ହେଡଲାଇନସ୍:

କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା | ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରାନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଭୁବନେଶ୍ୱର: ଓଡିଶାର ବିକାଶରେ ବାଧକ ନିଜେ ରାଜ୍ୟ ସରକାର । ଭ୍ରଷ୍ଟାଚାର ଓ କୁଶାସନର ପ୍ରତିଛବି ଆଜି ରାଜ୍ୟର ସମସ୍ତ ଅଂଚଳରେ ଦେଖାଯାଉଛି । ମୋଦି ସରକାର ଓଡିଶାର ଉନ୍ନତି ଓ ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ଏଥିପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଦେଉଛନ୍ତି । ମାତ୍ର ଦୁର୍ନୀତିରେ ଉବୁଟୁବୁ ରାଜ୍ୟ ସରକାରଙ୍କ ଗରୀବମାରଣ ନୀତି କାରଣରୁ ବିଜେଡିର ଆନୁଗତ୍ୟ ଓ ଅଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି କିନ୍ତୁ ଯୋଗ୍ୟ ହିତାଧିକାରୀ କୁଡିଆରେ ରହୁଛି । କୋଭିଡ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସିଥିବା ଅର୍ଥରୁ ପ୍ରାୟ ୮୦୦ କୋଟି ଟଙ୍କାର ମିଛ ବିଲ୍ କରି ବିଜେଡି ନେତା ଓ କର୍ମୀମାନେ ହଡପ୍ କରିଛନ୍ତି । ସେହିପରି ପଂଚାତୟରାଜ ବିଭାଗକୁ ଶାସକ ବିଜେଡି ନେତାମାନେ କବ୍ଜା କରି ରଖିଛନ୍ତି । ମୋଦି ପଠାଉଥିବା ଅର୍ଥ ବାଟମାରଣା ହେଉଥିବା କାରଣରୁ ଗ୍ରାମାଂଚଳର ବିକାଶ ସଠିକ ଭାବେ ହୋଇପାରୁନାହିଁ । କୃଷକଙ୍କ ଅର୍ଥନୀତିର ବିକାଶ ପାଇଁ ମୋଦି ସରକାରଙ୍କ ବହୁ କଲ୍ୟାଣମୁଳକ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରାଉ ଥିବାରୁ କାର୍ଯ୍ୟକାରିଣୀ ଚିନ୍ତା ପ୍ରକଟ କରିବା ସହ ଶାସକ ବିଜେଡିର ମନୋମୁଖୀ ଶାସନ ବିରୋଧରେ ଲଢେଇକୁ ଆହୁରୀ ତୀବ୍ରତର କରାଯିବାର ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ଅବସରରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଡ.ମୁକେଶ ମହାଲିଙ୍ଗ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

