ହେଡଲାଇନସ୍:

ଅଶୋକଙ୍କ ଅଭିଯୋଗକୁ ନେଇ ଏବେ ସନେ୍ଦହ ଏବେ ସିନା କଳ୍ପତରୁ କହିଥିଲେ, ୧୯୯୫ରେ କିଏ କହିଥିଲେ !!!! ବିଜେଡି କହିଲା : ଅଶୋକ ମତଲବୀ ରାଜନେତା ଓ ଅଭ୍ୟାସଗତ ଦଳବିରୋଧୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମାଝୀ : ବିଜେଡି ଗୋଟିଏ ଫଲସ ଆଦର୍ଶ ଉପରେ ଠିଆ ହୋଇଛି  । ଏହା ଏକ କୃଷକ ବିରୋଧୀ ପାର୍ଟି  । ଏହା ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛି  । ତେଣୁ ମୁଁ ବିଜେପିରେ ଯୋଗ ଦେଉଛି ବୋଲି କହିଛନ୍ତି ବିଜେଡିରୁ ୨୦୧୪ରେ ତଡା ବହିଷ୍କୃତ ହୋଇଥିବା ଅଶୋକ ପାଣିଗ୍ରାହୀ । 

ଏହା ସହିତ ସେ କହିଛନ୍ତି ୨୦୧୪ରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ସ୍ୱର୍ଗତ ନେତା କଳ୍ପତରୁ ଦାସ କହିଥିଲେ  । ନବୀନ ବାବୁ ଚାହୁଁଛନ୍ତି, ତମେ ସେଠୁ ଲଢ ବୋଲି କଳ୍ପତରୁ କହିବା ପରେ ସେ ୨୦୧୪ରେ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଲେ  । ଯାହାର ଫଳ ସ୍ୱରୂପ ପ୍ରସନ୍ନ ବାବୁ ମାତ୍ର କେତେଶହ ଭୋଟରେ ହାରିଲେ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ  । 

ଆହୁରି ଗୋଟିଏ ଅଭିଯୋଗ ଆଣିଛନ୍ତି ଦୁଇକୋଟିଟଙ୍କା ଓ ଭୁବନେଶ୍ୱରରେ କୋଠା ପାଇବା ଲୋଭାରେ ସୁବଳଙ୍କ ପତ୍ନୀ ବିଜେଡିରେ ଯୋଗ ଦେଇଛନ୍ତି  । 

ଆଉ ଅଶୋକ ପାଣିଗାହୀ କେତେବେଳେ ଏ ଅଭିଯୋଗ ଆଣିଲେ, ଯେତେବେଳେ କି କଂଗ୍ରେସର ଗୋଷ୍ଠୀକନ୍ଦଳ କାହା ନେତୃତ୍ୱରେ ଆର୍ଥିକ ସହାୟତା ନେଇ ଭୋଟ ଲଢିବେ ବୋଲି ମନରେ ରହିଥିବ ଦ୍ବନ୍ଦ୍ବ ତଥା ସୁବଳଙ୍କ ଚିକିତ୍ସା ଚାଲିଥିବା ବେଳେ ବିଜେଡି ସଭାପତି ତଥା ନବୀନ ବାବୁଙ୍କ ସମୟୋଚିତ ସହାୟତାକୁ ବିଚାର କରି ସୁବଳଙ୍କ ପରିବାର ବିଜେପିର ପ୍ରଲୋଭନକୁ ଏଡାଇଦେଇ ବିଜେଡିରେ ଯୋଗ ଦେଲେ ! ହେଲେ ସ୍ୱତଃ ପ୍ରଶ୍ନ ଉଠୁଛି ଅଶୋକ ଏଯାଏ ଯାଇଥିଲେ କୁଆଡେ ? ଏତେ ଦିନ ଧରି ଚୁପ୍ ରହିଥିଲେ କାହିକିଁ ? ତାଙ୍କ ବିବେକର ଡାକ କୁଆଡେ ଯାଇଥିଲା  । ବିଜେଡି ଚାଷୀ ବିରୋଧୀ ବୋଲି ଅଶୋକ କଣ ଏବେ ଜାଣିଲେ ? ବିଜେଡି ଲୋକଙ୍କ ସ୍ୱାର୍ଥ ପୂରଣ କରିପାରଚନି ବୋଲି ତାଙ୍କର ଏବେ ଜ୍ଞାନୋଦୟ ହେଲା ? ଖଣିପାଣି କୋଇଲା ଦୁର୍ନୀତିରେ ଛନ୍ଦି ହୋଇଥିବା ତଥା ଚିଟ୍ଫଣ୍ଡର ସିବିଆଇ ତଦନ୍ତ ଘୋ ଚାଳିଥିବା ବେଳେ ପଦେ ବି ମୁହଁ ଖୋଲିବାକୁ ତାଙ୍କର ନୈତିକତା କୁଆଡେ ଯାଇଥିଲା ?? 

