ହେଡଲାଇନସ୍:

"ରାଜ୍ୟ ସରକାର ଅନୁସୁଚିତ ଜାତି ବର୍ଗର  ଆର୍ଥିକ ବିକାଶ ରେ ରାଜ୍ୟ ସରକାର ବାଧକ ସାଜିଛନ୍ତି "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ପୋଷ୍ଟମାଟ୍ରିକ ସ୍କୋଲାରସିପ ପାଞ୍ଚ ଗୁଣା ବୃଦ୍ଧି  ହେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ରାଜ୍ୟର ଅନୁସୂଚିତ ଜାତିର ସାମାଜିକ ଓ ଆର୍ଥିକ ବିକାଶ ରେ ରାଜ୍ୟ ବାଧକ ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି  ରାଜ୍ୟ ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ର ସଭାପତି ବିଭୁପ୍ରସାଦ ତରାଇ | 

କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟାଳୟରେ  ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ତରାଇ କହିଛନ୍ତି ଯେ,  ରାଜ୍ୟ ରେ ଭିଜିଲାନ୍ସ ଏଣ୍ଡ ମନିଟରିଙ୍ଗ କମିଟି ଓ ଷ୍ଟେଟ ସିଡୁଲକାଷ୍ଟ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ କମିଟି ଗୁଡିକ ଵୈଠକ ନହେବା ଦୁର୍ଭାଗ୍ୟଜନକ । ଏଥିସହ ଗତ ସାଡେ ୬ ବର୍ଷ ର ଶାସନ କାଳରେ କେନ୍ଦ୍ର ସରକାର ଅନୁସୂଚିତ ଜାତି ବର୍ଗର ଲୋକଙ୍କ ବିକାଶ ପାଇଁ ଅନେକ ଯୁଗନ୍ତକାରୀ ପଦକ୍ଷେପ ନେଇଥିବାରୁ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି ବିଭୂପ୍ରସାଦ ତରାଇ  କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

          

0
0
0
s2sdefault