ୍ୟ ସରକାର ଦୁଇ ବର୍ଷ ହେଲା କରୋନା କଟକଣା ହେଉ କି କିଛି ଅନ୍ୟ ବାହାନାରେ ନିର୍ବାଚନ ମଣ୍ଡଳିରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମ୍ପୁର୍ଣ୍ଣ କରୁନାହାନ୍ତି । ଏପରିକି ଅନେକ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପଇସା ଆସୁନାହିଁ । ତେବେ ଏଠିକାର ଲୋକଙ୍କ ଜିବିକା ଚଳିବ କିପରି । ଅଞ୍ଚଳର ବିକାଶ ହେବ କେମିତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ଏହି ମର୍ମରେ ସେ ବଲାଙ୍ଗିର ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ସରକାରଙ୍କ ଉପରେ ଆରୋପ ଲଗାଇବା ସହ ବଲାଙ୍ଗିରରେ ନିର୍ମାଣଧିôନ ବିଭିନ୍ନ ପ୍ରକଳ୍ପ ଶିଘ୍ର ସମାପନ, ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଅନୁଦାନ ମଞ୍ଜୁରି, ସ୍ୱାସ୍ଥ୍ୟ ଭିତ୍ତିଭୂମି ପୁର୍ନଗଠନ ତଥା ଡାକ୍ତରଖାନାମାନଙ୍କରେ ଖାଲି ଥିବା ଡାକ୍ତର ପଦବି ପୁରଣ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ପୁନଃ ନିଯୁକ୍ତି ଦାବି କରିଛନ୍ତି ।

0
0
0
s2sdefault