ଆଉ ଗୋଟିଏ କଥା କହି ସେ ତାଙ୍କର ଔକାତ ପ୍ରମାଣିତ କରିଦେଇଛନ୍ତି ଯେ, ସେ ନିଜ ବିବେକ ଅନୁସାରେ ନୂହେଁ, ପରକଥାରେ ପରିଚାଳିତ ହୁଅନ୍ତି । କଳ୍ପତର ବାବୁ କହିବା ପରେ ଯାଇ ସେ ପସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ମାନେ ଅଶୋକ ପାଣିଗ୍ରାହୀ ଏପରି ଜଣେ ବ୍ୟକ୍ତି ଯାହାକୁ କି ଯିଏ ଯେତେବେଳେ ଯେମିତି ବ୍ୟବହାର କରିପାରିଲା  । ଯଦି ସେ କଳ୍ପତରୁଙ୍କ କଥାରେ ଲଢିଲେ ତେବେ କଳ୍ପତରୁଙ୍କ ଠାରୁ କେତେ ଟଙ୍କା ନେଇଥିଲେ ନିର୍ବାଚନ ଲଢି ୧୮୦୦୦ରୁ ଊଦ୍ଧ୍ୱ ଭୋଟ ହାତେଇବା ପାଇଁ ? ହାତରୁ ଖାଇ ଘୋଡା ଆଗରେ ତ ଡେଇଁନଥିବେ ?

ଆଉ ଗୋଟିଏ କଥା ଯଦି ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଆଉ କଳ୍ପତରୁଙ୍କ ହାତରେ କୁହାଇଲେ ତେବେ ଲଢିବା ପାଇଁ ଅନ୍ୟମାନଙ୍କୁ ନିଲମ୍ବିତ କଲା ପରି ତାଙ୍କୁ ନିଲମ୍ବନ ନକରି ଦଳରୁ ବିଦା କରିଦେଲେ କାହିଁକିଁ । ମୁଖ୍ୟମନ୍ତ୍ରୀ ପ୍ରଥମେ ନିଲମ୍ବନ କରି ଲୋକଙ୍କୁ ଆଖିରେ ଧୂଳି ଦେଇ କିଛିଦିନ ପରେ ପ୍ରତ୍ୟାହାର କରିନେଇପାରିଥାନ୍ତେ! ବାସ୍ତବରେ ସେ କାହାଦ୍ୱାରା ବ୍ୟବହାର ହୋଇଥିଲେ ପ୍ରସନ୍ନଙ୍କୁ ହରାଇବା ପାଇଁ ସେ ଖୋଲି କହୁନାହାନ୍ତି । 