ରାଜ୍ୟରେ ଥିବା ୫୫୦ରୁ ଉଦ୍ଧ୍ୱର୍ ପୋଲିସ ଥାନାଗୁଡିକ ଶାସକ ବିଜେଡିର କବ୍ଜାରେ, ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଏବଂ ରାଜନୈଡିକ ପୃଷ୍ଟପୋଷକତାରେ ହତ୍ୟା କାରଣରୁ ସାଧାରଣ ଜନତା ନିଜ ନ୍ୟାର୍ଯ୍ୟ ନ୍ୟାୟ ପାଇବାରୁ ବଂଚିତ । ପୋଲିସ ବ୍ୟବସ୍ଥା ଉପରେ ଜନତାଙ୍କ ଭରଷା ତୁଟି ଯାଉଛି । ରାଜ୍ୟରେ ମହିଳା, ବାଳିକା, ଶିଶୁ ଅପରାଧ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ମହିଳା ହିଂସାର ଅପରାଧୀଙ୍କୁ ଶାସକ ବିଜେଡିର ପ୍ରରୋଚନାରେ ସୁରକ୍ଷା ଯୋଗାଇ ଦିଆଯାଉଛି । ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଧମା କରାଯାଇ ଭୟଭୀତ କରୁଛନ୍ତି । ଗତ ପଂଚାୟତ ନିର୍ବାଚନ ସମୟରେ ରାଜନୈତିକ ହିଂସାପରାୟଣ ହୋଇ ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଥିଲା, ଯାହାର ଉତର ବର୍ତମାନ ସୁଦ୍ଧା ମିଳିପାରିନାହିଁ । ନବେ ଦଶକର ପରିସ୍ଥିତି ଭଳି ଆଜି ସମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସୃଷ୍ଟି ହୋଇଛି । ରାଜ୍ୟରେ ନିଶା ବ୍ୟବସାୟ ଓ ଚାଲାଣ ବୃଦ୍ଧି ପାଇଚାଲିଛି ।ଲଘୁ ଖଣିଜ ଦ୍ରବ୍ୟର ପ୍ରଚୁର ପରିମାଣରେ ଚେରା କାରବାର ହେଉଛି । ଆଉ ଏହି ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ପ୍ରତିନଧି ଓ ପୋଲିସ ସଂପୃକ୍ତ ଥିବାର ପ୍ରମାଣ ମିଳିଛି । ସେହିପରି ଯେଉଁ ମହାପୁରୁଷଙ୍କ ଉଦ୍ୟମରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ଗଠନ ହୋଇଥିଲା, ଆଜି ବିଜେଡି ଶାସନ ସମୟରେ ସେହି ମହାପୁରୁଷଙ୍କ ସ୍ୱପ୍ନ ଧୁଳିସାତ ହୋଇଛି । ରାଜ୍ୟର ସୀମାନ୍ତ ଅଂଚଳ ଅସୁରକ୍ଷିତ ଓ ବର୍ତମାନ ପଡୋଶୀ ରାଜ୍ୟର କବ୍ଜାରେ । କେବଳ ଆତ୍ମପ୍ରଚାର ସର୍ବସ୍ୱ  ଓ ରାଜନୀତି ଉଦେ୍ଧଶ୍ୟ ପ୍ରଣୋଦିତ ବିଜେଡି ସରକାର ରାଜ୍ୟର ସାମୁହିକ ବିକାଶର ବାଧକ ସାଜିଛନ୍ତି । କାମ୍ପା ଫଣ୍ଡ, ଡିଏମଏଫ ଫଣ୍ଡ ଅର୍ଥକୁ ହରିଲୁଟ କରିବା, ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୈାନ୍ଦର୍ଯୀକରଣ ନାଁରେ ବୁଲଡୋଜର ଲଗାଇ ଓଡିଆ ଐତିହ୍ୟକୁ ନଷ୍ଟ କରାଯିବାର ଚକ୍ରାନ୍ତକ୍ୁ ଆଦୈା ଗ୍ରହଣ କରାଯିବ ନାହିଁ ବୋଲି ଆଜିର କାର୍ଯ୍ୟକାରିଣୀରେ ନିଷ୍ପତି ନିଆଯାଇଛି । ଏହି ସମସ୍ତ ପ୍ରସଙ୍ଗରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଚିନ୍ତାପ୍ରକଟ କରାଯିବା ସହ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇ କହିଛନ୍ତି । ଏହି ଅବସରରେ ବିଧାୟକ ଶଂକର ଓରାମ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଗତ କାଲି ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପାରିତ କରାଯାଇଅଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ ଓ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ  ନେତା ଡ.ଗିରିଧର ଗମାଙ୍ଗୋ, ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଗଣ ଉପସ୍ଥିତ ଥିଲେ ।

ଆଜି ସକାଳେ କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନେ୍ଦ ମାତରଂ ଗାନ କରାଯାଇଥିଲା । ଏହା ପରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । 

ଆଜିର ଏହି ବୈଠକକୁ ସମ୍ବୋଧନ କରି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ଭାରତୀୟ ଜନତା ପାର୍ଟୀ ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ଓଡିଶା ପ୍ରଦେଶକୁ ଏବଂ ଓଡିଆଙ୍କୁ ଭ୍ରଷ୍ଟାଚାର ଓ ପ୍ରତାରଣାର ବାତାବରଣରୁ ମୁକ୍ତି ମିଳିବା ଆବଶ୍ୟକ । କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଲୋକଙ୍କ ପାଖରେ ପହଂଚାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ୩୭ ହଜାରରୁ ଉଦ୍ଧ୍ୱର୍ ବୁଥକୁ ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଂଚାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନକୁ ପୁରଣ କରିବା ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀ କାର୍ଯ୍ୟକାରିଣୀକୁ ଆହ୍ୱାନ ଜଣାଇଛନ୍ତି । କୋଟି କୋଟି ବିଜେପି କାର୍ଯ୍ୟକର୍ତାଙ୍କ ନିଷ୍ଠା  ଓ ପରିଶ୍ରମ କାରଣରୁ ଭାରତୀୟ ଜନତା ପାର୍ଟୀ ଆଜି ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ମାନ୍ୟତା ପାଇଛି । ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟବାସୀଙ୍କ ଆହୁରି ଅଧିକ ଆସ୍ଥାଭାଜନ ହେବା ପାଇଁ ଶ୍ରୀମତୀ ପୁୁରନେ୍ଦଶ୍ୱରୀ କାର୍ଯ୍ୟକାରିଣୀକୁ ପରାମର୍ଶ ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟୀ ଅନ୍ୟ ରାଜନୈତିକ ଦଳଠାରୁ ସଂପୂର୍ଣ୍ଣ ଭିନ୍ନ । କୋଭିଡ୍ ମହାମାରୀ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସେବାକାର୍ଯ୍ୟ ଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ପହଂଚିଛି । ବିଜେପି ପାର୍ଟୀର କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସର୍ବଦା ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଇଛି । ବୁଥ୍ ସ୍ତରର କାର୍ଯ୍ୟକର୍ତାଙ୍କଠାରୁ ଆରମ୍ଭ କରି ସାଂସଦ, ମନ୍ତ୍ରୀ ତଥା ସ୍ୱୟଂ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ପାର୍ଟୀର ବିଚାରଧାର ପ୍ରତି ଅବଗତ ହୁଅନ୍ତି ବୋଲି ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟ ପାଲ୍ ସିଂହ ତୋମାର କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ନେତୃତ୍ୱରେ ଓଡିଶାର ନିର୍ମାଣ ପାଇଁ କାର୍ଯ୍ୟ କରିବା । ସେବା, ସଂଗଠନ, ସଂପର୍କ ଓ ସଂଘର୍ଷ ଆଧାରରେ ଦଳକୁ ମଜବୁତ୍ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ପୋଷଣ, ସ୍ୱାସ୍ଥ୍ୟ ମିଶନ, ଏଫପିଓ ଓ ବନଧନ ଯୋଜନାରେ ମୋଦି ସରକାରଙ୍କ ଓଡିଶା ପାଇଁ ଯୋଗଦାନକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଭୂୟସୀ ପ୍ରଶଂସା କରିଥିଲେ ।

