ହେଡଲାଇନସ୍:

ସର୍ବଦଳୀୟ ବୈଠକରେ ରାଜ୍ୟ ସରକାରଙ୍କୁ ପରାମର୍ଶ ସହ ପ୍ରସ୍ତାବ ଦେଲା ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Bjp Logo Png Hd - Bharatiya Janata Party, Transparent Png , Transparent Png  Image - PNGitem 

କୋଭିଡ୍ ସଠିକ ତଥ୍ୟ ଦେବା,ଟେଷ୍ଟି ଓ ଟ୍ରେସିଂକୁ ଗୁରୁତ୍ୱ ଏବଂ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ୍ କମିଟି ଗଠନ ନେଇ ଅପେକ୍ଷା ରଖିଲା ବିଜେପି : ବିଷ୍ଣୁ ସେଠୀ

ଭୁବନେଶ୍ୱର,: ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ବିଧାନସଭାରେ ବସିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କୋଭିଡ୍ ମାମଲା ନେଇ ସତ ନଲୁଚାଇବା ସହ ବିଜ୍ଞାନ ସମ୍ମତ ପଦକ୍ଷେପ ରାଜ୍ୟ ସରକାରଙ୍କୁ ନିଅନ୍ତୁ ନେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ସବୁ ଦଳର ନେତା ମାନଙ୍କୁ ନେଇ କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି ଗଠନ, କାଳ ବିଳମ୍ବ ନକରି ସରକାର ଅrିଜେନ୍ ଓ ଭେଂଟିଲେଟର ସଂଯୁକ୍ତ ବେଡ଼୍ ଓ ଆଇସିୟୁ ବେଡର ବ୍ୟାପକତାକୁ ପ୍ରାଥମିକତା ଓ ଭ୍ୟାକସିନ ନେଇ ଅଭାବ ନଥିବା ବିଷୟ ଉପରେ ନିଜ ମତ ରଖିଥିଲେ ବିରୋଧୀ ଦଳ ଉପନେତା । 

ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯେ ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ କୋଭିଡ୍ ମୁକାବିଲା ନେଇ ବିଭିନ୍ନ ବିଷୟ ଉପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଏବଂ ପ୍ରସ୍ତାବ ଦିଆଗଲା । କିନ୍ତୁ ବୈଠକରେ ନିଜ ପିଠି ଥାପୁଡେ଼ଇ ନିଜର ପ୍ରଶଂସା ନେଇ ରାଜ୍ୟ ସରକାରଙ୍କ ସର୍ବଦଳୀୟ ବୈଠକ ଆୟୋଜିତ ହୋଇଥିବା ଜଣାପଡ଼ିଥିଲା । ସେହିପରି ବିଧାୟକଙ୍କ ବିଭିନ୍ନ ଆଂଚଳିକ ସମସ୍ୟାକୁ ବୈଠକରେ ଗୁରୁତ୍ୱ ଦିଆଗଲା ନାହିଁ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିର କଥା କହୁଥିବା ସ୍ପଷ୍ଟ ଜଣାପଡ଼ୁଥିଲା । 

ସେ ଉକ୍ତ ବୈଠକରେ କହିଥିଲେ ଯେ ରାଜ୍ୟରେ ବିଶେଷ ଭାବରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ଅନୁଗୁଳ, ବୌଦ୍ଧ, ଭଦ୍ରକ, ବାଲେଶ୍ୱର, ଢେ଼ଙ୍କାନାଳ, କଟକ, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ବର୍ତମାନ ସମୟରେ କୋଭିଡ ସ୍ଥିତି ସାଂଘାତିକ ହେଲାଣି । ମାତ୍ର ରାଜ୍ୟ ସରକାର ଏଥିପାଇଁ କ’ଣ ପଦକ୍ଷେପ ନେଉଛନ୍ତି ଏବଂ ଟେଷ୍ଟିଂ, ଟ୍ରେସିଂ, ପଜିଟିଭ୍ ଓ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ସତ କାହିଁକି ଲୁଚାଉଛନ୍ତି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକରୁ ଅଧିକ ଟେଷ୍ଟିଂ ଏବଂ ଟ୍ରେସିଂକୁ ଗୁରୁତ୍ୱ ଦେବାକୁ କହିଛନ୍ତି  । କରୋନାର ମୁକାବିଲା ପାଇଁ ସତ୍ୟ ନଲୁଚାଇବା ଏବଂ ବିଜ୍ଞାନ ଆଧାରିତ ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦିଆଯାଇଛି । ଭାରତ ସରକାର ଆପଣଙ୍କ ସହ ଏହି କୋଭିଡ୍ ମୁକାବିଲାରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ସହ ଅଛି  । କିନ୍ତୁ ରାଜ୍ୟ ସରକାର ସାଢେ଼ ୪ କୋଟି ଓଡ଼ିଆଙ୍କୁ ପ୍ରକୃତ ତଥ୍ୟ ସଠିକ୍ କୁହନ୍ତୁ  । ତଥ୍ୟ ଲୁଚାନ୍ତୁ ନାହିଁ । ସତ୍ୟକୁ ନଲୁଚାଇ ଟେଷ୍ଟି କରିବା ଏବଂ ଟ୍ରେସିଂ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବା ଦରକାର । 

