ହେଡଲାଇନସ୍:

କଂଗ୍ରେସ ଫେରିଲେ ଜ୍ଞାନେନ୍ଦ୍ର, ଅଶୋକ, ସରସ୍ୱତୀ, କାତ୍ତିକେଶ୍ୱର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗକୁ ବି ଫେରିବେ ନାଇଁ ନାଇଁ କରୁଥିବା ଅନୁପ-ଭୁପିନ୍ଦର !

06-06-18-congress-bhawan-re.jpg - 86.80 kB

ଭୁବନେଶ୍ୱର : କିଛିବର୍ଷ ତଳେ ଏଆଇସିସି ଅଧ୍ୟକ୍ଷାଙ୍କ ନିଷ୍ପତ୍ତି ପ୍ରତିୀବାଦ କରି କଂଗ୍ରେସ ଦଳ ଛାଡିଥିବା ବେଳେ ଆଜି ସେମାନେ ସେଇ ଏଆଇସିସି ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳକୁ ଫେରି ଆସିଛନ୍ତିି  । ଫରକ ଥିଲା କେବଳ ଏତିକି ସେତେବେଳ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିଦେ୍ର୍ଧଶରେ ଜୟଦେବ ଜେନା ପିସିସି ସଭାପତି ହୋଇଥିଲେ  । ଆଉ ଆଜି ଏଆଇସିସି  ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଦେ୍ର୍ଧଶରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହୋଇଛନ୍ତି  । ଏହାର ଅର୍ଥ ୨୦୧୩ ମସିହାରେ ନିରଞ୍ଜନଙ୍କୁ ପିସିସି ସଭାପତିରୁ ହଟାଯିବା ପରେ pqre ବିଭିନ୍ନ ସମୟରେ  ଯେଉଁମାନେ ପ୍ରତିବାଦରେ ଦଳ ଛାଡିଥିଲେ, ସେମାନେ ଆଜି ନିରଞ୍ଜନ ପଟ୍ଟନାୟକ ସଭାପତି ହେବା ପରେ ଦଳକୁ ଫେରିଛନ୍ତି  । ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର  । ତୃଣମୂଳ କଂଗ୍ରେସ ଆବାହାକ ପଦରୁ ଇସ୍ତଫା ଦେଇ ଜ୍ଞାନେନ୍ଦ୍ର ପୁଣି କଂଗ୍ରେସକୁ ବାହୁଡିଛନ୍ତି  । କେବଳ ଏମାନେ ନୁହନ୍ତି, କିଛିମାସ ମଧ୍ୟରେ ଦଳକୁ ପୁଣି ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଓ ପୂର୍ବତନ ବିଧାୟକ ଅନୁପ ସାଏ ଫେରିବେ ବୋଲି ଶୁଣିବାକୁ ମିଳୁଛି  । ସେମାନେ ଉପରେ ଉପରେ ନାଇଁ ନାଇଁ କରୁଥିବା ବେଳେ ବିଜେଡିରେ ସେମାନଙ୍କ ଯେଉଁ ସ୍ଥିତି ସେଥିରେ ସେମାନେ ସେଡି ଆଉ ବେଶିଦିନ ରହିବା ସମ୍ଭବ ନୁହେଁ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଛି  ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଦଳୀୟ କାର୍ଯ୍ୟାଳୟଠାରେ ଅେ;ୟାଜିତ ମହାମିଶ୍ରଣ ପର୍ବରେ ଦଳକୁ ପୁଣି ଫେରିଥିବା ନେତାନେତ୍ରୀମାନଙ୍କ  ସ୍ୱାଗତ କରିଥିଲେ  । ଆଗାମୀ ଦିନରେ ଆହୁରି ବହୁ ପୁରାତନ କର୍ମକର୍ତା, ତୁଙ୍ଗ ନେତାମାନେ ଯୋଗଦେବାପାଇଁ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । 

