ଆଉ କେତେ ଦିନ ରାଜ୍ୟର ମା’ ଭଉଣୀମାନେ ଦୁଷ୍କର୍ମର ଶିକାର ହୋଇ ଚାଲିଥିବେ: ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହିଳା ସୁରକ୍ଷା ଯାତ୍ରା ଅବସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ

03-06-18-bjp.jpg - 192.34 kB

ଭୁବନେଶ୍ୱର :  ରାଜ୍ୟରେ ନାରୀ ଆଜି ଅସୁରକ୍ଷିତ । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି । ନାରୀମାନଙ୍କୁ ପ୍ରତି ବଢୁଥିବା ହିଂସା ଏବଂ ଦୁଷ୍କର୍ମ ଘଟଣା ପାଇଁ ରାଜ୍ୟ ସରକାର ହିଁ ଦାୟୀ । ରାଜ୍ୟସରକାରଙ୍କ ନିଷ୍କ୍ରିୟତା ପାଇଁ ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ବ୍ୟଭିଚାର ବୃଦ୍ଧି ପାଇବାରେ ଲାଗିଛି ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ମହିଳା ସୁରକ୍ଷା ଯାତ୍ରାର ଏକ ସାଧାରଣ ସଭାରେ କହିଛନ୍ତି । 

ରାଜ୍ୟ ସଂପାଦିକା ଡ. ସାମନ୍ତସିଂହାର ବାରିପଦା ଜିଲ୍ଲା ରାଇରଂଗପୁର, କରଂଜିଆ ଏବଂ ଜଶିପୁରଠାରେ ପଥପ୍ରାନ୍ତ ସଭା ମାଧ୍ୟମରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ । ହଜାର ହଜାର ମହିଳାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ଓ ଆଭିମୁଖ୍ୟ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । 

ଆଜି ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ନୟାଗଡ ଜିଲ୍ଲା ଦୁର୍ଗା ମଣ୍ଡରଠାରେ ଏକ ସାଧାରଣ ସଭାରେ ମହିଳାଙ୍କ ସୁରକ୍ଷା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପରେ ଗୋଡିପଦା ଗ୍ରାମରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ  ହୋଇଥିଲା । ୩୦୦୦ରୁ ଉଦ୍ଧ୍ୱର୍ ମହିଳା ଏହି ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ ଦୃଢ ନିନ୍ଦା କରିଥିଲେ । 

ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଆଜି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟରେ ବଢୁଥିବା ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାରକୁ ଦୃଢ ନିନ୍ଦା କରିଥିଲେ । ଶ୍ରୀମତି ପରିଡା ମଙ୍ଗଳପୁର ଗ୍ରାମରେ ଘର ଘର ବୁଲି ଲିଫଲେଫ୍ଟ ଦେଇ ମହିଳାମାନଙ୍କୁ ସଚେତନ କରାଇଥିଲେ । ଏଥି ସହ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କିପରି ପ୍ରତିହତ କରିହେବ ସେନେଇ ମହିଳାଙ୍କ ମନରେ ଆତ୍ମବିଶ୍ୱାସକୁ ଦୃଢୀଭୂତ କରିଥିଲେ । 

ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡାଠାରେ ପଥପ୍ରାନ୍ତ ସଭା ଏବଂ ବଣେଇ ରାଜା ଧରଣୀଧର ହାଇସ୍କୁଲ ପଡିଆରେ ଏକ ସାଧାରଣ ସଭାରେ ଯୋଗଦେଇ ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ଦୃଢ ନିନ୍ଦା କରିଥିଲେ । ଆଉ କେତେ ଦିନ ରାଜ୍ୟର ମା’ ଭଉଣୀମାନେ ଦୁଷ୍କର୍ମର ଶୀକାର ହୋଇ ଚାଲିଥିବେ ବୋଲି ଶ୍ରୀମତିି ପଣ୍ଡା ପ୍ରଶ୍ନ ଉଠାଇଛନ୍ତି ।  

ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମଙ୍କ ନେତୃତ୍ୱରେ ତେଲକୋଇ, ବାଂଶପାଳ ଏବଂ କେନ୍ଦୁଝରଠାରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ  ହୋଇଥିଲା ।  ନାରୀ ସଶକ୍ତ ହେଲେ ଦେଶର ବିକାଶ ହୋଇପାରିବ ବୋଲି ସୁଶ୍ରୀ ଓରାମ ଆହ୍ୱାନ ଦେଇଥିଲେ । 

ପୂର୍ବତନ ସାଂସଦ ସଂଗୀତା ସିଂହଦେଓ ସୋନପୁର ଏବଂ ବିନିକା ଆଦି ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରିଥିଲେ । ନାରୀମାନେ ଏବେଠୁ ସଜାଗ ହୁଅନ୍ତୁ । ଆଉ କେତେ ଦିନ ଅତ୍ୟାଚାର ସହିବେ, ଏବେ ନିଜର ହକ୍ ପାଇଁ ପ୍ରତିବାଦ କରିବାର ସମୟ ଆସିଛି ବୋଲି ଶ୍ରୀମତି ସିଂହଦେଓ ଆହ୍ୱାନ ଦେଇଛନ୍ତି । 

 

0
0
0
s2sdefault