ସେହିପରି କରୋନାର ପ୍ରଥମ ଲହରୀରେ କୋଭିଡ୍ ସେଂଟର ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା । ମାତ୍ର ପୂର୍ବାପେକ୍ଷା ବର୍ତମାନ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କଣ? ବର୍ତମାନ ରାଜ୍ୟରେ କରୋନାର ଗମ୍ଭୀର ସ୍ଥିତି ଥିବା ବେଳେ ପୂର୍ବ ତୁଳନାରେ ରାଜ୍ୟ ସରକାର ଏଥର ଏକ ଚତୁର୍ଥାଂଶ କାମ କରିନାହାଁନ୍ତି । ପୂର୍ବ ଥର ରାଜ୍ୟ ସରକାର ଡୋର ଟୁ ଡେ଼ାର ଟେଷ୍ଟି ଏବଂ ଟ୍ରେସିଂ କରିଥିଲେ  । ଏଥର ସେହି ବ୍ୟବସ୍ଥା କୁଆଡେ ଗଲା? ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ଜିଲ୍ଲା ହସ୍ପିଟାଲ ଗୁଡ଼ିକ ଦାୟିତ୍ୱ ନେଉଛନ୍ତି ମାତ୍ର ରାଜ୍ୟରେ କୋଭିଡ୍ ଟ୍ରିଟମେଂଟ୍ ପାଇଁ ରାଜ୍ୟ ସରକାର କଣ ଦାୟିତ୍ୱ ନେଇଛନ୍ତି ? ସୁନ୍ଦରଗଡ଼ରେ ଯଦି ଏନଟିପିସିର ହସ୍ପିଟାଲ ନଥାନ୍ତା ତେବେ ଆହୁରି କରୋନାର ଭୟଙ୍କର ସ୍ଥିତି ଉପୁଜି ସାରନ୍ତାଣି । ବର୍ତମାନ ସମୟରେ ଏନଜିଓ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଯୁବ ସଂଗଠନକୁ କରୋନା ମୁକାବିଲାରେ ସାମିଲ କରିବା ଏବଂ ସବୁ ଦଳର ନେତା ମାନଙ୍କୁ ନେଇ କ୍ରାଇସିସ୍ ମ୍ୟାନେଜମେଂଟ କମିଟି ରାଜ୍ୟ ସରକାର ଗଠନ କରିବା ଦରକାର । ଏହା ଆମର ଦାବୀ ନୁହେଁ ବରଂ ଅପେକ୍ଷା ବୋଲି ବିଜେପି ବୈଠକରେ ମତପ୍ରକାଶ କରିଥିଲା । 

ତୃତୀୟତଃ ଓଡ଼ିଶାରେ  କୋଭିଡ୍ ଦ୍ୱିତୀୟ ଲହରର ଭୟଙ୍କର ସ୍ଥିତିକୁ ଦେଇ ରାଜ୍ୟ ସରକାର ଅକ୍ସିଜେନ୍ ଓ ଭେଂଟିଲେଟର ସଂଯୁକ୍ତ ବେଡ଼୍, ଆଇସିୟୁ ବେଡ, ଭେଂଟିଲେଟର ବେଡର ବୃଦ୍ଧିକୁ ପ୍ରାଥମିକତା ଦେବା ଦରକାର । କେନ୍ଦ୍ର ସରକାର ରାଜ୍ୟର ଗ୍ରାମାଞ୍ଚଳରେ କୋଭିଡ୍ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କୁ ୩୩୩.୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତେଣୁ ରାଜ୍ୟ ସରକାର ଅର୍ଥ କୋଭିଡ ମୁକାବିଲା ପାଇଁ ସୁଦୂପଯୋଗ କରିବାକୁ ବିଜେପି ବିଧାୟକଙ୍କ ପକ୍ଷରୁ କୁହାଯାଇଥିଲା । 