ମିଶ୍ରଣ ପର୍ବ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡ. କାର୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାଜି, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ୍, ପୂର୍ବତନ ରାଜ୍ୟ କର୍ମକର୍ତା ଅଶୋକ ସାମଲ, ଦିଲ୍ଲୀପ ପଣ୍ଡା, ବିବେକାନନ୍ଦ ପାତ୍ର, କୈଳାସ ନାଥ ମହାପାତ୍ର, ରଶ୍ମିରଂଜନ ବାରିକ, ଦୁଃଖିଶ୍ୟାମ ଦାସ, ନିର୍ମଳ କୁମାର ସିଂ, ରବୀନ୍ଦ୍ର କୁମାର ମହାନ୍ତି, ପ୍ରକାଶ କୁମାର ମହାନ୍ତି, ସୁବ୍ରତ ଚୌଧୁରୀ, କୁଳମଣି ମଲ୍ଲିକ, ବିଶ୍ୱ ପ୍ରକାଶ ରାଉତ, ଶୁଭେନ୍ଦୁ ପରିଡ଼ା, ମେମାଂଶୁ ପ୍ରଧାନ, ସୁଶ୍ରୀ ଅର୍ଚ୍ଚନା ନନ୍ଦି, ଅବସରପ୍ରାପ୍ତ ପ୍ରଶାସକ ହରିଶ୍ଚନ୍ଦ୍ର ବେହେରା ଯୋଗଦେଇଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ଏହି ଉତ୍ସବରେ ସ୍ୱାଗତ କରିବା ପାଇଁ ସଂକୀର୍ତନ, ଢେ଼ାଲ ବାଜା, ଘଂଟା ବାଡେ଼ଇ ସ୍ୱାଗତ କରିଥିଲେ । ଏମାନଙ୍କୁ ବରିଷ୍ଠ  କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ସତ୍ୟବ୍ରତ ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଦୋଳ ଗୋବିନ୍ଦ ପ୍ରଧାନ ପ୍ରମୁଖଙ୍କୁ କଂଗ୍ରେସ ଭବନ ଭିତରକୁ ପାଛୋଟି ନେଇଥିଲେ । ଏହି ଘରବାହୁଡ଼ା ମିଳନ ଉତ୍ସବରେ ସଭାପତିତ୍ୱ କରି ପିସିସି ସଭାପତି କହିଥିଲେ ଯେ, ୨୦୧୪ରେ କଂଗ୍ରେସ କର୍ମୀ ଓ କର୍ମକର୍ତାମାନେ ଦଳପ୍ରତି ମୁହଁ ବୁଲାଇ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଚାଲିଯାଇଥିଲେ, ଆଜି ପୁନର୍ବାର ସେମାନେ ଫେରିଆସି ଦଳରେ ଯୋଗ ଦେଇଛନ୍ତି । ସେଥିପାଇଁ ସେ ବିଶେଷ ଭାବେ ଆନନ୍ଦିତ । 

ଅପରପକ୍ଷରେ ଉତ୍ସବରେ ଉପସ୍ଥିତ ଥିବା ଓଡ଼ିଶା ପ୍ରଭାରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ ଯେ, କଂଗ୍ରେସ ଦଳ ଏକ ବୃହତ ଦଳ । ଏହାର ଐତିହ୍ୟ ରହିଛି । ଆଜି ଯେଉଁମାନେ ଦଳକୁ ଫେରୁଛନ୍ତି ସେମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି । ଏହାଦ୍ୱାରା କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ । କଂଗ୍ରେସ ପ୍ରତି ମଧ୍ୟ ଆସ୍ଥା ବଢ଼ିବ ।  ଶ୍ରୀ ଜ୍ଞାନେନ୍ଦ୍ର ପ୍ରତ୍ୟୁତ୍ତରରେ କହିଥିଲେ ଯେ , ୨୦୧୪ରେ କଂଗ୍ରେସ ଦଳରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ତାଙ୍କ ମନକୁ ଆଘାତ ଦେଇଥିଲା । ନିରୁପାୟ ହୋଇ କଂଗ୍ରେସକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ତାହା ସତ୍ୱେ ସେ ଦଳର ସମ୍ମାନକୁ କୋଉଠି କ୍ଷୁର୍ଣ୍ଣ କରିନାହାନ୍ତି ।  ଡ. କାର୍ତିକେଶ୍ୱର ପାତ୍ର କହିଥିଲେ ଯେ, ଆଜିର ଯୋଗଦାନ ଉତ୍ସବ ଦଳ ବାହାରେ ରହିଥିବା କଂଗ୍ରେସ ନେତାମାନଙ୍କୁ ଦଳରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବ ।

0
0
0
s2sdefault