ହେଡଲାଇନସ୍:

ପାଇକମାଲ ସହରରେ ଶ୍ରମ ମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-06-18-padampur.jpg - 178.29 kB

ପାଇକମାଲ

(gauranga Dash/ Nila Deep) 

ବରଗଡ଼ ପାଇକମାଲ ଠାରେ ଆଜି ରାଜ୍ୟ ସରକାରଙ୍କ ଶ୍ରମ,ଇ.ଏସ୍.ଆଇ. ତଥା ଶକ୍ତି ମନ୍ତ୍ରୀ  ଶୁସାନ୍ତ ସିଂଙ୍କ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା ।ଉକ୍ତ ଅବସରରେ ମାନ୍ୟବର ମନ୍ତ୍ରୀ ପାଇକମାଲ ସହରରେ ସକାଳ ୧୦ଟା୩୦ମିରେ ପହଞ୍ଚିବା ପରେ ବିଜୁ ଜନତା ଦଳର ହଜାର ହଜାର କର୍ମୀ ତାଙ୍କୁ ସ୍ବାଗତ ଜଣାଇଥିଲେ ।ସ୍ବାଗତ କାର୍ଯ୍ୟକ୍ରମ ଶେଷହେବା ପରେ ମାନ୍ୟବର ମନ୍ତ୍ରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ପାଇକମାଲ ଠାରୁ ନୄସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସ ପଡିଆକୁ ଅଣାଯାଇଥିଲା ।ସେଠାରେ ବିଶାଲ ଜନସମୁହଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ ପାଇକମାଲ ପକ୍ଷରୁ ସଭା ଆୟୋଜନ କରାଯାଇଥିଲା ।ଜନସଭାକୁ ମାନ୍ୟବର ମନ୍ତ୍ରୀ ସମ୍ବୋଧିତ କରିଥିଲେ ।ଏହି ସଭାରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦ୍ବାରା ତଥା ତାଙ୍କ ମନ୍ତ୍ରାଳୟ ଦ୍ବାରା ପରିଚାଳିତ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିବା ସହିତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରି ଯୋଜନା ଗୁଡ଼ିକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ସଂଯୋଜକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା ମଧ୍ୟ ଜନସାଧାରଣଙ୍କୁ ଉଦବୋଧନ ଦେଇ ବିଭିନ୍ନ ବିଷୟରେ ରାଜ୍ୟ ପ୍ରତି କେନ୍ଦ୍ରସରକାରଙ୍କ ବୈମାତୃକ ମନୋଭାବକୁ ଲୋକଙ୍କୁ ବୁଝାଇଥିଲେ ।ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ଜନସାଧାରଣଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ଭାରତୀୟ ଜନତା ପାର୍ଟିର ନାରୀ ନେତ୍ରୀ ମିନା ବାରିକଙ୍କ ନେତୄତ୍ବରେ ପ୍ରାୟ ୧୫୦ ଜଣ ମହିଳା ଓ ପୁରୁଷ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିବା ସହିତ ଟେମରୀ ଓ ବରତୁଣ୍ଡା ପଞ୍ଚାୟତ ର ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ଯୋଗଦାନ କରିଥିଲେ ।ନୂତନ ଭାବରେ ବିଜେଡି ରେ ଯୋଗଦାନ କରିଥିବା କର୍ମୀ ମାନଙ୍କୁ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବରିହା ବିଧିବଦ୍ଧ ଭାବରେ ଦଳରେ ସାମିଲ କରାଇବା ସହ ଜନସାଧାରଣଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜିକାର ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟକେତନ ପ୍ରଧାନ,ଝାରବନ୍ଧ ବ୍ଳକ ବିଜେଡି ସଭାପତି  ଯତିନ୍ଦ୍ର ହାତୀ ତଥା ଦଳର ଅନ୍ୟ ବରିଷ୍ଠ ନେତା ଯୋଗଦାନ କରି ନିଜର ମତାମତ ରଖିଥିଲେ ।ଏହି କର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଗିରିଷ ଡ଼ନସନା,ଗଣେସ ପ୍ରଧାନ,ଘନଶ୍ୟାମ ଭୋଇ, ମଣ୍ଟୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।ଶେଷରେ ଏହି ସଭାକୁ ସଫଳ କରିଥିବାରୁ ସଭାର ପରିଚାଳକ ପାଇକମାଲ ସରପଞ୍ଚ ଧବଲେଶ୍ବର ସାହୁ ଜନସାଧାରଣଙ୍କୁ କୄତଜ୍ଞାତା ଜ୍ଞାପନ କରିଥିଲେ ।

0
0
0
s2sdefault