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଦେ୍ର୍ଧଶ କ୍ରମେ କର୍ପୋରେଟ୍ ଅନୁଷ୍ଠାନ  ପିଏସୟୁ ଯଥା ନାଲକୋ, ଏନଟିପିସି, ପାରାଦୀପ ପୋର୍ଟ, ସେଲ, ବ୍ୟାଙ୍କ, ରେଲୱେ ହାଉସିଂ ଗୁଡ଼ିକ ନିଜ ନିଜ ବ୍ୟବସ୍ଥାରେ ରାଜ୍ୟରେ କୋଭିଡ୍ ବେଡର ବ୍ୟବସ୍ଥା କରୁଛନ୍ତି  । ବରଗଡ଼ ଜିଲ୍ଲାରେ ଇଣ୍ଡିଆନ ଅଏଲ ସିଏସଆର ପାଣ୍ଠିରୁ ୧୧.୪୮ କୋଟି ଟଙ୍କା ଖର୍ଚ୍ଚ କରି ବିକାଶ ମଲଟି ସ୍ପେଶାଲିଟି ହସ୍ପିଟାଲରେ କୋଭିଡ୍ ସଂକ୍ରମିତଙ୍କ ପାଇଁ ୭୦ଟି ଭେଂଟିଲେଟର ସହ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼୍, ୫୦ ମନିଟର ଏବଂ ୨୦୦ଟି ସିରିଜ୍ ପମ୍ପର ବ୍ୟବସ୍ଥା ହୋଇଛି  । ରାଉରକେଲା ଷ୍ଟିଲ୍ ପ୍ଲାଂଟ ରାଉରେକଲାର ଆଇଜିଏଚ ଠାରେ କୋଭିଡ୍ ରୋଗୀଙ୍କ ପାଇଁ ୧୯ଟି ଆଇସିୟୁ ସହ ୧୨୮ଟି ବେଡ଼୍, ସୁପର ସ୍ପେଶାଲିଟି ହସ୍ପିଟାଲରେ ଭେଂଟିଲେଟର ସହ ୪୭ ଶଯ୍ୟା ଏବଂ ସେକ୍ଟର ୮ରେ ୧୦୮ଟି ଶଯ୍ୟାର ବିକଶିତ କରାଯାଉଛି  । ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଅତିରିକ୍ତ ୬୦ଟି ଭେଂଟିଲେଟର ପାଇଁ ଅର୍ଡର୍ ଦିଆଯାଇଛି  । କେନ୍ଦୁଝର ଜିଲ୍ଲାର ବଲାଣି କିମ୍ବା ବଡ଼ବିଲ ଠାରେ ସେଲ୍ ଦ୍ୱାରା ଅକ୍ସିଜେନ ଏବଂ ଭେଂଟିଲେଟର ସୁବିଧା ଥିବା ୧୦୦ ବେଡ଼୍ ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି  । ସମ୍ବଲପୁର ଜିଲ୍ଲାରେ ଏମସିଏଲ ଦ୍ୱାରା ୧୫୦ ଅକ୍ସିଜେନ ସଂଯୁକ୍ତ ବେଡ଼୍, ଆଇସିୟୁ ଏବଂ ଭେଂଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି ।  

ଭୁବନେଶ୍ୱର ସହରରେ ଏମସିଏଲ ରାଜ୍ୟ ସରକାରଙ୍କ ସହଯୋଗରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ୧୨୦୦ ବେଡ଼୍ କୋଭିଡ୍ ହସ୍ପିଟାଲ ନିମନ୍ତେ ସ୍ପନସୋର କରୁଛି । ଏହି ହସ୍ପିଟାଲରେ ୧୫୦ଟି ଆଇସିୟୁ ବେଡ଼୍, ୧୦୦ଟି ଏଚଡ଼ିୟୁ ବେଡ୍, ସାଧାରଣ ବେଡ୍ ସହ ୧୨ଟି ଡ଼ାଇଲେସିସ ଓ ଆଇସିୟୁ ବେଡ଼୍ ରହିଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର କୋଭିଡ୍ ହସ୍ପିଟାଲରେ ୧୫୦ ଅrିଜେନ୍ ସଂଯୁକ୍ତ ବେଡ଼୍, ଆଇସିୟୁ ଏବଂ ଭେଂଟି ଲେଟରର ବ୍ୟବସ୍ଥା ହେଉଛି  । ଅନୁଗୁଳ ଜିଲ୍ଲା ଏମସିଏଲର କୋଭିଡ୍ ହସ୍ପିଟାଲ, ତାଳଚେରରେ ୧୨୦ ଅକ୍ସିଜେନ ସଂଯୁକ୍ତ ବେଡ଼୍, ଆଇସିୟୁ ଏବଂ ଭେଂଟିଲେଟରର ବ୍ୟବସ୍ଥା ହୋଇଛି  । ସୁନ୍ଦରଗଡ଼ ଜିଲ୍ଲାରେ ଏନଟିପିସି ୨୦ଟି ଭେଂଟିଲେଟର ସହ ୫୦୦ ବେଡ଼୍ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିଛି । ଏନଟିପିସି ସାହାଯ୍ୟରେ କଣିହାଁ ଠାରେ ୨୦ଟି, ତାଳଚେର ଠାରେ ୩୩ଟି, ଦରିପାଲି ଠାରେ ୩୨ଟି ଅର୍ଥାତ୍ ଏପରି ମୋଟ ୮୫ଟି ଅତିରିକ୍ତ ଅକ୍ସିଜେନ ସଂଯୁକ୍ତ ବେଡ଼୍ ପ୍ରତିଷ୍ଠା କରାଯାଉଛି ।

