ହେଡଲାଇନସ୍:

ଅଶୋକ ପାଣିଗ୍ରାହୀ ଅଭ୍ୟାସଗତ ବିଶୃଙ୍ଖଳାକାରୀ !!! ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ : ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁରରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ : ସଜ୍ଜନ ଶର୍ମା, ବିଜେପୁର ରେ ହାତ ଚିହ୍ନ ହିଁ ଜିତିବ :କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରୁ ଚକ୍ରଧର ମାଝି   - ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେଡି ଛାଡି ବିଜେପିରେ ଯୋଗ ଦେବେ  । ଏନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଠାରୁ ଦଳ ଏବେ ମୁକ୍ତ ହେଲା  । ଏହା ଦ୍ୱାରା ବିଜେଡି ଅଡୁଆ ମୁକ୍ତ ହେବ । ବିଜେପୁରରେ ବିଜେଡିର ବିଜୟ ସୁନିଶ୍ଚିତ ।

ଅନ୍ୟପକ୍ଷରେ ଏହାର ଜବାବରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ଯେ ବିଜୁ ଜନତା ଦଳର ବୟସ୍କ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ନିଜର ଅତୀତ ଭାରତୀୟ ଜନତା ପାର୍ଟିର ବୋଝରୁ ମୁକ୍ତ ହୋଇପାରିନଥିଲେ । ଶ୍ରୀ ଆଚାର୍ଯ୍ୟ ଯେଉଁ ୩-ବି ଫର୍ମୁଲା ଆବୃତି କଲେ, ସେଥିରୁ ସେ ବିଜେପିକୁ ଭୁଲି ଯିବାର ଅପପ୍ରୟାସ କରୁଥିବା ସ୍ପଷ୍ଟ ଅନୁଭବ ହେଉଥିଲା  । ଆଗାମୀ ଉପ ନିର୍ବାଚନରେ ବିଜେପୁରରୁ ବିଜେପି ବିଜୟ ଅଭିଯାନ ଆରମ୍ଭ କରିବ । ଏହି ବିଜୟ ଧାରା ଜାରି ରହି ଆଗାମୀ ୨୦୧୯ ମସିହାରେ ସରକାର ଗଠନ ପରେ ଯାଇ ପୂର୍ଣ୍ଣାହୁତି ହେବ ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ କହିଛି ବିଜେପୁର ରେ ହାତ ଚିହ୍ନ ହିଁ ଜିତିବ ,  ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ୍ରାୟଙ୍କ କହିବା ଅନୁଯାୟୀ ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ପାଇଁ କଂଗ୍ରେସ ଦଳର ୧୧ ଜଣ ଆଶାୟୀ ପ୍ରାର୍ଥୀ ଆଗ୍ରହ ପ୍ରକାଶ କରିସାରିଛନ୍ତି  । ତେବେ ସେମାନଙ୍କ ମଧ୍ୟରୁ ଦଳୀୟ ପ୍ରାର୍ଥୀ ଖୁବ୍ ଶୀଘ୍ର ଚୂଡାନ୍ତ କରାଯିବ  ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ପ୍ରାର୍ଥୀ ହେବାପାଇଁ ସ୍ବର୍ଗତ କଳ୍ପତରୁ ଦାସ କହିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କର ତା ପ୍ରତି ସମର୍ଥନ ଥିଲା ବୋଲି ୨୦୧୪ରେ ବିଜେଡିରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀ କହି ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ କଡା ଜବାବ ଦେଇଥିଲେ ବିଜେଡ଼ର ଟାଣୁଆ ଯୁବ ନେତା ତଥା ଦଳର ସମ୍ପାଦକ ବିଜୟ ନାୟକ ସେ ଅଶୋକଙ୍କୁ ଜଣେ ନିହାତି ସ୍ୱାର୍ଥପର ଓ ଅଭ୍ୟାସଗତ ଦଳ ବିରୋଧୀ ବୋଲି ଅଭିହିତ କରିବା ସହ ୧୯୯୫ ରେ ସେ କେମିତି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ ତାହାର ଅବତାରଣା କରିଥିଲେ । ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡି ରୁ ତଡା ଖାଇଥିବା ଅଶୋକ ପାଣିଗ୍ରାହୀ ବିଜେପି ସହିତ ଦେଲ କରି ବିଜେଡିକୁ ଓ ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଲୋକ ଚକ୍ଷୁ ରେ ସମାଲୋଚିତ କରିବା ପାଇଁ ଅପଚେଷ୍ଟା କରି ପଦାରେ ପଡି ଯାଇଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରି ଅଶୋକଂକୁ ମୁହଁତୋଡ ଜବାବ ଦେଇଥିଲେ   ` ବିଜୁ ବାବୁ ଓ ନବୀନ ବାବୁଙ୍କ ପ୍ରତି ଵିଶ୍ଵାସଘାତ କରିଥିବା ଅଶୋକଙ୍କୁ ବିଜେପୁର ବାସି ଉଚିତ ଜବାବ ଦେବେ ବୋଲି  କହିଥିଲେ ବିଜୟ  ।  ଶ୍ରୀ ନାୟକ କହିଥିଲେ ଯେ, ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗରୁ ସେ କି ଚରିତ୍ରର ନିଜେ ପ୍ରମାଣିତ ହୋଇଯାଇଛନ୍ତି  । ସେ ଜଣେ ଅଭ୍ୟାସଗତ ଦଳ ବିରୋଧୀ ଓ ମତଲବୀ ରାଜନେତା । ଦଳ କ୍ଷମତାରେ ଥିବା ବେଳେ ରାଜନୀତିରେ ସୁବିଧାସୁଯୋଗ ନେବେ, ନିର୍ବାଚନ ବେଳେ ଟିକଟ ନମିଳିଲେ ଦଳ ବିରୋଧରେ କାର୍ଯ୍ୟ କରିବେ  । ଏହା ଏବେ ନୁହେଁ, ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭରୁ ପଦାରେ ପଡିଯାଇଛି  । ସେ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳେ ଜନତା ଦଳରେ ଥିଲେ, ୧୯୯୫ରେ ଟିକେଟ ପାଇଁ ଲବି କରିଥିଲେ । ଟିକେଟ ନପାଇବାରୁ ସେ ବିଜୁବାବୁଙ୍କ ପ୍ରାର୍ଥୀ ବିରୋଧରେ ଲଢି କଂଗ୍ରେସକୁ ଜିତିବାରେ ସହାୟକ ହୋଇଥିଲେ  । ଏବେ ଯଦି ସ୍ୱର୍ଗତ କଳ୍ପତରୁ ବାବୁ କହିଲେ ବୋଲି ସେ ପ୍ରସନ୍ନ ବାବୁଙ୍କ ବିରୋଧରେ ପ୍ରାର୍ଥୀ ହେଲେ, ତେବେ ୧୯୯୫ରେ ସେ କିଏ କହିଲା ବୋଲି ବିଜୁ ବାବୁଙ୍କ ବିରୋଧରେ ଗଲେ? ଶ୍ରୀ ପାଣିଗ୍ରାହୀ କରୁଥିବା ଅଭିଯୋଗ ଡାହା ମିଛ, କେବଳ ଟିକଟ ନପାଇବା ଜନିତ ଅଭ୍ୟାସଗତ ହତାଶାର ପ୍ରତିଫଳନ । ଟିକଟ ନପାଇଲେ ବିଦ୍ରୋହୀ ହୋଇ ଦଳବିରୋଧୀ କାର୍ଯ୍ୟ କରିବା ତାଙ୍କର ଅଭ୍ୟାସ  । ଯିଏ ନିଜ ସ୍ୱାର୍ଥ ପାଇଁ ବିଜୁ ବାବୁଙ୍କୁ ଚକ୍ମା ଦେବାକୁ ପଛାଇନଥିଲେ, ସେ ଆଉ କାହାକୁ ବା ସମ୍ମାନ ଦେବ କେମିତି ? ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗ ମିଥ୍ୟା ଓ ସେ ଯେଉଁଦଳକୁ ଯିବେ ବୋଲି କୁହାଯାଉଛି ସେ ଦଳର ଡକାଯାଇଥିବା ଭାଷା  । ହେଲେ ଓଡିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ଆସ୍ଥା ଗତ ୪ଥର ଧରି ପ୍ରକଟ କରିଆସିଛନ୍ତି ଆଗାମୀ ଦିନରେ ତାହା ଅତୁଟ ରହିବ । ଆସନ୍ତା ବିଜେପୁରବାସୀ ଆସନ୍ତା ଉପନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ବିପୁଳ ଆଶିର୍ବାଦ ଅଜାଡିଦେଦେବେ ଓ ବିଜେଡିର ହିଁ ବିଜୟ ଘଟି ବୋଲି ବିଜୟ ନାୟକ କହିଥିଲେ । 

0
0
0
s2sdefault