ହେଡଲାଇନସ୍:

ଆସନ୍ତାକାଲି ସମ୍ବଲପୁର ଆର.ଡି.ସି ଅଫିସ ଘେରାଓ କରିବା ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ସମଗ୍ର ରାଜ୍ୟରେ ଲାଗିରହିଥିବା ଚାଷୀ ଓ ଧାନ ବିକ୍ରି ର ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ରେ ଗୁରୁବାର  ବିଜେପି ଘେରିବ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ (RDC, NR, Office) 

        ୨୧ ତାରିଖ ଗୁରୁବାର ଦିନ ଚାଷୀ ହିତ ପାଇଁ ହେବାକୁଥିବା । ଏହି ବିଶାଳ ଆନ୍ଦୋଳନ ରେ ସମଗ୍ର ପଶ୍ଚିମାଞ୍ଚଳ ର ୩୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଚାଷୀ, ଚାଷୀ ସମର୍ଥକ, ବିଜେପି କର୍ମୀ, ପଦାଧିକାରୀ, ନିର୍ବାଚିତ ପ୍ରତିନିଧି ଙ୍କ ସଙ୍ଗେ ସଙ୍ଗେ ବିଜେପି ର ରାଜ୍ୟ ନେତୃମଣ୍ଡଳୀ ଓ କେନ୍ଦ୍ର ନେତୃମଣ୍ଡଳୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

        ଏଣୁ ନିମ୍ନ ସୂଚୀ ମତେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁଡିକରେ ଆପଣଙ୍କ ଉପସ୍ଥିତ ସାହାଯ୍ୟ ଓ ସହଯୋଗ ପାଇଁ ବିନୀତ ଓ କରବଦ୍ଧ ଅନୁରୋଧ କରିଛନ୍ତି |  ପୂର୍ବାହ୍ନ ଘ.୧୦:୩୦ମି ଅଇଁଠାପାଲି ପି.ଏଚ.ଡ଼ି ପଡିଆରେ ସାଧାରଣସଭା ରୁ ଆରମ୍ଭ ହେବାକୁ ଥିବା ବେଳେ ମଧ୍ୟାହ୍ନ ଘ.୧୨:୩୦ମି ସଭାସ୍ଥଳରୁ RDC (NR) Office ଅଭିମୁଖେ ଶୋଭାଯାତ୍ରା ଆରମ୍ଭ ହେବ |  ମଧ୍ୟାହ୍ନ ଘ.୧:୩୦ମି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ଘେରାଓ କାର୍ଯ୍ୟକ୍ରମ ଧାର୍ଯ୍ୟ  କରାଯାଇଛି।

0
0
0
s2sdefault