ବିଜୁ ବାବୁଙ୍କ ଆଦର୍ଶ କଥା କହୁଥିବା ଅଶୋକବାବୁଙ୍କ ପାଖରେ ବୋଧହୁଏ ଉତର ନଥିବ  । ବିଜୁବାବୁ ଲୋକପ୍ରିୟତାର ଶିର୍ଷରେ ଥାଇ ୧୯୯୫ ନିର୍ବାଚନରେ ଗଧଭଳି ହାରିଲେ କେମିତି ? ସେତେବେଳେ ବିଜୁ ବାବୁଙ୍କୁ ହରାଇବା ପାଇଁ ଜନତାଦଳର କିଛି ଘରଭଙ୍ଗା ନେତାଙ୍କ ଦ୍ୱାରା ରଚାଯାଇଥିବା ବୁ୍ୟହରେ ଯେଉଁ କିଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଦାୟୀ ଥିଲେ ବା ବିଜୁ ବାବୁଙ୍କ ନମିନେଟେଡ୍ ପାର୍ଥୀ ହାରି ବିଜୁ ବାବୁଙ୍କୁ ଧୂଳି ଚଟାଇଥିଲେ, ସେମାନଙ୍କ ମଧ୍ୟରେ ବିଜେପୁର ନିର୍ବାଚନମଣ୍ଡଳୀରେ ସାମିଳ ହୋଇଥିଲେ ଅଶୋକ ପାଣିଗ୍ରାହୀ । ଅଶୋକ ପାଣିଗ୍ରାହୀ  ଜନତା ଦଳରେ ଥାଇ ଜନତାଦଳ ସରକାରରେ ସୁବିଧାସୁଯୋଗ ନେଇ ନିର୍ବାଚନମଣ୍ଡଳୀରେ ନିଜର ପତିଆରା ଜାହିର କରିଥିବା ଅଶୋକ ଟିକଟ ପାଇଁ ଲବି କରି ନିରାଶ ହେବା ପରେ ବିଜୁ ବାବୁଙ୍କ ନିଷ୍ପତି ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ ସ୍ୱାଧୀନ ଭାବେ । ସେଠାରେ ବିଜୁ ବାବୁଙ୍କ ପସନ୍ଦର ପ୍ରା୍ର୍ଥୀ ଥିଲେ ପୁରୁଖା ନେତା ଦେବାନନ୍ଦ ଗଡତିଆ  । କଂଗ୍ରେସରୁ ଲଢୁଥିଲେ ରିପୁନାଥ ସେଠ୍ । ସେଠାରେ ଜନତା ଦଳ ଭୋଟ ବିଭାଜିତ ହେଲା  । ବିଜୁଙ୍କ ଆଦର୍ଶ କଥା କହୁଥିବା ଅଶୋକ ପାଶିଗ୍ରାହୀ ଦଳ ବିରୋଧରେ ପ୍ରାର୍ଥୀ ହୋଇ ୩୨,୧୪୮ ଭୋଟ ହାତେଇଦେଳେ  । ବିଜୁ ବାବୁଙ୍କ ମନୋନୀତ ପ୍ରାର୍ଥୀ ୨୪,୬୬୧ଭୋଟ, ପାଇ ହାରିଲେ  । କଂଗ୍ରେସର ରିପୁନାଥ ୪୦,୮୧୩ ଭୋଟ ପାଇଁ ବିଜୟୀ ହୋଇଥିଲେ  । ଏବେସିନା କଳ୍ପତରୁ ବାବୁ କହିଥିଲେ ବୋଲି(ନବୀନ ବାବୁଙ୍କ ନାଁକୁ ଯୋଡି) ପ୍ରାର୍ଥି ହୋଇଗଲେ, ହେଲେ ୧୯୯୫ରେ ବିଜୁ ବାବୁଙ୍କ ବିରୋଧରେ ଦଳୀୟ ପ୍ରାର୍ଥୀଙ୍କୁ ହରାଇବା  ସ୍ୱାଧୀନ ଭାବେ ଲଢିବାକୁ କିଏ କହିଥିଲା ? 

