କାର ନମ୍ବର ପ୍ଲେଟରେ ବିଜୁ ଜନତା ଦଳ ଲେଖା ଗାଡି ବୁଲୁଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

30-06-18-jajapur-gadi.jpg - 42.66 kB

ଜିଲ୍ଲାପାଳ ଓ ଆର୍.ଟି.ଓ. ଦୃଷ୍ଟି ଦେବେ କେବେ?

ଯାଜପୁର ରୋଡ, (ବିଶ୍ୱଜିତ ମାଝି):  ଆଜି ଯାଜପୁର ରୋଡ ସହରର ଏକ କାରର ନମ୍ବର  ପ୍ଲେଟରେ ବିଜୁ ଜନତା ଦଳ ଲେଖା ଥାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି କାରଟି ବିଜୁ ଜନତା ଦଳର କେଉଁ ନେତାଙ୍କାର ତାହା ଲୋକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହି ଅଡି କାରଟିର ନମ୍ବର ହେଉଛି ୦ଡି-୦୭-୦୦୦୭ । ଏହି କାରଟିର ନମ୍ବର ପ୍ଲେଟରେ  ବିଜୁ ଜନତା ଦଳର ଚିହ୍ନ ମାରିବା ସହ ବିଜୁ ଜନତା ଦଳ ବୋଲି ଲେଖା ଯାଇଥିଲା । ଏହାକୁ ପୋଲିସ୍ ମଧ୍ୟ ଦେଖି ଚୁପ୍ ରହିଥିଲା । ଏ ସଂପର୍କରେ ଲୋକମାନେ କୋରେଇ ଥାନା ଅଧିକାରିଣୀଙ୍କୁ ଅବଗତ କରିଥିଲେ ମଧ୍ୟ ସେ ଚୁପ୍ ରହିଥିଲେ । ସରକାରଙ୍କ ନିୟମ ଅନୁସାରେ ନମ୍ବର ପ୍ଲେଟ୍ ଲେଖା ନଯାଇ ଏକ ଦଳୀୟ ସବୁଜ କଲର ନମ୍ବର ପ୍ଲେଟ୍ ଲେଖି ଗାଡିରେ ଲଗାଇ ସାରା ସହରରେ ବୁଲିବା ଏହା କେତେଦୂର ଆଇନ୍ ସମ୍ମତ ତାହା ବୁଦ୍ଧିଜୀବି ଓ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟରେ ବିଜେଡି ସରକାର ଥିବା ବେଳେ ଗାଡ଼ିରେ ବିଜେଡି ଲେଖି କେହି ମନ୍ଦ ଉଦ୍ଦେଶ୍ୟ ସାଧନା କରୁନାହାନ୍ତି ତା ! ନହେଲେ ଗାଡିର ନମ୍ବର ପ୍ଲେଟରେ ବିଜେଡି ଲେଖିବାର ଆବଶ୍ୟକତା କଣ ? ସଂପୃକ୍ତ ଗାଡିଟି କାହା ନାମରେ ପଂଜିକୃତ  ଏବଂ ତାହାର ମାଲିକ କିଏ ତାହାର ତଦନ୍ତ କରି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଦାବୀ ହେଉଛି । 

 

 

 

0
0
0
s2sdefault