ହେଡଲାଇନସ୍:

ଅପରାଧିଙ୍କୁ ସମର୍ଥନ କରିବା ବିଜେପିର ଅଭ୍ୟାସଗତ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

BJD spokesperson Lenin Mohanty press meet - YouTube

ଭୁବନେଶ୍ୱର(ଶାସକ ପ୍ରଶାସକ) : ମିଥ୍ୟା ଏବଂ ଭିତ୍ତିହୀନ ବିବୃତ୍ତି ଦେବା ସହିତ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଓଡିଶା ବିଜେପିର ଅଭ୍ୟାସଗତ ହୋଇଗଲାଣି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଜଣେ ଅପରାଧୀଙ୍କୁ ସମର୍ଥନ କରିଛନ୍ତି ଯାହା କି ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି । 

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ଯେଉଁ ତୁମ୍ବନାଥ ସୁବୁଦ୍ଧିଙ୍କ ରକ୍ଷାପାଇଁ ଆଗକୁ ଆସିଛି ସେହି ତୁମ୍ବନାଥଙ୍କର ଆହୁରି ଅନେକ ଅପରାଧିକ ମାମଲା ରହିଛି । ୨୦୧୦ ମସିହା ଜୁଲାଇ ୨୨ ତାରିଖରେ ଧିର ସାମଲ ହତ୍ୟା ମାମଲାରେ ତୁମ୍ବନାଥଙ୍କୁ ଗିରଫ କରାଯାଇଥିଲା । ଏହି ହତ୍ୟାକାଣ୍ଡ ବ୍ରହ୍ମପୁର ଥାନା ବଡବଜାର ସ୍ଥିତ ନଗର ସାହିରେ ଘଟିଥିଲା । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍‍ ଯାଇଥିଲା ଓ ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ସର୍କଲ ଜେଲ୍‍ରୁ ଏମ୍‍କେସିଜିକୁ ପଠାଯାଇଥିଲା । ଚିକିତ୍ସାଧୀନ ଥିବାବେଳେ, ୩ ନଭେମ୍ବର ୨୦୧୦ରେ ସେ ବ୍ରହ୍ମପୁର ସ୍ଥିତ ଏମ୍‍କେସିଜି ହସ୍ପିଟାଲରୁ ଫେରାର ହୋଇଯାଇଥିଲା । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅମାନୁଷିକ ଆକ୍ରମଣ ଏବଂ ଅନ୍ୟାନ୍ୟ ମାମଲାରେ ମଧ୍ୟ ସେ ଜଡିତ ।

ଗତ ମାସ ୧୪ ତାରିଖରେ ସେ ପୁରୀ ଶ୍ରୀମନ୍ଦିର ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା ଏବଂ ପବିତ୍ର ରୋହିଣୀ କୁଣ୍ଡର କାଠ ଘୋଡଣିକୁ ଜବରଦସ୍ତ କାଢି ଦେଇଥିଲା । ଯେଉଁମାନେ ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ ସେ ସେମାନଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏପରି କାର୍ଯ୍ୟକଳାପ ପାଇଁ ତାକୁ ଗିରଫ କରାଯାଇଥିଲା । ଏହି ତୁମ୍ବନାଥ ସୁବୁଦ୍ଧି ତାହାର ଦୀର୍ଘ ଅପରାଧିକ କାର୍ଯ୍ୟକଳାପ ପାଇଁ ବେଶ୍‍ ଜଣାଶୁଣା । ଯଦି ଓଡିଶା ବିଜେପି ଏଭଳି ଜଣେ ଅପରାଧିକୁ ସହାୟତା କରୁଥାଏ ତେବେ ଏଥିରେ କୌଣସି ନୂତନତ୍ୱ ନାହିଁ । କାରଣ ଅତୀତରେ ଏହି ଦଳ ଧଳସାମନ୍ତ ଭାଇଙ୍କ ଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟାର ଟିଟୋ ଓ ଅନ୍ୟ ଅପରାଧିଙ୍କୁ ସମର୍ଥନ କରିବାର ବହୁ ନଜିର ରହିଛି । 

ଆମେ ବିଜେପିକୁ ଅନୁରୋଧ କରୁଛୁ କି ସେମାନେ ଲୋକଙ୍କ ଧାର୍ମିକ ଭାବନାକୁ ପ୍ରଜ୍ୱଳିତ ନକରନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଓଡିଶାକୁ ଉତ୍ତର ପ୍ରଦେଶ କିମ୍ବା ବିହାରରେ ପରିଣତ କରିବାକୁ ଚେଷ୍ଟା ନକରନ୍ତୁ । ଭାଇଚାରା ଓ ସହନଶୀଳତାର ରାଜ୍ୟ ଭାବେ ଜଣାଶୁଣା ଶାନ୍ତିପ୍ରିୟ ଓଡିଶାର ଲୋକେ କେବେହେଲେ ବିଜେପିର ଏଭଳି ଅପରାଧୀଙ୍କୁ ସମର୍ଥନ କରିବା ନୀତିକୁ ଆଦୌ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।

 

0
0
0
s2sdefault