ଅସଲ କଥା ହେଉଛି ମିଳିଥିବା ସୂଚନା ଅନୁସାରେ ଅଶୋକ ଅଭିନୟ କରୁଥିବା ନାଟକ କିଛିଦିନ ଆଗରୁ ଲେଖା ସାରିଥିଲା ।  ଅଶୋକଙ୍କ ରୋଲ ଆଗରୁ ଫିକ୍ସ ହୋଇ ସାରିଥିଲା... ନାଟକର ସମ୍ପୂର୍ଣ ପାଣ୍ଡୁଲିପି ବି ଲେଖା ସାରିଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦେଶାନୁସାରେ ... ପ୍ରାର୍ଥୀ ଚୟନ ପରେ କଣ କହିବେ....କଣ ଲେଖିବେ   ମୁଖ୍ୟମନ୍ତ୍ରୀଙ୍କୁ,  କେମିତି ଶୋଧି ଚିଠି ଦେବେ ତାହା ବି ପୂର୍ବ ଧାର୍ଯ୍ୟ ଥିଲା ` କାରଣ ବିଜେଡିରୁ ତଡା ଖାଇଥିବା ଅଶୋକ ଜାଣିଥିଲେ ଯେ ତାଙ୍କୁ ଦଳ ଆଉ ଫେରାଇ ଆଣିବାର ନାହିଁ , ଟିକେଟ ତ ଦୂରର କଥା `।  ତେଣୁ ରାଜ୍ୟ ବିଜେପି ସହିତ ଆଗରୁ ଭିତରେ ଭିତରେ କଥା ଫାଇନାଲ କରିସାରିଥିଲେ ଜିଲ୍ଲା ବିଜେପିକୁ ବାଇପାସ କରି ।   ଜିଲ୍ଲା ସଭାପତି ନାରାୟଣ ସାହୁ କି ଅନ୍ୟ କେହି ନେତା ସୁରାଗ ପାଇନଥିଲେ । ` ସବୁଜିଲ୍ଲାରେ ନିଜ ଦଳର ଲୋକଙ୍କୁ ଅନ୍ଧାରରେ ରଖି ଅନ୍ୟ ଦଳରୁ ନେତାଙ୍କୁ ବିଜେପିକୁ ଆଣିଲା ପରି  ଅଶୋକଙ୍କ ଲାଗି ରେଡ଼ କାର୍ପେଟ ବିଛାଇ ସାରିଥିଲା ରାଜ୍ୟ ବିଜେପି `।   ହେଲେ କେବଳ ଅଶୋକ ଙ୍କ ଲାଗି ନୁହେଁ, ମୃତ ସୁବଳଙ୍କ ପରିବାର ଉପରେ ମଧ୍ୟ ଥୋପ ପକାଇଥିଲା ରାଜ୍ୟ ବିଜେପି. ଯଦି ସୁବଳଙ୍କ ପରିବାର ସେମାନଙ୍କ ଅଫର ରେ ରାଜି ହୋଇଯାଇଥାନ୍ତେ ତେବେ ଅଶୋକଙ୍କୁ ଦି ପଇସାରେ ବି ପଚାରିନଥାନ୍ତା ବିଜେପି । ` ହେଲେ  ସୁବଳଙ୍କ ପରିବାର ସୁବଳଙ୍କ ଶେଷ ଇଛା ପୁରଣ କରିବା ପାଇଁ ବିଜେପି ର ପ୍ରସ୍ତାବକୁ ବି ପ୍ରତ୍ୟାଖ୍ୟାନ କଲେ । ` ଏହା ପଛରେ ବଡ କାରଣ ଥିଲା ଯେ ସୁବଳଙ୍କ ଚିକିସ୍ଛା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମୟଚିତ ସାହାଯ୍ୟ. କାରଣ ମୁଖ୍ୟମନ୍ତ୍ରୀ ଯେଉଁଭଳି ମାତ୍ରାରେ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ ସୁବଳଙ୍କ ଚିକିସ୍ଛା ଲାଗି, ସେଭଳି ଆନ୍ତରିକତା ଅନ୍ୟକେହି ଦେଖାଇନଥିଲେ, ଜଣେ ଦୁଇଜଣଙ୍କୁ ଛାଡି ବୋଲି ସୁବଳଙ୍କ ନିକଟତମ ମହଲରୁ ଜଣ ପଡିଛି  ।  ତେଣୁ ଅଶୋକ ପାଣିଗ୍ରାହୀଙ୍କ ଚିଠି ଆଉ ବିବୃତି ଜମା ଅପ୍ରତ୍ୟାଶିତ ନଥିଲା .କାରଣ ସେ ଦୀର୍ଘ ଦିନ ଧରି ବିଜେପି ସହ ଯୋଗାଯୋଗରେ ଥିଲେ ବୋଲି ବିଜେଡି ନେତୃତ୍ୱ ପାଖରେ ଖବର ଥିଲା ` ।  ` ଘରୁ ତଡା ଖାଇ ଥିବା ଲୋକଟା ଏତେଦିନ ହେଲା ଘରକଥା ମନେ ନଥିଲା...ଚୁପଚାପ ଥିଲା ଏପରିକି ୨୦୦୯ର ପ୍ରାର୍ଥୀ ପ୍ରଭାଦିତ୍ୟ ମିଶ୍ର ତ ୨୦୧୪ ର ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟ ସେ ଆସନ ଉପରେ ଦୁର୍ବଳତା ଥିବା ବି ସମସ୍ତଙ୍କୁ ଜଣଥିଲା  ।  `ପ୍ରସନ୍ନ ରାଜ୍ୟସଭା ଅପେକ୍ଷା ବିଧାନସଭାକୁ ଆସି ରାଜ୍ୟ ରାଜନୀତି ରେ ରହି ମନ୍ତ୍ରୀ ହେବ ପାଇଁ ଆଗ୍ରହ ଉଦ୍ରେକ ହୋଇଥିଲା ବୋଲି ଟାୱାଙ୍କ ନିକଟତମ ମହଲରେ ଚର୍ଚା ହୋଇ ଆସୁଥିଲା  । 

ଅଶୋକଙ୍କ ଅଭିଯୋଗକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଥିବା ବେଳେ ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗର ଦୃଢ ଜବାବ ଦେଇଛନ୍ତି ବିଜେଡି ସମ୍ପାଦକ ତଥା ଜୀବନବିନ୍ଦୁ ରାଜ୍ୟ ସଂଯୋଜକ ବିଜୟ ନାୟକ । ଶ୍ରୀ ନାୟକ କହିଛନ୍ତି ଯେ, ଅଶୋକ ପାଣିଗ୍ରାହୀଙ୍କ ଅଭିଯୋଗରୁ ସେ କି ଚରିତ୍ରର ନିଜେ ପ୍ରମାଣିତ ହୋଇଯାଇଛନ୍ତି  । ସେ ଜଣେ ଅଭ୍ୟାସଗତ ଦଳ ବିରୋଧୀ ଓ ମତଲବୀ ରାଜନେତା । ଦଳ କ୍ଷମତାରେ ଥିବା ବେଳେ ରାଜନୀତିରେ ସୁବିଧାସୁଯୋଗ ନେବେ, ନିର୍ବାଚନ ବେଳେ ଟିକଟ ନମିଳିଲେ ଦଳ ବିରୋଧରେ କାର୍ଯ୍ୟ କରିବେ  । ଏହା ଏବେ ନୁହେଁ, ତାଙ୍କ ରାଜନୈତିକ ଜୀବନର ପ୍ରାରମ୍ଭରୁ ପଦାରେ ପଡିଯାଇଛି  । ସେ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳେ ଜନତା ଦଳରେ ଥିଲେ, ୧୯୯୫ରେ ଟିକେଟ ପାଇଁ ଲବି କରିଥିଲେ । ଟିକେଟ ନପାଇବାରୁ ସେ ବିଜୁବାବୁଙ୍କ ପ୍ରାର୍ଥୀ ବିରୋଧରେ ଲଢି କଂଗ୍ରେସକୁ ଜିତିବାରେ ସହାୟକ ହୋଇଥିଲେ  । ଏବେ ଯଦି ସ୍ୱର୍ଗତ କଳ୍ପତରୁ ବାବୁ କହିଲେ ବୋଲି ସେ ପ୍ରସନ୍ନ ବାବୁଙ୍କ ବିରୋଧରେ ପ୍ରାର୍ଥୀ ହେଲେ, ତେବେ ୧୯୯୫ରେ ସେ କିଏ କହିଲା ବୋଲି ବିଜୁ ବାବୁଙ୍କ ବିରୋଧରେ ଗଲେ? ଶ୍ରୀ ପାଣିଗ୍ରାହୀ କରୁଥିବା ଅଭିଯୋଗ ଡାହା ମିଛ, କେବଳ ଟିକଟ ନପାଇବା ଜନିତ ଅଭ୍ୟାସଗତ ହତାଶାର ପ୍ରତିଫଳନ । ଟିକଟ ନପାଇଲେ ବିଦ୍ରୋହୀ ହୋଇ ଦଳବିରୋଧୀ କାର୍ଯ୍ୟ କରିବା ତାଙ୍କର ଅଭ୍ୟାସ  । ଯିଏ ନିଜ ସ୍ୱାର୍ଥ ପାଇଁ ବିଜୁ ବାବୁଙ୍କୁ ଚକ୍ମା ଦେବାକୁ ପଛାଇନଥିଲେ, ସେ ଆଉ କାହାକୁ ବା ସମ୍ମାନ ଦେବ କେମିତି ? ଶ୍ରୀ ପାଣିଗ୍ରାହୀଙ୍କ ଅଭିଯୋଗ ମିଥ୍ୟା ଓ ସେ ଯେଉଁଦଳକୁ ଯିବେ ବୋଲି କୁହାଯାଉଛି ସେ ଦଳର ଡକାଯାଇଥିବା ଭାଷା  । ହେଲେ ଓଡିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ଆସ୍ଥା ଗତ ୪ଥର ଧରି ପ୍ରକଟ କରିଆସିଛନ୍ତି ଆଗାମୀ ଦିନରେ ତାହା ଅତୁଟ ରହିବ । ଆସନ୍ତା ବିଜେପୁରବାସୀ ଆସନ୍ତା ଉପନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ବିପୁଳ ଆଶିର୍ବାଦ ଅଜାଡିଦେଦେବେ ଓ ବିଜେଡିର ହିଁ ବିଜୟ ଘଟି ବୋଲି ବିଜୟ ନାୟକ କହିଛନ୍ତି  । 

