ମୂଳରୁ ମାଈପ ନାହିଁ, ପୁଅ ନା ଗୋପାଳିଆ, ମିଛ କଥାକୁ ନେଇ ବହେ ରାଜନୀତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ଯାହାକୁ ଦୁର୍ବ୍ୟବହାର ହୋଇଛି ବୋଲି କୁହ ଯାଉଛି ସେ କହୁଛନ୍ତି କିଛି ହୋଇନି | ଯା ନା ରେ ଆସିଛି ସେମାନେ କହୁଛନ୍ତି କିଛି ସେମିତି ହୋଇନି | ଯିଏ ସାଙ୍ଗରେ ଥିଲେ ସେ କହୁଛନ୍ତି ନା ସେମିତି କିଛି ଘଟଣା ଘଟିନି | ତାଙ୍କୁ ଘେରି ରହିଥିବା ଲୋକ ଗୁଡାକ ବି କିଛି ସେଭଳି ଆଖିରେ ପଡିନି ବୋଲି କହିଛନ୍ତି | ଦାୟିତ୍ୱରେ ଥିବା ବ୍ୟବସ୍ଥା କହୁଛି କିଛି ହୋଇନି | ତେବେ କାହାକୁ କଣ ହେଲା ଆଉ କାହାକୁ କଣ ବାଧିଲା ଯେ ଏତେ ଚର୍ଚ୍ଚା | ଆଉ ଗଣମାଧ୍ୟମ ଏହାକୁ ନେଇ ଏତେ ତନାଘନା କଲେ ? ଶୁଖିଲା କଥାକୁ ନେଇ ଟିଆରପି ବଢାଇବାକୁ ଗୋଟେ କମ୍ପିଟିସନ ଚାଲିଲା ଅଲଜ୍ଜ୍ୟା ଭାବେ | ହେଲେ ବୁଝୁ ବୁଝୁ ଜଣା ପଡିଲା  ଯେ ସେମିତି ଅଭାଦ୍ରାମୀ ହୋଇ ନାହିଁ, ଯେଉଁଭଳି ଅଭଦ୍ର ଭଭବେ ଗଣମାଧ୍ୟମରେ ପ୍ରଚାର ଚାଲିଛି |  କଥାରେ ଅଛି ନା.....ମୂଳରୁ ମାଈପ ନାହିଁ, ପୁଅ ନା ଗୋପାଳିଆ | 

ଆମେ ଏଠି କେଉଁ ପ୍ରସଙ୍ଗ  କଥା କହୁଛୁ ତାହା ଆପଣମାନେ ଜାଣି ପାରୁଥିବେ | ଜେଡ ପ୍ଲୁସ ସୁରକ୍ଷାରେ ରହୁଥିବା ମହାମହିମ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ...ଯା ଦେହରେ ମାଛି ବସିଲେ ନଵଖଣ୍ଡ....ତାଙ୍କ ଦେହକୁ କେହି ଘଷିଦେଇ ପଳାଇବ | ବିଶ୍ୱାସଯୋଗ୍ୟ ନହେଲେ ବି ଶୂନ୍ୟରୁ ତୋଳି ଆଣିବାପରି ମିଛ ଅଭିଯୋଗ ଉପରେ ଅହେତୁକ ଗୁରୁତ୍ୱ ଦେଇ   ଗୁଡ଼େ ଦିନ ଚାଲିଲା | ଶେଷରେ ସବୁ ମିଛ ଉପରୁ ପରଦା ହଟାଇଛନ୍ତି ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଅଶୋକ ମଲ୍ଲିକ  । ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଧର୍ମ ପତ୍ନୀଙ୍କ ଦୁର୍ବ୍ୟବହାର ହୋଇନି | ଏହା ସହିତ ରାଷ୍ଟ୍ରପତି ଭବନରୁୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନକୁ ଦୁର୍ବ୍ୟବହାର ଘଟଣା ନେଇ କୈାଣସି ଚିଠି ଆସିଥିବା କଥାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି  ।  ମଲ୍ଲିକ କହିଛନ୍ତି, ରାଷ୍ଟ୍ରପତି ଭବନରୁ ଏମିତି କୈାଣସି ଚିଠି ପଠାଯାଇନାହିଁ  । ଯଦି ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଚିିଠି ଆସିଛି ବୋଲି କେହି ଅଭିଯୋଗ କରୁଛନ୍ତି, ତେବେ ସେହି ଚିଠିକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ  । ଏନେଇ ଯେଉଁ ସବୁ ତଥ୍ୟ ପ୍ରକାଶ ପାଇଛି  । ତାହା ସବୁ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି  । ଏହା ସହିତ ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଗସ୍ତ ଦିନ କେତେ ଜଣ ସେବାୟତ ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ନିକଟକୁ ଆସିବାକୁ ଚାହିଁଥିଲେ କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ  । ଏବଂ ସେହି ବିବାଦ ସେଠି ହିଁ ସମାପ୍ତ ହୋଇଥିଲା  । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାଷ୍ଟ୍ରପତି ଭବନରୁ ଚିଠି ଆସିନଥିଲା 

ପୁରୀ ଶ୍ରୀମନ୍ଦିରର ଦୁଇ ଜଣ ସେବାୟତ ରାଷ୍ଟ୍ରପତି ପତ୍ନୀଙ୍କୁ ଦୁବର୍ୟବହାର କରିଥିବା ନେଇ ଆସିଥିଲା ଅଭିଯୋଗ  ଆସିଲା କେମିତି ?। ଏ ନେଇ ରାଷ୍ଟ୍ରପତି ଭବନରୁ ଚିଠି ଆସିଥିଲା  ଗତ ମାର୍ଚ୍ଚ ୧୮ରେ  । ରାଷ୍ଟ୍ରପତି ସସ୍ତ୍ରୀକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ ପାଇଁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା  । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀସବିତା କୋବିନ୍ଦଙ୍କ ଦେହରେ ଏହି ଦୁଇଜଣ ସେବାୟତ ଘଷି ହୋଇ ଯାଇଥିଲେ  । ତେବେ ଏମିତି ଏକ ସାଙ୍ଘାତିକ ଅଭିଯୋଗ ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ରାଷ୍ଟ୍ରପତି ଭବନରୁ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଏକ ଚିଠି ଆସିଥିଲା  । ଯେଉଁ ଚିଠିରେ ଦର୍ଶାଯାଇଥିଲା ଯେ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ବେଳେ ଦୁଇ ଜଣ ସେବାୟତ ତାଙ୍କ ଦେହରେ ଓ ପତ୍ନୀ ସବିତା କୋବିନ୍ଦଙ୍କ ଦେହରେ ଘଷି ହୋଇଯାଇଥିଲେ  ।  ଖାଲି ସେତିକି ନୁହେଁ, ରାଷ୍ଟ୍ରପତି ଶ୍ରୀଜିଉଙ୍କୁ ଦର୍ଶନ ପରେ ସେବାୟତଙ୍କୁ କୌଣସି ଦକ୍ଷିଣା ଦେଇ ନଥିବା ନେଇ ମଧ୍ୟ ସେବାୟତ ଗଣମାଧ୍ୟମରେ ବୟାନ ଦେଇଥିଲେ  । ଯାହାକୁ ନେଇ ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା  ।

0
0
0
s2sdefault