ହେଡଲାଇନସ୍:

ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିନାୟକ କର ସଭାପତି, ୫ ଉପସଭାପତି, ୮ ସାଧାରଣ ସମ୍ପାଦକ 

09-06-18-bjd-banner-w.jpg - 13.65 kB

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।

ରାୟଗଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ଭାବେ ବିନାୟକ କର, ଉପ-ସଭାପତି ଭାବେ ଅମିତ ନାୟକ, ଅମିତ ମହାପାତ୍ର, କୈଳାଶ କାସକା, ଜଗନ୍ନାଥ ଦୋରା, ଜଗନ୍ନାଥ ପ୍ରସାଦ ଆଚାରୀ, ସାଧାରଣ ସଂପାଦକ ଭାବେ ସୁନୀଲ ବିଶୋୟୀ, ଜି. ଗୋବିନ୍ଦ, ମାର୍କୋ ଦଳବେହେରା, ବିଷ୍ଣୁ ପ୍ରସାଦ ପଣ୍ଡା, କେଦାର କୁମାର ସାହୁ, ଦେବୀ ପ୍ରସାଦ ପଟ୍ଟନାୟକ, କୃଷ୍ଣ ପ୍ରସାଦ ପାଢ଼ୀ, କୃଷ୍ଣ ହିଆଲ୍‍, ସଂପାଦକ ଭାବେ ଅବତାର ଗୋମାଙ୍ଗୋ, ଅନୀଲ କୁମାର ପରିଡ଼ା, ଅକ୍ଷୟ ରାଇକା, ବିଘ୍ନରାଜ ମିଶ୍ର, ବିଶ୍ୱନାଥ ସାହୁ, ସୁଜିତ ବକବେଡ଼କା, ସନ୍ତୋଷ କୁମାର ରଥ, ତପନ କୁମାର ପେଦେନ୍ତି, ସୁଶୀଲ କୁମାର ଗୁରୁ, ରୋହିଦାସ ପତିକା, ଡି. ଶିବା, ଜଲଦୁ କୋଣ୍ଡାଗିରି, ଉପେନ୍ଦ୍ର କରକାରିଆ, ଶେଖ ମର୍ସାଦ୍‍, ନିର୍ବାଚନ କ୍ଷେତ୍ରୀୟ ସଭାପତି ଭାବେ ରାୟଗଡ଼ାରେ ରତିକାନ୍ତ ନାୟକ, ଗୁଣପୁରରେ କୋମଲ ମୁଟିକା, ବିଷମ କଟକରେ ରତନଲାଲ ଜୈନ୍‍ଙ୍କୁ ମନୋନୀତ କରାଯାଇଛି ।

0
0
0
s2sdefault