ହେଲେ ସବୁଠାରୁ ରୋଚକ କଥା ହେଉଛି ଅଶୋକଙ୍କ ଦଳ ଭିତରେ ପ୍ରବେଶକୁ ଗ୍ରହନ କରିପାରୁନି ବରଗଡ଼ ବିଜେପି ` ଜିଲ୍ଲା ସ୍ତରରେ ବିଜେଡି ପରି ବିଜେପି ରେ ଦେଖାଦେଇଛି ଅସନ୍ତୋଷ `ଘରେ ନ ପଶୁଣୁ ଚାଳ ବାଜିଛି । ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇ ବିଜେପି ନେତୃତ୍ୱ ବିଜେପୁର ଉପନିର୍ବାଚନ ତୟାର୍ କଲାବେଳକୁ କେଁ ପଶିଯାଇଛି । ଜିଲ୍ଲା ବିଜେପି ସଂଗଠନ ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନି । ଆମ ଦଳରେ ଯୋଗ୍ୟ ପ୍ରାର୍ଥୀଙ୍କର ଅଭାବ ନାହିଁ । ଅନ୍ୟ ଦଳରୁ ଉଧାର ଆଣି ପ୍ରାର୍ଥୀ କରିବାର ଆବଶ୍ୟକତା କ’ଣ ବୋଲି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଚରମବାଣୀ ଶୁଣାଇଛନ୍ତି । ନାରାୟଣ ସାହୁ ଲେଖିଛନ୍ତି, ଅଶୋକ ବିଜେପିରେ ମିଶିବାକୁ ଆମେ ବିରୋଧ କରୁନୁ ` ହେଲେ ତାଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରୁଛୁ.  ଅଶୋକ ପାଣିଗ୍ରାହୀ ବିଜେପୁରରୁ ବିଜେପି ପ୍ରାର୍ଥୀ ହେଉଥିବା ନିଜେ ଘୋଷଣା କରିଛନ୍ତି । ଆସନ୍ତା ୨ ତାରିଖରେ ତାଙ୍କର ବିଜେପି ମିଶ୍ରଣ ପର୍ବ ବରପାଲ୍ଲୀରେ ହେବ । ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ ସେଠି ଉପସ୍ଥିତ ରହିବେ ।  ଜିଲ୍ଲା ସଭାପତିଙ୍କ ଚିଠି ଏହି ଆୟୋଜନକୁ ବିଗିଡ଼ାଇ ଦେଇଛି ।ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି  । 

0
0
0
s2sdefault