୩ଟି ପର୍ଯ୍ୟାୟରେ ଆଗତ ରାଜନୈତିକ ଚିଠାର ପ୍ରଥମ ପ୍ରସ୍ତାବ “ଓଡିଶାର ବିକାଶରେ ବାଧକ ରାଜ୍ୟ ସରକାର”କୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଗତ କରିଥିଲେ । ରାଜ୍ୟ ସଂପାଦକ ଅମର ନାୟକ ସମର୍ଥନ ଜଣାଇଥିଲେ । ଏହି ପ୍ରସ୍ତାବ ଉପରେ କାର୍ଯ୍ୟକାରିଣୀରେ ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ବରିଷ୍ଠ  ନେତା କେ.ଭି.ସିଂହଦେଓ ସଂକଳନ କରିଥିଲେ । ୨ୟ ରାଜନୈତିକ ପ୍ରସ୍ତାବ “ବିପର୍ଯ୍ୟୟ ଆଇନ ଶୃଙ୍କଳା”କୁ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଆଗତ କରିଥିଲେ ଓ ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ ସମର୍ଥନ କରିଥିଲେ । ରାଷ୍ଟ୍ରୀୟ  ମୁଖପାତ୍ର ଡ.ସମ୍ବିତ ପାତ୍ର ଏହାର ସଂକଳନ କରିଥିଲେ । ୩ୟ ରାଜନୈତିକ ପ୍ରସ୍ତାବ “ସୀମା ବିବାଦ”କୁ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଆଗତ କରିଥିଲେ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ ଜଣାଇଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହାର ସଂକଳନ କରିଥିଲେ ।

କୃଷକଙ୍କ ଆୟକୁ ୨ଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବଳିଷ୍ଠ  ପଦକ୍ଷେପ ଏବଂ କୋଭିଡ୍ ମହାମାରୀ ଯୁଦ୍ଧରେ ନେତୃତ୍ୱ ନେଇ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସମ୍ମାନ ସୃଷ୍ଟି କରାଇଥିବା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ  ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ପାରିତ କରାଯାଇଥିଲା । 

ସେହିପରି ପଂଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନାରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ପ୍ରସ୍ତାବ ଉପସ୍ଥାପନା କରିଥିଲେ । ଏହି ଆଲୋଚନାରେ ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ବିଶେଶ୍ୱର ଟୁଡୁ ଆଲୋଚନା କରିଥିବାବେଳେ ସାଂସଦ ସୁରେଶ ପୁଜାରୀ ସଂକଳନ କରିଥିଲେ । ନଗର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆଲୋଚନାରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରସ୍ତାବ ଉପସ୍ଥାପନା କରିଥିବାବେଳେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଅପରାଜିତା ଷଡଙ୍ଗୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସାଂଗଠନିକ ବିଷୟ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି  କାର୍ଯ୍ୟକାରିଣୀକୁ ଅବଗତ କରାଇଥିଲେ । ଶେଷରେ ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ ଧନ୍ୟବାଦ ଜ୍ଞାପନ କରିଥିଲେ  ।

 

0
0
0
s2sdefault