୨୨ ଜିଲ୍ଲାରେ ବଦଳିଲେ କଂଗ୍ରେସ ଜିଲ୍ଲା ସଭାପତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-04-18-congress-rahul-gandh.jpg - 110.28 kB

ପିସିସି ଢାଞ୍ଚାରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି


ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ପରିବର୍ତିତ ହୋଇଛନ୍ତି ଜିଲ୍ଲା କଂଗ୍ରେସ ମୁଖିଆ `| ୧୧ଟି ଜିଲ୍ଲାରେ ସଭାପତି ଅପରିବାରରିତ ରଖାଯାଇଥିବା ବେଳେ ୨୨ଟି  ଜିଲ୍ଲାରେ ବଦଳି ଛନ୍ତି ସଭାପତି | ସଭାପତି ପଦ ସହିତ  ପିସିସି ଢାଞ୍ଚାରେ ସବୁ ଜିଲ୍ଲାରେ ନିକୁକ୍ତ ହୋଇଛନ୍ତି |  ଶନିବାର ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ୍ ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ରାହୁଲଙ୍କ ଭେଟିବା ପରେ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ପରେ କେଉଁ ଜିଲ୍ଲାରେ ଦଳର ସଭାପତି କିଏ ରହିବେ ସେ ନେଇ ଘୋଷଣା କରିଛି ଏଆଇସିସି ।
ଏହି ତାଲିକା ଅନୁଯାୟୀ ବରଗଡ ଜିଲ୍ଲାର ସଭାପତି ଭାବେ ସତ୍ୟଭୂଷଣ ସାହୁ ଓ କାର୍ଯ୍ୟକାରୀ ସଭାପତି ଭାବେ ଯୁଗଳ କିଶୋର ସିଂହ ଏବଂ ବିଜୟ କୁମାର ସ୍ୱାହିଙ୍କୁ ନିଯୁଚ୍ଛି ଦିଆଯାଇଛି । ଦେବଗଡ ଜିଲ୍ଲା ସଭାପତି ଭାବେ ଉମାକାନ୍ତ ସାହୁ , ଅନୁଗୁଳ ଜିଲ୍ଲା ସଭାପତି ଭାବେ ବିପ୍ଲବ ଜେନା ଓ କାର୍ଯ୍ୟକାରୀ ସଭାପତି ଭାବେ ଅମ୍ବିକା ଭଟ୍ଟ ଓ ସୁରେଶ ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି  ଦିଆଯାଇଛି । ଢେଙ୍କାନାଳ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ କାର୍ଯ୍ୟକାରୀ ସଭାପତି ଭାବେ ସରୋଜ ପଟ୍ଟନାୟକ ଓ ପ୍ରବଳକାନ୍ତ ସାହୁଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ଦିଲ୍ଲୀପ କୁମାର ବେହେରା ଓ କାର୍ଯ୍ୟକାରୀ ସଭାପତି ଭାବେ ଡମ୍ବରୁଧର ଛତ୍ରିଆଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବେ ଶଙ୍କର ଦାସ ଓ କାର୍ଯ୍ୟକାରୀ ସଭାପତି ଭାବେ ସୁବ୍ରତ କୁମାର ସେଠୀ ଓ ତ୍ରିପୁରାରୀ ସେଠୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମୟୁରଭଂଜ ଜିଲ୍ଲା ସଭାପତି ଭାବେ ହେମନ୍ତ ଦାଶ ଓ କାର୍ଯ୍ୟକାରୀ ସଭାପତି ଭାବେ ପ୍ରଫୁଲ୍ଲ ସାହୁ , ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ , ଲକ୍ଷ୍ମଣ ମାଝୀ ଓ ଭୁବନ ସାହୁ ଙ୍କୁ ନିଯୁଚ୍ଛି ଦିଆଯାଇଛି । ସୁନ୍ଦରଗଡ ଜିଲ୍ଲା ସଭାପତି ଭାବେ ବେଣୁମାଧବ ତ୍ରିପାଠୀ ଓ କାର୍ଯ୍ୟକାରୀ ସଭାପତି ଭାବେ ଡ. ରାଜେନ୍ଦ୍ର ଏକ୍କା , ଅଜୟ କୁମାର ବହିଦାର ଓ ସୁନୀତା ବିଶ୍ୱାଳଙ୍କୁ  ନିଯୁଚ୍ଛି ଦିଆଯାଇଛି । ରାଉରକେଲା ସଭାପତି ଭାବେ ରବି ରାୟ ଓ କାର୍ଯ୍ୟକାରୀ ସଭାପତି ଭାବେ ସବୀର ହୁସେନ୍ ଙ୍କୁ ନିଯୁକ୍ତି   ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ସଭାପତି ଭାବେ ଅଶ୍ୱିନୀ କୁମାର ଗୁରୁ ଓ କାର୍ଯ୍ୟକାରୀ ସଭାପତି ଭାବେ ଦେବେନ ପତି , କେନ୍ଦୁଝର ଜିଲ୍ଲା ସଭାପତି ଭାବେ ମୋହନ କୁମାର ପରିଡା ଓ କାର୍ଯ୍ୟକାରୀ ସଭାପତି ଭାବେ ବିପ୍ଲବ କୁମାର ମିଶ୍ର , ନିହାର ରଂଜନ ଜେନା ଓ ରତିକାନ୍ତ ବରାଳଙ୍କୁ ନିଯୁକ୍ତି  ଦିଆଯାଇଛି ।
ଅନ୍ୟପକ୍ଷରେ ନୟାଗଡ ଜିଲ୍ଲା ସଭାପତି ଭାବେ ରଂଜିତ ଦାସ ଓ କାର୍ଯ୍ୟକାରୀ ସଭାପତି ଭାବେ ହୁସେନ୍ ଖାନ୍ , ମନୋଜ କୁମାର ସାହୁ ଓ କମଲ ଚନ୍ଦ୍ର ସାହୁ , ପୁରୀ ଜିଲ୍ଲା ସଭାପତି ଭାବେ ସତ୍ୟବ୍ରତ ପାତ୍ର ଓ କାର୍ଯ୍ୟକାରୀ ସଭାପତି ଭାବେ ଅଜିତ ମଙ୍ଗରାଜ ଓ ପୂର୍ଣ୍ଣ ଚନ୍ଦ୍ର ନାଏକଙ୍କୁ ନିଯୁକ୍ତି   ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଶରତ ରାଜ ଓ କାର୍ଯ୍ୟକାରୀ ସଭାପତି ଭାବେ ତପନ ଦାସ , ସଂଜୀବ ଗିରି ଓ ମାନସ ଦାସପଟ୍ଟନାୟକଙ୍କୁ ନିଯୁକ୍ତି  ଦିଆଯାଇଥିବା ବେଳେ ଯାଜପୁର ଜିଲ୍ଲା ସଭାପତି ଭାବେ ମନୋଜ ରାଉତ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ବିଷ୍ଣୁ ଚରଣ ରାଉତ ଓ ବଳଭଦ୍ର ଦାସଙ୍କୁ ନିଯୁକ୍ତି   ଦିଆଯାଇଛି । ସେହିପରି ଭଦ୍ରକ ଜିଲ୍ଲା ସଭାପତି ଭାବେ ଅଶୋକ ଦାସ ଓ ନଳୀନୀକାନ୍ତ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି , କେନ୍ଦ୍ରାପଡା ଜିଲ୍ଲା ସଭାପତି ଭାବେ ଚିନ୍ମୟ ପ୍ରସାଦ ବେହୁରା ଏବଂ କାର୍ଯ୍ୟକାରୀ ସଭାପତି ଭାବେ ଆକବର ଅଲ୍ଲୀ , ପ୍ରଫୁଲ୍ଲ ଦାସ ଓ ମାନସ ମଲ୍ଲିକଙ୍କୁ ନିଯୁକ୍ତି   ଦିଆଯାଇଛି । ଝାରସୁଗୁଡା ଜିଲ୍ଲା ସଭାପତି ଭାବେ ଗିରିଶ ରଂଜନ ପଣ୍ଡା , କାର୍ଯ୍ୟକାରୀ ସଭାପତି ଭାବେ ବିଶାଲ କୁମାର ଦାସ , ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ସୁରେଶ କୁମାର ରାଉତରାୟ ଓ କାର୍ଯ୍ୟକାରୀ ସଭାପତି ଭାବେ ରାମ ଚନ୍ଦ୍ର ମହାପାତ୍ର , ଯୋଗୀନାଥ ବାହୁବଳେନ୍ଦ୍ର ଓ ସ୍ୱାଗତିକା ପଟ୍ଟନାୟକଙ୍କୁ ନିଯୁକ୍ତି   ଦିଆଯାଇଛି । ସେହିପରି ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ମାନସ ଚୌଧୁରୀ ଓ କାର୍ଯ୍ୟକାରୀ ସଭାପତି ଭାବେ ରଶ୍ମୀ ମହାପାତ୍ରଙ୍କୁ ନିଯୁକ୍ତି   ଦିଆଯାଇଥିବା ବେଳେ କଟକ ସଦର ଜିଲା ସଭାପତି ଭାବେ ମହମ୍ମଦ ମୋକିମ , କଟକ ଜିଲ୍ଲା ସଭାପତି ଭାବେ ଗୁରୁପଦ ନନ୍ଦ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ବିଶ୍ୱଜିତ ଦାସ ଓ ପୁଷ୍ପା ସାମଲଙ୍କୁ ନିଯୁକ୍ତି  ଦିଆଯାଇଛି ।
ଏହା ବ୍ୟତୀତ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ପାତ୍ର ଓ କାର୍ଯ୍ୟକାରୀ ସଭାପତି ଭାବେ ଆଡଭୋକେଟ୍ ରାମ ପଟ୍ଟନାୟକ , ନବରଙ୍ଗପୁର ଜିଲ୍ଲା ସଭାପତି ଭାବେ ମନୋରଂଜନ ତ୍ରିପାଠୀ , ରାୟଗଡା ଜିଲ୍ଲା ସଭାପତି ଭାବେ ଦୁର୍ଗା ପ୍ରସାଦ ପଣ୍ଡା , କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଭାରତ ଭୂଷଣ ବେମାଲ ଓ କାର୍ଯ୍ୟକାରୀ ସଭାପତି ପର୍ଶୁରାମ ପାଢୀ , ନୂଆପଡା ଜିଲ୍ଲା ସଭାପତି ଭାବେ ଘାସିରାମ ମାଝୀ ଙ୍କୁ ନିଯୁକ୍ତି   ଦିଆଯାଇଛି । ସେହିପରି ଗଜପତି ଜିଲ୍ଲା ସଭାପତି ଭାବେ ବିଭୂ ପାତ୍ର ଓ କାର୍ଯ୍ୟକାରୀ ସଭାପତି ଭାବେ ଜି. ତିରୁପତି ରାଓ , କନ୍ଧମାଳ ଜିଲ୍ଲା ସଭାପତି ଭାବେ ବରୁନ ଭୋଇ ଓ କାର୍ଯ୍ୟକାରୀ ସଭାପତି ଭାବେ ସୀମାଂଚଳ ଆଚାର୍ଯ୍ୟ ଓ ସନ୍ତୋଷ ପଟ୍ଟନାୟକ , ବୌଦ୍ଧ ଜିଲ୍ଲା ସଭାପତି ଭାବେ ସୁଧୀର ମହାକୁଡ , ଗଂଜାମ ଜିଲ୍ଲା ସଭାପତି ଭାବେ ଡ. ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ଭାବେ ଦୀପକ ପଟ୍ଟନାୟକ , ପୀତବାସ ପଣ୍ଡା ଓ ସାକା ସୁଜିତ , ବ୍ରହ୍ମପୁର ସଦର ସଭାପତି ଭାବେ ପ୍ରମୋଦ ଜେନା , କୋରାପୁଟ ଜିଲ୍ଲା ସଭାପତି ଭାବେ ମୀନାକ୍ଷୀ ବାହିନୀପତି ଓ କାର୍ଯ୍ୟକାରୀ ସଭାପତି ଭାବେ ରୂପକ ତୁରୁକ୍ ଙ୍କୁ ନିଯୁଚ୍ଛି ଦିଆଯାଇଥିବା ବେଳେ ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ନଟବର ବାରିକ ଓ କାର୍ଯ୍ୟକାରୀ ସଭାପତି ଭାବେ ଚରଣ ରାଉତ ଓ ଶିବ ପ୍ରସାଦ ଦାସଙ୍କୁ ନିଯୁକ୍ତି  ଦିଆଯାଇଛି ।

0
0
0
s2sdefault