ଓଡ଼ିଶାରେ କୋଭିଡ୍ ମୁକାବିଲା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଭାରତ ସରକାର ପିଏମ୍ କେୟାର୍ସ ଫଣ୍ଡରୁ ୭ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରଣାଳୟ ପକ୍ଷରୁ ୭ଟି ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ ଏବଂ ଡ଼ିଆରଡ଼ିଓ ଏବଂ ଏନଏଚଆଇ ପକ୍ଷରୁ ୭ଟି ପିଏସଏ ମେଡ଼ିକାଲ ଅକ୍ସିଜେନ  ପ୍ଲାଂଟ୍ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା  ହେଉଛି  । 

ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ ଏପ୍ରିଲରୁ ମଇ ୧୬ ପର୍ଯ୍ୟନ୍ତ ଓଡ଼ିଶାକୁ ୭୩ ହଜାର ରେମଡେ଼ସିଭର ଡ୍ରଗ୍ସ ଆବଂଟନ କରାଯାଇଛି । ସେଥିମଧ୍ୟରୁ ୧୦ ମଇ ସୁଦ୍ଧା ୨୨ ହଜାର ୪୨୧ଟି ରେମଡେ଼ସିଭର ରାଜ୍ୟ ସରକାର ଗ୍ରହଣ କରିସାରିଛନ୍ତି । ୪୪.୮ ଲକ୍ଷରୁ ଉର୍ଦ୍ଧ୍ୱ ରାପିଡ ଆଂଟିଜେନ୍ କିଟ୍ କେନ୍ଦ୍ର ସରକାର ରାଜ୍ୟକୁ ଯୋଗାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ଚାଉଳ ଓ ପ୍ରତି ପରିବାରକୁ ଡ଼ାଲି ଦିଆଯିବାର ବ୍ୟବସ୍ଥା କରାଯାଇଛି । ବର୍ତମାନ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ସହଯୋଗ ଓ ସମନ୍ୱୟର ଆବଶ୍ୟକତା ରହିଛି । ଭାରତ ସରକାର ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ପ୍ରସ୍ତୁତ । କିନ୍ତୁ ରାଜ୍ୟ ସରକାର କୌଣସି କାମରେ ଅବହେଳା ନକରି ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ । 

ଭାରତରେ ଯେତେ ଭ୍ୟାକସିନ୍ ଉତ୍ପାଦନ ହେଉଛି ବିଶ୍ୱର ଆଉ କେଉଁ ଦେଶରେ ଏବେ ଭ୍ୟାକସିନ୍ ଉତ୍ପାଦନ ହେଉନାହିଁ । ପ୍ରଥମେ ୬୦ ବର୍ଷ ଏବଂ ପରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଟିକା ଯୋଗାଇଦେଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାର ୫୦ ପ୍ରତିଶତ ଟିକାକରଣର ଦାୟିତ୍ୱ ନେଇଥିବା ବେଳେ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ୨୫ ପ୍ରତିଶତ ଏବଂ ରାଜ୍ୟ ସରକାର ୨୫ ପ୍ରତିଶତ ଟିକା ଦେବାର ବ୍ୟବସ୍ଥା କରିଛନ୍ତି  । ଦେଶରେ ଟିକାର ଅଭାବ କୌଣସି ରହିବ ନାହିଁ  । ଓଡ଼ିଶାରେ ଗତକାଲି ସୁଦ୍ଧା ଦିଆଯାଇଥିବା ୬୫ ଲକ୍ଷ ୬୮ ହଜାର ୬୪୯ ଟିକା ମଧ୍ୟରୁ କେନ୍ଦ୍ର ସରକାର ମାଗଣାରେ ୬୪ ଲକ୍ଷ ୩୧ ହଜାର ୨୮୪ ଟିକା ଯୋଗାଇଛନ୍ତି  । ଗତକାଲି କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ୧ ଲକ୍ଷ ୮୮ ହଜାରରୁ ଉର୍ଦ୍ଧ୍ୱ ଟିକା ଯୋଗାଇଛନ୍ତି  ।

 

 

 

 

0
0
0
s2sdefault